ବଢୁଛି ଦାଦନ ସମସ୍ୟା: ଦାଦନ ଖଟିବାକୁ ଯାଇ ମହିଳାଙ୍କ ଚାଲିଗଲା ଜୀବନ
ଦାରିଙ୍ଗବାଡି,୯।୧୦(ଅରୁଣ ସାହୁ): ଦାଦନ ଖଟିବାକୁ ଯାଇ ମହିଳାଙ୍କ କେରଳରେ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମୃତକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ପଞ୍ଚାୟତ କେରୁବାଡି ଗ୍ରାମ ଶ୍ରାମବା ସାହିର ସସ୍ମିତା ନାୟକ ଓରଫ ରଞ୍ଜୁତା (୪୦)। ସେ ସେଠାରେ କାମ କରୁଥିବା ଅବସ୍ଥାରେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମୃତ୍ୟୁବରଣ କରିଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କ ମୃତଦେହ ନିଜ ଗ୍ରାମରେ ପହଞ୍ଚିବା ସମ୍ଭାବନା ରହିଛି। ପ୍ରକାଶ ଯେ, ସସ୍ମିତାଙ୍କ […] The post ବଢୁଛି ଦାଦନ ସମସ୍ୟା: ଦାଦନ ଖଟିବାକୁ ଯାଇ ମହିଳାଙ୍କ ଚାଲିଗଲା ଜୀବନ appeared first on Dharitri Odia News.
ଦାରିଙ୍ଗବାଡି,୯।୧୦(ଅରୁଣ ସାହୁ): ଦାଦନ ଖଟିବାକୁ ଯାଇ ମହିଳାଙ୍କ କେରଳରେ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମୃତକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ପଞ୍ଚାୟତ କେରୁବାଡି ଗ୍ରାମ ଶ୍ରାମବା ସାହିର ସସ୍ମିତା ନାୟକ ଓରଫ ରଞ୍ଜୁତା (୪୦)। ସେ ସେଠାରେ କାମ କରୁଥିବା ଅବସ୍ଥାରେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମୃତ୍ୟୁବରଣ କରିଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କ ମୃତଦେହ ନିଜ ଗ୍ରାମରେ ପହଞ୍ଚିବା ସମ୍ଭାବନା ରହିଛି।
ପ୍ରକାଶ ଯେ, ସସ୍ମିତାଙ୍କ ୨ଟି ଝିଅ ରହିଛନ୍ତି ଜଣେ ଦଶମ ଓ ଅନ୍ୟ ଜଣେ ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି ତାଙ୍କର ଆର୍ଥିକ ଅନାଟନ ମଧ୍ୟରେ ଚଳନୀ ଓ ପିଲାଙ୍କୁ ପାଠ ପଢାଇବା ମୁସ୍କିଲ ହୋଇଥିଲା ଦାରିଦ୍ର୍ୟତା ଏତେ ବଢିଯାଇଥିଲା ଯେ ସେ ଏଠାରେ କୌଣସି କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ସ୍ବାମୀ ସୁଶାନ୍ତ କୁମାର ନାୟକଙ୍କ ସହ କାମଧନ୍ଦାରେ ବାହାରିଥିଲେ। ତେବେ ସେଠାରେ ମାତ୍ର କିଛି ମାସ କାମ କରିବା ପରେ ଏଭଳି ଅଘଟଣ ଘଟି ସେ ଆରପାରିକୁ ଚାଲିଗଲେ।
ସୂଚନା ଯୋଗ୍ୟ ଯେ, ଗତ ଦେଢ଼ ବର୍ଷ ମଧ୍ୟରେ ଉକ୍ତ ଅଞ୍ଚଳରୁ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଏହି ୨ ମାସ ମଧ୍ୟରେ ପ୍ରାୟ ୪ ଜଣଙ୍କ ରାଜ୍ୟ ବାହାରେ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଭ୍ରମରବାଡି, କେରୁବାଡି, ସୋନପୁର ଆଦି ଅଞ୍ଚଳର ଲୋକ ରହିଛନ୍ତି। ବିଶେଷ କରି ଯୁବପିଢ଼ିଙ୍କ ଅଧିକ ମୃତ୍ୟୁ ହେଉଥିବା କୁହାଯାଇଛି। ଏହାର ମୁଖ୍ୟ କାରଣ ସମ୍ପର୍କରେ କୁହାଯାଉଛି ଯେ, ଗାଁ ଗାଁରେ ଖୁଦ୍ର ଋଣ ବୋଝ ଲୋକଙ୍କ ମୁଣ୍ଡ ଉପରେ ରହୁଛି। ରାଇକିଆ, ଦାରିଙ୍ଗବାଡି ଆଦି ଅଞ୍ଚଳରେ ଛତୁ ଫୁଟିଲା ଭଳି ଅନେକ ଫାଇନାନ୍ସ କମ୍ପାନୀଗୁଡିକ ଖୋଲିଥିବାବେଳେ ମହିଳାମାନଙ୍କ ଉନ୍ନତି ପାଇଁ ବିଭିନ୍ନ କମ୍ପାନୀ ଗୁଡିକ ଋଣ ସହଜରେ ପ୍ରଦାନ କରନ୍ତି ଏବଂ ଋଣ ସୁଝିନପାରି ଗାଁ ଛାଡି ଅଞ୍ଚଳର ଶତାଧିକ ମହିଳା ପୁରୁଷ ଏବଂ ସେମାନଙ୍କ ଦାଦନ ଯିବା ପାଇଁ କେରଳରୁ ସିଧା ବସ୍ର ସୁବିଧା ମଧ୍ୟ ରହିଥିବାରୁ ଅଞ୍ଚଳର ପ୍ରାୟ ୩୫ ଭାଗ ଲୋକ ଗାଁ ଛାଡୁଥିବା ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ଏନେଇ ବିଡ଼ିଓ ଗଦାଧର ପାତ୍ର କହିଛନ୍ତି, ସେ ଏଭଳି ଘଟଣା ଶୁଣିଛନ୍ତି ଘଟଣା ସମ୍ପର୍କରେ ତଦନ୍ତ କରାଯିବ।
The post ବଢୁଛି ଦାଦନ ସମସ୍ୟା: ଦାଦନ ଖଟିବାକୁ ଯାଇ ମହିଳାଙ୍କ ଚାଲିଗଲା ଜୀବନ appeared first on Dharitri Odia News.