ବଢ଼ୁଛି ଆଳୁ ସମସ୍ୟା, ଭଦ୍ରକରେ ଆଳୁ କିଣୁନାହାଁନ୍ତି ଗୋଦାମ ମାଲିକ
ଭଦ୍ରକ: କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଦେଖାଦେଇଛି ଆଳୁ ସମସ୍ୟା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିବାରେ ଲାଗିଛି ଆଳୁ ଦର । ଉତ୍ତର ପ୍ରଦଶ ଆଳୁ ଓ ପଶ୍ଚିମବଙ୍ଗ ଆଳୁ ଦ୍ବନ୍ଦ ଭିତରେ ଏବେ ମଣ୍ଡିରୁ ଉଭାନ ହୋଇଯାଇଛି ଆଳୁ। ଦୁଇ ଦିନ ହେବ ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସି ନଥିବାରୁ, ଆଳୁ ଦର ବଢିବା ସହ ଆଳୁ ଗୋଦାମରୁ ମଧ୍ୟ ଶେଷ ହେବାକୁ ବସିଛି। ଏହି ସମାନ ଅବସ୍ଥା ଭଦ୍ରକ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଗୋଦାମଗୁଡ଼ିକ ଅଧିକ ମୂଲ୍ୟ କାରଣରୁ ଆଳୁ ଆଣୁନାହାନ୍ତି । ସକାଳ ସୁଦ୍ଧା ପ୍ରତି ବସ୍ତା ଆଳୁର ମୂଲ୍ୟ ୧୬ ଶହ ଟଙ୍କା ଥିବାବେଳେ ଅପରାହ୍ନରେ ୨୦୦୦ ପାର ହୋଇଥିବା ଜଣାପଡ଼ିଛି । କେତେକ ଦୋକାନରେ ଆଳୁର ଖୁଚୁରା ମୂଲ୍ୟ ୪୦ରୁ ୪୫ ଟଙ୍କା ହେଲାଣି। ଯାହାକୁ ନେଇ ଦେଖିବାକୁ ମିଳିଛି ଅସନ୍ତୋଷ। ଗୋଦାମ ମାଲିକଙ୍କ କହିବା କଥା ୟୁପି ଆଳୁ ଆସିଲେ ରେଟ ଉଚ୍ଚା ରହୁଛି ଆଉ କଲିକତାରୁ ଆଳୁ ଆସୁନାହିଁ। ସେପଟେ ଆଳୁ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ତେଣୁ ଏଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମତ ରଖିଛନ୍ତି ଖାଉଟି।
ଭଦ୍ରକ: କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଦେଖାଦେଇଛି ଆଳୁ ସମସ୍ୟା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିବାରେ ଲାଗିଛି ଆଳୁ ଦର । ଉତ୍ତର ପ୍ରଦଶ ଆଳୁ ଓ ପଶ୍ଚିମବଙ୍ଗ ଆଳୁ ଦ୍ବନ୍ଦ ଭିତରେ ଏବେ ମଣ୍ଡିରୁ ଉଭାନ ହୋଇଯାଇଛି ଆଳୁ। ଦୁଇ ଦିନ ହେବ ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସି ନଥିବାରୁ, ଆଳୁ ଦର ବଢିବା ସହ ଆଳୁ ଗୋଦାମରୁ ମଧ୍ୟ ଶେଷ ହେବାକୁ ବସିଛି।
ଏହି ସମାନ ଅବସ୍ଥା ଭଦ୍ରକ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଗୋଦାମଗୁଡ଼ିକ ଅଧିକ ମୂଲ୍ୟ କାରଣରୁ ଆଳୁ ଆଣୁନାହାନ୍ତି । ସକାଳ ସୁଦ୍ଧା ପ୍ରତି ବସ୍ତା ଆଳୁର ମୂଲ୍ୟ ୧୬ ଶହ ଟଙ୍କା ଥିବାବେଳେ ଅପରାହ୍ନରେ ୨୦୦୦ ପାର ହୋଇଥିବା ଜଣାପଡ଼ିଛି ।
କେତେକ ଦୋକାନରେ ଆଳୁର ଖୁଚୁରା ମୂଲ୍ୟ ୪୦ରୁ ୪୫ ଟଙ୍କା ହେଲାଣି। ଯାହାକୁ ନେଇ ଦେଖିବାକୁ ମିଳିଛି ଅସନ୍ତୋଷ। ଗୋଦାମ ମାଲିକଙ୍କ କହିବା କଥା ୟୁପି ଆଳୁ ଆସିଲେ ରେଟ ଉଚ୍ଚା ରହୁଛି ଆଉ କଲିକତାରୁ ଆଳୁ ଆସୁନାହିଁ।
ସେପଟେ ଆଳୁ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ତେଣୁ ଏଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମତ ରଖିଛନ୍ତି ଖାଉଟି।