ବଢ଼ିଲା ମାଟ୍ରିକ ଫର୍ମ ପୂରଣ ଅବଧି, ଏବେ ଏହି ଦିନ ଯାଏଁ ଛାତ୍ରଛାତ୍ରୀ କରିପାରିବେ ପଞ୍ଜିକରଣ
କଟକ: ବଢ଼ିଲା ମାଟ୍ରିକ ଫର୍ମ ପୂରଣ ଅବଧି । ନଭେମ୍ବର ୨୫ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲା ବୋର୍ଡ। ଏନେଇ ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନାଥାଉକି, ୨୦୨୪- ୨୫ ଶିକ୍ଷାବର୍ଷର ମାଟ୍ରିକ୍ ପରୀକ୍ଷା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନଭେମ୍ବର ୩ ତାରିଖରୁ ପ୍ରାଥମିକ ପର୍ଯ୍ୟାୟରେ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଉ ରବିବାର ଥିଲା ଫର୍ମ ପୂରଣର ଶେଷ ତାରିଖ। ସୂଚନାଥାଉକି, ୨୦୨୫ ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ୨୧ ଫେବ୍ରୁଆରୀରୁ ୬ ମାର୍ଚ୍ଚ ଯାଏ ମାଟ୍ରିକ ପରୀକ୍ଷା ଚାଲିବ। ରେଗୁରାଲ ଓ ଏକ୍ସ ରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ସିଟିଂ ଓ ସମାନ ପ୍ରଶ୍ନ ପତ୍ର ପ୍ରସ୍ତୁତ କରାଯିବ। ପରୀକ୍ଷା ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୧ଟା୩୦ରେ ଶେଷ ହେବ। କେବଳ ଗଣିତ ପରୀକ୍ଷା ୧୧ଟା ୪୫ରେ ଶେଷ କରାଯିବ। ୨୧ତାରିଖରେ ପ୍ରଥମ ଭାଷା ପରୀକ୍ଷା, ୨୪ରେ ଇଂରାଜୀ, ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ ଓ ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ।ମାଟ୍ରିକ୍ ପରୀକ୍ଷାରେ ମୋଟ ୬ଟି ବିଷୟର ୬୦୦ ମାର୍କ ପରୀକ୍ଷା ହେବ । ପରୀକ୍ଷାର୍ଥୀମାନେ ପ୍ରତି ବିଷୟରେ ଶହେ ନମ୍ବର ଲେଖାଏଁ ପରୀକ୍ଷା ଦେଲେ ମଧ୍ୟ ପ୍ରତି ବିଷୟରୁ ୮୦ ନମ୍ବର ଏବଂ ଇଣ୍ଟରନାଲ୍ ଆସେସ୍ମେଣ୍ଟ ଓ ଆସ୍ପ୍ରେସ୍ନାଲ୍ କମ୍ପୋନେଣ୍ଟସ୍
କଟକ: ବଢ଼ିଲା ମାଟ୍ରିକ ଫର୍ମ ପୂରଣ ଅବଧି । ନଭେମ୍ବର ୨୫ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲା ବୋର୍ଡ। ଏନେଇ ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଥାଉକି, ୨୦୨୪- ୨୫ ଶିକ୍ଷାବର୍ଷର ମାଟ୍ରିକ୍ ପରୀକ୍ଷା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନଭେମ୍ବର ୩ ତାରିଖରୁ ପ୍ରାଥମିକ ପର୍ଯ୍ୟାୟରେ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଉ ରବିବାର ଥିଲା ଫର୍ମ ପୂରଣର ଶେଷ ତାରିଖ।
ସୂଚନାଥାଉକି, ୨୦୨୫ ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ୨୧ ଫେବ୍ରୁଆରୀରୁ ୬ ମାର୍ଚ୍ଚ ଯାଏ ମାଟ୍ରିକ ପରୀକ୍ଷା ଚାଲିବ। ରେଗୁରାଲ ଓ ଏକ୍ସ ରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ସିଟିଂ ଓ ସମାନ ପ୍ରଶ୍ନ ପତ୍ର ପ୍ରସ୍ତୁତ କରାଯିବ।
ପରୀକ୍ଷା ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୧ଟା୩୦ରେ ଶେଷ ହେବ। କେବଳ ଗଣିତ ପରୀକ୍ଷା ୧୧ଟା ୪୫ରେ ଶେଷ କରାଯିବ। ୨୧ତାରିଖରେ ପ୍ରଥମ ଭାଷା ପରୀକ୍ଷା, ୨୪ରେ ଇଂରାଜୀ, ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ ଓ ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ।
ମାଟ୍ରିକ୍ ପରୀକ୍ଷାରେ ମୋଟ ୬ଟି ବିଷୟର ୬୦୦ ମାର୍କ ପରୀକ୍ଷା ହେବ । ପରୀକ୍ଷାର୍ଥୀମାନେ ପ୍ରତି ବିଷୟରେ ଶହେ ନମ୍ବର ଲେଖାଏଁ ପରୀକ୍ଷା ଦେଲେ ମଧ୍ୟ ପ୍ରତି ବିଷୟରୁ ୮୦ ନମ୍ବର ଏବଂ ଇଣ୍ଟରନାଲ୍ ଆସେସ୍ମେଣ୍ଟ ଓ ଆସ୍ପ୍ରେସ୍ନାଲ୍ କମ୍ପୋନେଣ୍ଟସ୍ ମାର୍କରୁ ୨୦ ନମ୍ବର ନିଆଯାଇ ମୂଲ୍ୟାୟନ କରାଯିବ ।