ବଣିଆପାଟ ଶିଶୁମନ୍ଦିରରେ ସରସ୍ଵତୀ ପୂଜା ଓ ମାତୃସମ୍ମିଳନୀ
କେନ୍ଦୁଝର ୨ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ କଲେଜ ରୋଡ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ମା’ ବାଗଦେବୀଙ୍କ ପୂଜା ସହିତ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମା’ ସରସ୍ଵତୀଙ୍କ ପୂଜା କରିଥିବା ବେଳେ ବିଦ୍ୟାଳୟର ଶିଶୁ ବାଟିକା ବିଭାଗର ଶିଶୁ ବୋଧ ଶ୍ରେଣୀର ଶିଶୁ ଭାଇ ଭଉଣୀଙ୍କର ବିଦ୍ୟାରମ୍ଭ ଯଜ୍ଞ ସହ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶ୍ରେଣୀର ଶିଶୁ ଭାଇ ଭଉଣୀ ତଥା ସେମାନଙ୍କ ମତୃ […] The post ବଣିଆପାଟ ଶିଶୁମନ୍ଦିରରେ ସରସ୍ଵତୀ ପୂଜା ଓ ମାତୃସମ୍ମିଳନୀ appeared first on Dharitri Odia News.
କେନ୍ଦୁଝର ୨ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ କଲେଜ ରୋଡ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ମା’ ବାଗଦେବୀଙ୍କ ପୂଜା ସହିତ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମା’ ସରସ୍ଵତୀଙ୍କ ପୂଜା କରିଥିବା ବେଳେ ବିଦ୍ୟାଳୟର ଶିଶୁ ବାଟିକା ବିଭାଗର ଶିଶୁ ବୋଧ ଶ୍ରେଣୀର ଶିଶୁ ଭାଇ ଭଉଣୀଙ୍କର ବିଦ୍ୟାରମ୍ଭ ଯଜ୍ଞ ସହ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଉକ୍ତ ଶ୍ରେଣୀର ଶିଶୁ ଭାଇ ଭଉଣୀ ତଥା ସେମାନଙ୍କ ମତୃ ମଣ୍ଡଳୀ ପ୍ରାତଃ ସମୟରେ ସ୍ଥାନୀୟ କଲେଜ ରୋଡ କଳ୍ପେଶ୍ଵର ଶିବ ମନ୍ଦିରରେ ପୂଜା କାର୍ଯ୍ୟ ଆରମ୍ଭ କରି କୀର୍ତ୍ତନ ମଣ୍ଡଳୀ ସହ ପାଲିଙ୍କି ଯାତ୍ରାରେ ବିଦ୍ୟାଳୟକୁ ଆସିଥିଲେ। ବିଦ୍ୟାଳୟରେ ସେହି ଶିଶୁ ମାନଙ୍କୁ ପୁରୋହିତ ଦ୍ୱାରା ଯଜ୍ଞ କାର୍ଯ୍ୟ କରି ଖଡିଛୁଆଁ କରାଯାଇଥାଲା। ତତ୍ ସଙ୍ଗେ ସଙ୍ଗେ ଅପରାହ୍ଣରେ ସମର୍ପଣ ଉତ୍ସବ ସହ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଏଥିରେ ବିଦ୍ୟାଳୟର ସଭାପତି ଡଃ ଅନିଲ କୁମାର ଦାସଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ହୋଇଥିଲାବେଳେ କେନ୍ଦୁଝର ସଦରର ସିଡିପିଓ ସ୍ଵର୍ଣ୍ଣଲତା ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ତ୍ତମାନ ସମୟରେ ମା’ ମାନଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ।
ସମ୍ପାଦକ ଭାଗୀରଥି ଗିରି , ଉପସଭାପତି ହୃଦାନନ୍ଦ ପ୍ରଧାନ, ସଦସ୍ୟା ମନ୍ଦାକିନୀ ବେହେରା ଯୋଗ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ଼ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି ପରିପ୍ରେକ୍ଷୀ ରେ ମା’ ମାନଙ୍କ ଦ୍ବାରା ସମର୍ପଣ କାର୍ଯ୍ୟ କ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ସେବା ବ୍ରତୀ ସହଯୋଗ କରିଥିଲେ।
The post ବଣିଆପାଟ ଶିଶୁମନ୍ଦିରରେ ସରସ୍ଵତୀ ପୂଜା ଓ ମାତୃସମ୍ମିଳନୀ appeared first on Dharitri Odia News.