ମଙ୍ଗଳବାର ଆସିବ କେନ୍ଦ୍ର ବଜେଟ : ଆୟକରରେ ଟିକସଦାତାଙ୍କୁ ମିଳିପାରେ ୫ ବଡ଼ ଆଶ୍ବସ୍ତି
ନୂଆଦିଲ୍ଲୀ : ଚଳିତମାସ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ ୨୦୨୪ ଆଗତ କରିବେ। ଏହି ବଜେଟ ଉପରେ ଏବେ ସାରା ଦେଶବାସୀଙ୍କ ନଜର ରହିଛି। ତେବେ ଏଥର ଅର୍ଥମନ୍ତ୍ରୀ ୫ଟି ଆୟକର ଅାଶ୍ବସ୍ତି ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶେଷ କରି ବେତନଭୋଗୀଙ୍କୁ ସନ୍ତୁଷ୍ଟ କରିବାକୁ ଏହା ଘୋଷଣା ହୋଇପାରେ। ଏଥର ବଜେଟରେ ଟିକସ ସ୍ଲାବ୍ରେ କିଛିଟା ପରିବର୍ତ୍ତନ କରାଯାଇ ମଧ୍ୟମ ଶ୍ରେଣୀର ଲୋକଙ୍କ ଆୟକର ହାରରେ ହ୍ରାସ କରିପାରେ । ନୂତନ […]

ନୂଆଦିଲ୍ଲୀ : ଚଳିତମାସ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ ୨୦୨୪ ଆଗତ କରିବେ। ଏହି ବଜେଟ ଉପରେ ଏବେ ସାରା ଦେଶବାସୀଙ୍କ ନଜର ରହିଛି। ତେବେ ଏଥର ଅର୍ଥମନ୍ତ୍ରୀ ୫ଟି ଆୟକର ଅାଶ୍ବସ୍ତି ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶେଷ କରି ବେତନଭୋଗୀଙ୍କୁ ସନ୍ତୁଷ୍ଟ କରିବାକୁ ଏହା ଘୋଷଣା ହୋଇପାରେ।
ଏଥର ବଜେଟରେ ଟିକସ ସ୍ଲାବ୍ରେ କିଛିଟା ପରିବର୍ତ୍ତନ କରାଯାଇ ମଧ୍ୟମ ଶ୍ରେଣୀର ଲୋକଙ୍କ ଆୟକର ହାରରେ ହ୍ରାସ କରିପାରେ । ନୂତନ ଟିକସ ବ୍ୟବସ୍ଥାରେ ବର୍ତ୍ତମାନ ସର୍ବାଧିକ ସରଚାର୍ଜ ୨୫ ପ୍ରତିଶତ ରହିଥିବାବେଳେ ତାହା ପୂର୍ବର ଟିକସ ଢାଞ୍ଚା ୩୭ ପ୍ରତିଶତରୁ ହ୍ରାସ ପାଇଛି। ତେଣୁ ନୂଆ ଟିକସ ବ୍ୟବସ୍ଥାର ସୁଫଳ ପାଇବା ପାଇଁ ପୁରୁଣା ଟିକସ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯାଇପାରେ । ଆହୁରିମଧ୍ୟ କେନ୍ଦ୍ର ସରକାର ଚଳିତ ଥର ବଜେଟରେ ଆୟକର ଅଧିନିୟମର ଧାରା ୮୦ସିକୁ ନେଇ ଆୟକର ଛାଡ଼ ସୀମା ବୃଦ୍ଧି ପ୍ରସ୍ତାବ ଉପରେ କିଛି ଘୋଷଣା କରିବା ନେଇ ବେତନଭୋଗୀ ଶ୍ରେଣୀ ଆଶାବାଦୀ ରହିଛନ୍ତି। ୨୦୧୪-୧୫ ଆର୍ଥିକ ବର୍ଷରେ ଆୟକର ଛାଡ଼ ସୀମା ୧.୫ ଲକ୍ଷ ଟଙ୍କା ରହିଥିବା ବେଳେ ସେ କ୍ଷେତ୍ରରେ ଏବେ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ତେଣୁ ଉକ୍ତ ଛାଡ଼ ସୀମା ୧.୫ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରି କେନ୍ଦ୍ର ସରକାର ଅନେକ ବେତନଭୋଗୀଙ୍କୁ ଆଶ୍ୱସ୍ତି ଦେଇ ପାରନ୍ତି।
