ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ
ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଏ ସମ୍ପର୍କରେ ଭାଜପା ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶୁକ୍ରବାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏହାର ବିଧିବଦ୍ଧ ତଦନ୍ତକରି ୨୪ ଘଣ୍ଟା ମଧ୍ୟରେ କ’ଣ ପଦକ୍ଷେପ ନିଆଯାଇଛି ତା’ର ରିପୋର୍ଟ ଦେବାକୁ ଅତିରିକ୍ତ ଡିଜି (ଆଇନ […] The post ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ appeared first on Dharitri Odia News.
ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଏ ସମ୍ପର୍କରେ ଭାଜପା ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶୁକ୍ରବାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏହାର ବିଧିବଦ୍ଧ ତଦନ୍ତକରି ୨୪ ଘଣ୍ଟା ମଧ୍ୟରେ କ’ଣ ପଦକ୍ଷେପ ନିଆଯାଇଛି ତା’ର ରିପୋର୍ଟ ଦେବାକୁ ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏହି ଆଦେଶ ପରେ ମନ୍ତ୍ରୀ ସାରକାଙ୍କ ଅଡୁଆ ବଢ଼ିଛି।
ସୂଚନାଯୋଗ୍ୟ, ମୁନିଗୁଡା ବ୍ଲକ ରଘୁବାରି ଗ୍ରାମରେ ଗତ ୧୪ ତାରିଖରେ ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ରାସ୍ତାରୋକୋ ଆନ୍ଦୋଳନ କରିଥିଲେ। ଏହି ସମୟରେ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସ ଓ ନେତାମାନେ ସେହି ରାସ୍ତା ଦେଇ ମୁନିଗୁଡ଼ା ବ୍ଲକର ପାଇକପଡ଼ାଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ଗ୍ରାମବାସୀ ସେମାନଙ୍କ ସମସ୍ୟା ଜଣାଇବାକୁ ମନ୍ତ୍ରୀଙ୍କ ଗାଡ଼ି ଅଟକାଇଥିଲେ। ଗ୍ରାମବାସୀ କାହିଁକି ମନ୍ତ୍ରୀଙ୍କ ଗାଡ଼ି ଅଟକାଇଲେ ବୋଲି ପଚାରିବାରୁ ବିଜେଡି ନେତା ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବିଜେଡି ନେତାମାନେ ସ୍ଥାନୀୟ ଯୁବକଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଥିଲା। ଗ୍ରାମର ହରେକୃଷ୍ଣ ବେହେରା ମନ୍ତ୍ରୀ ଜଗନ୍ନାଥ ସାରକା, ସୁଧୀର ଦାସ ଏବଂ ଅନ୍ୟ ବିଜେଡି ନେତାଙ୍କ ନାମରେ ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଜୟନ୍ତ କୁମାର ଜେନାଙ୍କ ନେତୃତ୍ବରେ ଭାଜପାର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି ଅଭିଯୋଗ ହେବା ପରେ ମାମଲାର ତଦନ୍ତକରି କ’ଣ ପଦକ୍ଷେପ ନିଆଯାଇଛି ସେ ଦିଗରେ ଜଣାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅତିରିକ୍ତ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯିବାରୁ ସେ ମିଟିଂରେ ବ୍ୟସ୍ତ ଥିବା କହି କଥାକୁ ଏଡାଇ ଦେବାକୁ ଚେଷ୍ଟା କରିଥିଲେ।
The post ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ appeared first on Dharitri Odia News.