ବେଙ୍ଗାଲୁରୁରେ ବିଲ୍ଡିଂ ଭୁଶୁଡି ୫ ମୃତ; ମାଟି ତଳେ ୧୭ଜଣ ଫସି ରହିଥିବା ଆଶଙ୍କା

ବେଙ୍ଗାଲୁରୁ: ବେଙ୍ଗାଲୁରୁ ବିଲ୍ଡିଂ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏହି ଅଘଟଣାରେ ୧୭ଜଣ ଲୋକ ମାଟି ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଲାଗିପଡ଼ିଛନ୍ତି ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ । ବର୍ତ୍ତମାନ ସୁଦ୍ଧା ୧୩ଜଣ ଲୋକଙ୍କୁ ରେସକ୍ୟୁ କରାଯାଇଛି । ମଙ୍ଗଳବାର ସଂଧ୍ୟାରେ ବେଙ୍ଗାଲୁରୁରେ ଏକ ବିଲ୍ଡିଂ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଫଳରେ ଏଥିରେ କାମ କରୁଥିବା ୫୦ରୁ ଅଧିକ ଲୋକ ମାଟି ତଳେ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅଧିକାଂଶ ଲୋକ ଆହତ ହୋଇଛନ୍ତି । ଏନେଇ ଖବର ମିଳିବା ପରେ ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଏନଡିଆରଏଫ ଏବଂ ଏସଡିଆରଏଫ୍ ଟିମ୍ ବର୍ତ୍ତମାନ ସୁଦ୍ଧା ୧୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ହେଲେ ଏବେବି ଧ୍ବଂସାବଶେଷ ତଳେ ୧୭ ଫସି ରହଥିବା ଆଶଂକା କରାଯାଉଛି । କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଙ୍ଗଳବାର ସଂଧ୍ୟାରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟାର ସମୀକ୍ଷା କରିଛନ୍ତି । ଏହା ସହିତ ବେଙ୍ଗାଲୁରୁରେ ଥିବା ସମସ୍ତ ଅବୈଧ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତିରେ ନିର୍ମାଣ ହୋଇଥିବା ସମସ୍ତ ବିଲ୍ଡିଂ ଅବୈଧ । ଠିକାଦାର, ବିଲ୍ଡର ଏବଂ ଏଥିରେ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶିବକୁମାର କହିଛନ୍ତି

ବେଙ୍ଗାଲୁରୁରେ ବିଲ୍ଡିଂ ଭୁଶୁଡି ୫ ମୃତ; ମାଟି ତଳେ ୧୭ଜଣ ଫସି ରହିଥିବା ଆଶଙ୍କା

ବେଙ୍ଗାଲୁରୁ: ବେଙ୍ଗାଲୁରୁ ବିଲ୍ଡିଂ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏହି ଅଘଟଣାରେ ୧୭ଜଣ ଲୋକ ମାଟି ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଲାଗିପଡ଼ିଛନ୍ତି ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ । ବର୍ତ୍ତମାନ ସୁଦ୍ଧା ୧୩ଜଣ ଲୋକଙ୍କୁ ରେସକ୍ୟୁ କରାଯାଇଛି । 

ମଙ୍ଗଳବାର ସଂଧ୍ୟାରେ ବେଙ୍ଗାଲୁରୁରେ ଏକ ବିଲ୍ଡିଂ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଫଳରେ ଏଥିରେ କାମ କରୁଥିବା ୫୦ରୁ ଅଧିକ ଲୋକ ମାଟି ତଳେ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅଧିକାଂଶ ଲୋକ ଆହତ ହୋଇଛନ୍ତି । ଏନେଇ ଖବର ମିଳିବା ପରେ ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଏନଡିଆରଏଫ ଏବଂ ଏସଡିଆରଏଫ୍ ଟିମ୍ ବର୍ତ୍ତମାନ ସୁଦ୍ଧା ୧୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ହେଲେ ଏବେବି ଧ୍ବଂସାବଶେଷ ତଳେ ୧୭ ଫସି ରହଥିବା ଆଶଂକା କରାଯାଉଛି । 

କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଙ୍ଗଳବାର ସଂଧ୍ୟାରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟାର ସମୀକ୍ଷା କରିଛନ୍ତି । ଏହା ସହିତ ବେଙ୍ଗାଲୁରୁରେ ଥିବା ସମସ୍ତ ଅବୈଧ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତିରେ ନିର୍ମାଣ ହୋଇଥିବା ସମସ୍ତ ବିଲ୍ଡିଂ ଅବୈଧ । ଠିକାଦାର, ବିଲ୍ଡର ଏବଂ ଏଥିରେ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶିବକୁମାର କହିଛନ୍ତି ।...