ଏହାବାଦ୍ ୨୦୧୮ ବଜେଟରେ ବେତନଭୋଗୀଙ୍କ ପାଇଁ ବାର୍ଷିକ ୪୦ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଘୋଷଣା କରାଯାଇଥିଲା। ସେହିପରି ୨୦୧୯ ଅନ୍ତରୀଣ ବଜେଟରେ ଉକ୍ତ ସୀମା ୫୦ ହଜାରକୁ ବୃଦ୍ଧି କରାଯାଇଥିଲା। ତା’ ପରଠାରୁ ଷ୍ଟାଣ୍ଡାର୍ଡ ଡିଡକ୍ସନ ଅର୍ଥରାଶିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତେଣୁ ଏଥର ଅର୍ଥମନ୍ତ୍ରୀ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ବାର୍ଷିକ ୧ ଲକ୍ଷକୁ ବୃଦ୍ଧି କରିପାରନ୍ତି।
ପୁରୁଣା ଟିକସ ବ୍ୟବସ୍ଥାରୁ ନୂତନ ଟ୍ୟାକ୍ସ ବ୍ୟବସ୍ଥାରେ ପ୍ରବେଶ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ କର ଛାଡ଼ର ସମ୍ଭାବନା ଉପରେ ବିଚାର କରାଯିବାର ଆବଶ୍ୟକତା ରହିଛି। ସେହିପରି ନୂଆ ଟିକସ ବ୍ୟବସ୍ଥାରେ ହ୍ରାସ ସୀମା ୩୦ରୁ ୨୫%କୁ ହ୍ରାସ ହୋଇପାରେ। ଏଥିସହିତ ସର୍ବାଧିକ ଟିକସ ବ୍ରାକେଟ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିବା ନେଇ ବିଚାର କରାଯାଉଛି ।
ବେତନଭୋଗୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଘର ଭଡ଼ା ଭତ୍ତା (ଏଚଆରଏ) ପ୍ରଦାନ କରାଯାଇଥାଏ। ଜଣେ କର୍ମଚାରୀଙ୍କ ମୂଳ ଦରମା ଚାକିରି ସ୍ଥାନକୁ ଆଧାର କରି ଏଚଆରଏ ନିର୍ଦ୍ଧାରଣ କରାଯାଇଥାଏ। ଯେଉଁମାନେ ସେମାନଙ୍କର ହୋମ ଟାଉନ ଛାଡ଼ି ଅନ୍ୟ ସହରରେ ରହିଥାନ୍ତି ସେମାନଙ୍କୁ ଭରଘଡ଼ା କ୍ଷେତ୍ରରେ ଏକ ବଡ଼ ଆଶ୍ୱସ୍ତି ମିଳିଥାଏ। ବର୍ତ୍ତମାନ ଚେନ୍ନାଇ, ଦିଲ୍ଲୀ, କଲକାତା, ମୁମ୍ବଇ ପରି ୪ଟି ସହରରେ କର୍ମଚାରୀମାନେ ସେମାନଙ୍କର ମୂଳ ବେତନର ୫୦ ପ୍ରତିଶତ ଏଚଆରଏ ରିଆତି ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି। ଏଥିରେ ଅନ୍ୟ ସ୍ଥାନର କର୍ମଚାରୀଙ୍କ ପାଇଁ ବେତନର ୪୦ ପ୍ରତିଶତ ଛାଡ଼ କରାଯାଉଛି। ବର୍ତ୍ତମାନ ସମୟରେ ବେଙ୍ଗାଲୁରୁ, ଗୁରୁଗ୍ରାମ, ପୁଣେ, ହାଇଦ୍ରାବ ଭଳି ସହରଗୁଡିକରେ ମଧ୍ୟରେ ଦରଦାମ୍ ବୃଦ୍ଧି ପାଇଥିବାରୁ କେନ୍ଦ୍ର ସରକାର ଏଥର ବଜେଟର କିଛି ସହରକୁ ଏଥିରେ ଯୋଡିପାରନ୍ତି। ତେଣୁ ଏଥର ବଜେଟରେ ଏହି ସୀମା ୧୦ରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ।