ବଢିଲା ହାବିଲଦାର ଏବଂ କନେଷ୍ଟବଳଙ୍କ ଖାଇବା ଭତ୍ତା 

ଭୁବନେଶ୍ୱର : କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ପାଇଁ ରାଜ୍ୟ ସରକାର ଖୁସୀ ଭେଟି ଦେଇଛନ୍ତି। ସରକାର ସେମାନଙ୍କର ଦୈନିକ ଖାଇବା ଭତ୍ତା ପରିମାଣକୁ ବୃଦ୍ଧି କରିଛନ୍ତି। ଏହି କର୍ମଚାରୀମାନେ କ୍ରମାଗତ ୮ଘଣ୍ଟା ଓ ତା’ଠୁ ଅଧିକ ସମୟ ଡ୍ୟୁଟି କରିବାବେଳେ ସେମାନଙ୍କୁ ଖାଇବା ବାବଦରେ ଦିଆଯାଉଥିବା ୫୦ଟଙ୍କା। ଯାହାକି ସେମାନଙ୍କ ପାଇଁ ଯଥେଷ୍ଟ ହେଉନଥିଲା। ତେଣୁ ଏହି ଭତ୍ତା ଏବେ ୫୦ରୁ ୭୫ଟଙ୍କାକୁ ବୃଦ୍ଧି କରାଯାଇଛି। ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି […]

ବଢିଲା ହାବିଲଦାର ଏବଂ କନେଷ୍ଟବଳଙ୍କ ଖାଇବା ଭତ୍ତା 
Increased food allowances of Habildar and Constable

ଭୁବନେଶ୍ୱର : କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ପାଇଁ ରାଜ୍ୟ ସରକାର ଖୁସୀ ଭେଟି ଦେଇଛନ୍ତି। ସରକାର ସେମାନଙ୍କର ଦୈନିକ ଖାଇବା ଭତ୍ତା ପରିମାଣକୁ ବୃଦ୍ଧି କରିଛନ୍ତି। ଏହି କର୍ମଚାରୀମାନେ କ୍ରମାଗତ ୮ଘଣ୍ଟା ଓ ତା’ଠୁ ଅଧିକ ସମୟ ଡ୍ୟୁଟି କରିବାବେଳେ ସେମାନଙ୍କୁ ଖାଇବା ବାବଦରେ ଦିଆଯାଉଥିବା ୫୦ଟଙ୍କା। ଯାହାକି ସେମାନଙ୍କ ପାଇଁ ଯଥେଷ୍ଟ ହେଉନଥିଲା। ତେଣୁ ଏହି ଭତ୍ତା ଏବେ ୫୦ରୁ ୭୫ଟଙ୍କାକୁ ବୃଦ୍ଧି କରାଯାଇଛି।

ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କ୍ରମାଗତ ଭାବେ ୮ଘଣ୍ଟାରୁ ଅଧିକ ସମୟ ଧରି ଡ୍ୟୁଟି କରୁଥିବା ଓଡ଼ିଶା ପୁଲିସର ହାବିଲଦାର, କନେଷ୍ଟବଳ ଓ ସିପାହୀ ଖାଦ୍ୟ ଭତ୍ତା ପରିମାଣ ଦୈନିକ ୫୦ଟଙ୍କା ପରିବର୍ତ୍ତେ ଏଣିକି ୭୫ଟଙ୍କା ମିଳିବ। ଏହି ବର୍ଦ୍ଧିତ ଭତ୍ତା ତକ୍ରାଳ ପ୍ରଭାବରୁ ଲାଗୁ ହୋଇଛି। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ୫୫ହଜାର ହାବିଲଦାର, କନେଷ୍ଟବଳ ଓ ସିପାହୀ ଉପକୃତ ହେବେ।