ବଣୁଆ ହାତୀଙ୍କୁ କାବୁ କରିବାକୁ ତାମିଲନାଡୁରୁ ଆସିବ କୁମକି ହାତୀ
ବଣୁଆ ହାତୀଙ୍କୁ କାବୁ କରିବାକୁ ତାମିଲନାଡୁରୁ ଆସିବ କୁମକି ହାତୀ। ରାଜ୍ୟରେ ହାତୀ- ମଣିଷ ଲଢେଇ ବୃଦ୍ଧି ପାଇଥିବା ବେଳେ ଏହାକୁ କାବୁ କରିବାକୁ ରାଜ୍ୟ ସରକାରଙ୍କ ବନ ବିଭାଗ ତାମିଲନାଡୁ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ଏନେଇ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ତାମିଲନାଡୁର ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁଙ୍କୁ ଚିଠି ଲେଖିଛନ୍ତି। ବନ୍ୟଜନ୍ତୁ ସଂରକ୍ଷଣ ଓ ହାତୀ- ଲଢେଇ ରୋକିବାରେ ତାମିଲନାଡୁ ଆଖିଦୃଶିଆ ସଫଳତା ହାସଲ କରିଛି। […] The post ବଣୁଆ ହାତୀଙ୍କୁ କାବୁ କରିବାକୁ ତାମିଲନାଡୁରୁ ଆସିବ କୁମକି ହାତୀ appeared first on KNews Odisha.

ବଣୁଆ ହାତୀଙ୍କୁ କାବୁ କରିବାକୁ ତାମିଲନାଡୁରୁ ଆସିବ କୁମକି ହାତୀ। ରାଜ୍ୟରେ ହାତୀ- ମଣିଷ ଲଢେଇ ବୃଦ୍ଧି ପାଇଥିବା ବେଳେ ଏହାକୁ କାବୁ କରିବାକୁ ରାଜ୍ୟ ସରକାରଙ୍କ ବନ ବିଭାଗ ତାମିଲନାଡୁ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ଏନେଇ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ତାମିଲନାଡୁର ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁଙ୍କୁ ଚିଠି ଲେଖିଛନ୍ତି।
ବନ୍ୟଜନ୍ତୁ ସଂରକ୍ଷଣ ଓ ହାତୀ- ଲଢେଇ ରୋକିବାରେ ତାମିଲନାଡୁ ଆଖିଦୃଶିଆ ସଫଳତା ହାସଲ କରିଛି। ଏଥିପାଇଁ ୪ଟି କୁମକି ହାତୀ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ସତ୍ୟବ୍ରତ ସାହୁ। ଏହି ହାତୀଗୁଡ଼ିକ ଜନବସତିକୁ ପଶିଆସୁଥିବା ବଣୁଆହାତୀ ଘଉଡ଼ାଇବାରେ ସହାୟତା କରିବେ ବୋଲି ଚିଠିରେ ଅନୁରୋଧ କରିଛନ୍ତି। ପରେଷ୍ଟ ପାଟ୍ରୋଲିଂ ଓ ଉଦ୍ଧାର କାର୍ଯ୍ୟରେ କୁମକି ହାତୀ ସହାୟତା କରିବେ ବୋଲି କୁହାଯାଇଛି।
The post ବଣୁଆ ହାତୀଙ୍କୁ କାବୁ କରିବାକୁ ତାମିଲନାଡୁରୁ ଆସିବ କୁମକି ହାତୀ appeared first on KNews Odisha.