ବଢୁଛି ବାଂଲାଦେଶୀ କବାଡ଼ିଆଙ୍କ ସଂଖ୍ୟା

ଯାଜପୁରରୋଡ଼,୧୪।୮(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁର ଜିଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ସ୍ଥାନରେ ଏମାନେ କବାଡ଼ିଆ ଓ ଫେରିବାଲା ଆଳରେ ସରକାରୀ ଜାଗାରେ ଜବରଦଖଲ କରି ବସତି ସ୍ଥାପନ କରିଛନ୍ତି। ବିଶେଷ କରି ବ୍ୟାସନଗର ସହର ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛିଚ ଫଳରେ ବ୍ୟାସନଗର ତଥା କଳିଙ୍ଗନଗର ଅଞ୍ଚଳରେ ଚୋରି ଡକାୟତି ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି । ସେମାନଙ୍କ ସଂଖ୍ୟା ବର୍ତ୍ତମାନ […] The post ବଢୁଛି ବାଂଲାଦେଶୀ କବାଡ଼ିଆଙ୍କ ସଂଖ୍ୟା appeared first on Dharitri Odia News.

ବଢୁଛି ବାଂଲାଦେଶୀ କବାଡ଼ିଆଙ୍କ ସଂଖ୍ୟା

ଯାଜପୁରରୋଡ଼,୧୪।୮(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁର ଜିଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ସ୍ଥାନରେ ଏମାନେ କବାଡ଼ିଆ ଓ ଫେରିବାଲା ଆଳରେ ସରକାରୀ ଜାଗାରେ ଜବରଦଖଲ କରି ବସତି ସ୍ଥାପନ କରିଛନ୍ତି। ବିଶେଷ କରି ବ୍ୟାସନଗର ସହର ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛିଚ ଫଳରେ ବ୍ୟାସନଗର ତଥା କଳିଙ୍ଗନଗର ଅଞ୍ଚଳରେ ଚୋରି ଡକାୟତି ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି । ସେମାନଙ୍କ ସଂଖ୍ୟା ବର୍ତ୍ତମାନ ୧୦ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ସେମାନେ ସହରର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଓ ବେସରକାରୀ ଜମିକୁ ଜବରଦଖଲ କରି ରହୁଛନ୍ତି। ସେମାନେ ନିଜର ନାମ ପରିବର୍ତ୍ତନ କରି ଜାଲ ପରିଚୟ ପତ୍ର ଓ ଭୋଟର ଲିଷ୍ଟ ମାଧ୍ୟମରେ ବହୁ ସରକାରୀ ସୁବିଧା ହାସଲ କରୁଥିବା ସୂଚନା ମିଳିଛି ା ଏବେ ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ଯୋଗୁ କେତେଜଣ ନୂଆ ବାଂଲାଦେଶୀ ଏମାନଙ୍କ ସହିତ ଆସି ରହୁଥିବା ଅଭିଯୋଗ ହୋଇଛି ା
ବ୍ୟାସନଗର ସହର କଳିଙ୍ଗନଗରର ମୁଖଶାଳା ହୋଇଥିବାରୁ ଏହି ସହରରେ ନିଶା କାରବାର ବୃଦ୍ଧି ପାଉଛି ା ସହରର ରେଳ ବିଭାଗ ଜମି, ମୁଣ୍ଡମାଳ, ସାପଗାଡ଼ିଆ, ବଙ୍ଗାଳି ସାହି, ଦଳା, ଚୋରଦା ବାଇପାସ, ଧବଳଗିରି ଆଦି ଅଞ୍ଚଳରେ ଏହି ଲୋକମାନେ ଆଡ୍ଡା ଜମାଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ଅଭିଯୋଗ ହୋଇଛି ା ସେହି ଲୋକମାନେ ଦିନରାତି ସହରର ବିଭିନ୍ନ ସ୍ଥାନ, ଗଳିକନ୍ଦି ବୁଲି ପ୍ଲାଷ୍ଟିକ, କାଗଜ ପେଟି ଓ ଅଦରକାରୀ ସାମଗ୍ରୀ ସଂଗ୍ରହ କରିବା ପରେ ସେଗୁଡିକୁ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଏହି ବାହାନାରେ ଚୋରି, ଲୁଟ୍‌, ଡକାୟତି, ଅବାଧ ନିଶାକାରବାର ସହ ଦେହ ବ୍ୟବସାୟରେ ଲିପ୍ତ ରହୁଛନ୍ତି। ବିଶେଷ କରି ଏହାର ପ୍ରଭାବ ଯୁବପୀଢ଼ିଙ୍କ ଉପରେ ପଡୁଛି। ସେହି ଲୋକମାନଙ୍କ କୌଣସି ସ୍ଥାୟୀ ପରିଚୟ ନ ଥିବା ବେଳେ ସେମାନେ ନିଜକୁ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ, ମେଦିନପୁର, ଚବିଶ ପ୍ରଗଣା ଓ ବେହେଲା ଜିଲାର ବୋଲି କହୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ରାଜମିସ୍ତ୍ରୀ ଓ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ସୁଯୋଗ ଦେଖି ଚୋରି ଡାକୟତ କରି ଫେରାର ହୋଇଯାଉଛନ୍ତି। ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପ୍ରକୃତରେ ସେମାନେ ବାଂଲାଦେଶୀ ହୋଇଥିବାରୁ କେଉଁବାଟେ ପ୍ରବେଶ କରୁଛନ୍ତି ତାହା ପୋଲିସର ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ପୋଲିସ ଏନେଇ ବିଭିନ୍ନ ଅଞ୍ଚଳରେ ଥିବା ରାଜ୍ୟ ବାହାର କବାଡିଆ, ରାଜମିସ୍ତ୍ରୀ ଓ ଶ୍ରମିକମାନଙ୍କୁ ଚି଼ହ୍ନଟ କରି ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ନିଆଯିବା କାର୍ଯ୍ୟ ଆରମ୍ଭ କରିଛି। ପଞ୍ଚାୟତସ୍ତରରେ ସରପଞ୍ଚମାନଙ୍କୁ ଓ ଜନସାଧାରଣଙ୍କୁ ନିଜ ଅଞ୍ଚଳରେ କୌଣସି ସନ୍ଦିଗ୍ଧ ନଜରକୁ ଆସିଲେ ପୋଲିସକୁ ତୁରନ୍ତ ଜଣାଇବାକୁ କୁହାଯାଇଛି।

The post ବଢୁଛି ବାଂଲାଦେଶୀ କବାଡ଼ିଆଙ୍କ ସଂଖ୍ୟା appeared first on Dharitri Odia News.