ଭୋଟ୍ ଦେଉଛି ଦିଲ୍ଲୀ : ୭୦ ଆସନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଦେଢ଼ କୋଟି ଭୋଟର
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ପାଇଁ ବୁଧବାର ମତଦାନ ହେଉଛି। ଗୋଟିଏ ପର୍ଯ୍ୟାୟରେ ମୋଟ ୭୦ ଆସନ ପାଇଁ ଆଜି ଭୋଟ ଗ୍ରହଣ କରାଯାଉଛି, ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ଟା ଯାଏଁ ଭୋଟିଂ ପ୍ରକ୍ରିିୟା ଚାଲିବ। ଦିଲ୍ଲୀର ମୋଟ୍ ୭୦ ଆସନରେ ୬୯୯ ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରିବେ ଦେଢ଼ କୋଟି ଭୋଟର। ଦେଶର ରାଜଧାନୀ ଦିିଲ୍ଲୀ ନିର୍ବାଚନରେ ମୁଖ୍ୟତଃ ଶାସକ ଦଳ ଆପ୍ […]

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ପାଇଁ ବୁଧବାର ମତଦାନ ହେଉଛି। ଗୋଟିଏ ପର୍ଯ୍ୟାୟରେ ମୋଟ ୭୦ ଆସନ ପାଇଁ ଆଜି ଭୋଟ ଗ୍ରହଣ କରାଯାଉଛି, ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ଟା ଯାଏଁ ଭୋଟିଂ ପ୍ରକ୍ରିିୟା ଚାଲିବ। ଦିଲ୍ଲୀର ମୋଟ୍ ୭୦ ଆସନରେ ୬୯୯ ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରିବେ ଦେଢ଼ କୋଟି ଭୋଟର।
ଦେଶର ରାଜଧାନୀ ଦିିଲ୍ଲୀ ନିର୍ବାଚନରେ ମୁଖ୍ୟତଃ ଶାସକ ଦଳ ଆପ୍ ଏବଂ ବିରୋଧୀ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି। ଅନ୍ୟପକ୍ଷରେ ୧୫ବର୍ଷ ଧରି ଦିଲ୍ଲୀରେ ରାଜ୍ କରିଥିବା କଂଗ୍ରେସ ଏଥର ଅସ୍ତିତ୍ବର ଲଢେଇ ଲଢୁଛି। ନିର୍ବାଚନରେ ଇଣ୍ଡିଆ ମେଣ୍ଟର ୫ ଦଳ ପରସ୍ପର ସହ ଲଢେଇ କରୁଥିବାରୁ ଏହା ବିଜେପି ପାଇଁ ଫାଇଦା ହୋଇପାରେ ବୋଲି ଆକଳନ କରାଯାଉଛି। ବିଜେପି ନିଜର ରଣନୀତି ମଧ୍ୟ ବଦଳାଇଛି। ଲୋକସଭା ନିର୍ବାଚନରେ ବିଜେପିକୁ ସବୁ ବର୍ଗର ଭୋଟରଙ୍କସମର୍ଥନ ମିଳୁଥିଲେ ହେଁ ବିଧାନସଭା ନିର୍ବାଚନରେ ଏଥିରେ ଫରକ୍ ଦେଖାଯାଇ ଆସିଛି। ଚାନ୍ଦିନୀଚୌକ ଲୋକସଭା ଆସନରେ ବିଜେପି ସାଂସଦ ଜିତିଛନ୍ତି। ହେଲେ ଏହି ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ୧୦ଟି ବିଧାନସଭା ଆସନରେ ବିଜେପି ଆଦୌ ଭଲ ପ୍ରଦର୍ଶନ କରିପାରିନଥିଲା। ୨୦୨୦ନିର୍ବାଚନରେ ପୂର୍ବାଞ୍ଚଳ ବହୁଳ ୭ଟି ଆସନ ବିଜେପି ଖାତାକୁ ଯାଇଥିଲା।
ନିର୍ବାଚନ କମିସନଙ୍କ ତଥ୍ୟ ଅନୁସାରେ ମୋଟ ୬୯୯ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଡିଆର ରିପୋର୍ଟ ଅନୁସାରେ ୧୩୨ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୮୧ ଜଣଙ୍କ ବିରୋଧରେ ହତ୍ୟା, ଅପହରଣ ଏବଂ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକ ଅଭିଯୋଗ ରହିଛି। ସେହିପରି ୫ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ମୋଟ ସମ୍ପତ୍ତି ମୂଲ୍ୟ ପ୍ରତ୍ୟେକ ୧୦୦ କୋଟିରୁ ଅଧିକ ରହିଛି।