ବୟସ ୫୦ ଟପିଲେ କ’ଣ ହୁଏ ଜାଣି ରଖନ୍ତୁ…
ଆଲଜିମର୍ସ ରୋଗ ପ୍ରାୟ ୫୦ ବର୍ଷ ବୟସ ପରେ ପ୍ରକାଶପାଏ। ରୋଗ ହେଲେ ମସ୍ତିଷ୍କର ସ୍ନାୟୁ କୋଷଗୁଡ଼ିକରେ ବିଟା-ଆମିଲଏଡ୍ ନାମକ ଏକ ପ୍ରୋଟିନ୍ ଖଣ୍ଡମାନ ଜମିଯାଏ। ଏହି ବିଟା-ଆମିଲଏଡ୍ ଜମିବା ଫଳରେ ସ୍ମୃତିହାନି ଜାତ ହେବା ସ୍ବାଭାବିକ। ରୋଗୀ ମସ୍ତିଷ୍କରେ ସ୍ନାୟୁକୋଷମାନ ମରିଯାଆନ୍ତି। ସ୍ନାୟୁକୋଷ-ସ୍ନାୟୁକୋଷ ମଧ୍ୟରେ ଥିବା ସଂଯୋଗ ଛିନ୍ନ ହୋଇଯାଏ। ଏହାଦ୍ୱାରା ସ୍ନାୟୁକୋଷ ଏବଂ ସ୍ନାୟୁ ସଂଯୋଗ କାର୍ଯ୍ୟରହିତ ହୋଇପଡ଼ନ୍ତି। ତେବେ ମସ୍ତିଷ୍କର ସବୁ ଅଞ୍ଚଳରେ ଏଭଳି ପରିବର୍ତ୍ତନ ପରିଲକ୍ଷିତ ନ ହୋଇ କେତେକ ନିର୍ଦ୍ଦିଷ୍ଟ […] The post ବୟସ ୫୦ ଟପିଲେ କ’ଣ ହୁଏ ଜାଣି ରଖନ୍ତୁ… appeared first on Dharitri Odia News.
ଆଲଜିମର୍ସ ରୋଗ ପ୍ରାୟ ୫୦ ବର୍ଷ ବୟସ ପରେ ପ୍ରକାଶପାଏ। ରୋଗ ହେଲେ ମସ୍ତିଷ୍କର ସ୍ନାୟୁ କୋଷଗୁଡ଼ିକରେ ବିଟା-ଆମିଲଏଡ୍ ନାମକ ଏକ ପ୍ରୋଟିନ୍ ଖଣ୍ଡମାନ ଜମିଯାଏ। ଏହି ବିଟା-ଆମିଲଏଡ୍ ଜମିବା ଫଳରେ ସ୍ମୃତିହାନି ଜାତ ହେବା ସ୍ବାଭାବିକ। ରୋଗୀ ମସ୍ତିଷ୍କରେ ସ୍ନାୟୁକୋଷମାନ ମରିଯାଆନ୍ତି। ସ୍ନାୟୁକୋଷ-ସ୍ନାୟୁକୋଷ ମଧ୍ୟରେ ଥିବା ସଂଯୋଗ ଛିନ୍ନ ହୋଇଯାଏ। ଏହାଦ୍ୱାରା ସ୍ନାୟୁକୋଷ ଏବଂ ସ୍ନାୟୁ ସଂଯୋଗ କାର୍ଯ୍ୟରହିତ ହୋଇପଡ଼ନ୍ତି। ତେବେ ମସ୍ତିଷ୍କର ସବୁ ଅଞ୍ଚଳରେ ଏଭଳି ପରିବର୍ତ୍ତନ ପରିଲକ୍ଷିତ ନ ହୋଇ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସ୍ନାୟୁକୋଷରେ ପରିବର୍ତ୍ତନ ପରିଲକ୍ଷିତ ହୁଏ। ପରିବର୍ତ୍ତିତ ହେଉ ନ ଥିବା ମସ୍ତିଷ୍କ ଅଞ୍ଚଳ ସୁସ୍ଥତାର ସହ କାର୍ଯ୍ୟ କରିଚାଲିବା ସତରେ ଏକ ବୈଜ୍ଞାନିକ ବିସ୍ମୟ। ହେଲେ ସ୍ନାୟୁକୋଷଗୁଡ଼ିକରେ ଜାତ ଅସ୍ବାଭାବିକତାକୁ ପ୍ରଭାବିତ କରିଥାଏ ରୋଗୀର ଜିନ୍, ପରିବେଶ ଓ ତାହାର ଜୀବନଶୈଳୀ। ପୁଣି ରୋଗୀଭେଦରେ ଏହି ପ୍ରଭାବରେ ପରିଲକ୍ଷିତ ହୋଇଥାଏ ଭିନ୍ନତା। ଜାଣି ରଖିବା କଥା ଯେ, ଆଲଜିମର୍ସର ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ମସ୍ତିଷ୍କରେ ରୋଗଟିର ମୂଳଦୁଆ ପଡ଼ିସାରିଥାଏ। ରୋଗୀ ଅନେକ କଥା ସହଜରେ ମନେପକେଇ ପାରେନି। ବୟସ ୬୫ରୁ ଊର୍ଦ୍ଧ୍ୱ ହୋଇଗଲେ ଆଲଜିମର୍ସ ବାହାରିବା ଆଶଙ୍କା ବେଶି।
The post ବୟସ ୫୦ ଟପିଲେ କ’ଣ ହୁଏ ଜାଣି ରଖନ୍ତୁ… appeared first on Dharitri Odia News.