ବଦନାମ୍‌ ହେଉଛି ଇସ୍ପାତ ନଗରୀ: ଦିନ ଦ୍ୱିପ୍ରହରେ ଫୁଟୁଛି ଗୁଳି, ବଢ଼ିଚାଲିଛି ଲୁଟପାଟ୍‌

କନକ ବ୍ୟୁରୋ : ଅପରାଧ ମୁକ୍ତ ହେବ ଷ୍ଟିଲସିଟି ରାଉରକେଲା । ଅପରାଧୀଙ୍କ ଉପରେ ଲାଗିବ ଲଗାମ୍‌ । ପୋଲିସର ତୀକ୍ଷ୍ନ ନଜର ରହିବ ପୋଶାଦାର ଅପରାଧୀଙ୍କ ଉପରେ  । ଏନେଇ ରାଉରକେଲା ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ-ଅପରେସନ୍‌ ସୁରକ୍ଷା ।  ଗତ କିଛି ଦିନ ହେଲା ହଠାତ୍‌ ଅଶାନ୍ତ ହୋଇପଡ଼ିଛି ରାଉରକେଲା । ଦିନ ଦ୍ୱିପ୍ରହରେ ଗୁଳି ଫୁଟୁଛି, ଖୁଲମ୍‌ଖୁଲ୍ଲା ବନ୍ଧୁକ ବେପାର ଚାଲିଛି, ଲୁଟପାଟ୍‌, ଦୁଷ୍କର୍ମ ଘଟଣା ବି ବଢ଼ି ଚାଲିଛି । ଲଗାତାର ଏଭଳି ଅପରାଧିକ ଘଟଣା ପାଇଁ ସହର ବଦନାମ୍ ମୁଣ୍ଡେଇଛି । ହେଲେ ଖୁବଶୀଘ୍ର ଅପରାଧରେ ଲାଗିବ ବ୍ରେକ । ଏନେଇ ରାଉରକେଲା ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ଡ୍ରାଇଭ- ଅପରେସନ ସୁରକ୍ଷା । ବୈଷୟିକ ଜ୍ଞାନ କୌଶଳ ଜରିଆରେ ହାର୍ଡକୋର ଅପରାଧୀଙ୍କ ଉପରେ ରହିବ ନଜର। ବିଭିନ୍ନ ଥାନାରେ ଥିବା ମାମଲା ଆଧାରରେ ଦୁର୍ଦ୍ଦାନ୍ତ ଅପରାଧୀ ଓ ଦାଗୀଙ୍କୁ ଚିହ୍ନଟ କରାଯାଉଛି । ଏଯାଏଁ ୧୩ଶହ ୪୦ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ ସରିଲାଣି । ସେହିପରି ୬୦ଜଣ ଅପରାଧୀଙ୍କ ପ୍ରୋଫାଇଲ ପ୍ରସ୍ତୁତ କରିଛି ପୋଲିସ ।    ତେବେ ରାଉରକେଲାର ଅବସ୍ଥିତି ଓ ପଡୋଶୀ ରାଜ୍ୟ ସହ ଏହାର ବ୍ୟାପକ ସୀମା ଯୋଗୁଁ, ଅପରାଧୀ ପୋଲିସକୁ ଚକମା ଦେଇ ଚମ୍ପଟ ମାରୁଛନ୍ତି । ତେବେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାମିନ ବିହୀନ ଗିରଫ ପରୱାନା ସହ ବାସସ୍ଥାନ ଓ ସର୍ବସାଧାରଣ ଜାଗାରେ ଲଟକା ଜାରି କରାଯାଇଛି । ଏପରିକି ଅପରାଧୀଙ୍କ ସମସ୍ତ

ବଦନାମ୍‌ ହେଉଛି ଇସ୍ପାତ ନଗରୀ: ଦିନ ଦ୍ୱିପ୍ରହରେ ଫୁଟୁଛି ଗୁଳି, ବଢ଼ିଚାଲିଛି ଲୁଟପାଟ୍‌

କନକ ବ୍ୟୁରୋ : ଅପରାଧ ମୁକ୍ତ ହେବ ଷ୍ଟିଲସିଟି ରାଉରକେଲା । ଅପରାଧୀଙ୍କ ଉପରେ ଲାଗିବ ଲଗାମ୍‌ । ପୋଲିସର ତୀକ୍ଷ୍ନ ନଜର ରହିବ ପୋଶାଦାର ଅପରାଧୀଙ୍କ ଉପରେ  । ଏନେଇ ରାଉରକେଲା ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ-ଅପରେସନ୍‌ ସୁରକ୍ଷା । 

ଗତ କିଛି ଦିନ ହେଲା ହଠାତ୍‌ ଅଶାନ୍ତ ହୋଇପଡ଼ିଛି ରାଉରକେଲା । ଦିନ ଦ୍ୱିପ୍ରହରେ ଗୁଳି ଫୁଟୁଛି, ଖୁଲମ୍‌ଖୁଲ୍ଲା ବନ୍ଧୁକ ବେପାର ଚାଲିଛି, ଲୁଟପାଟ୍‌, ଦୁଷ୍କର୍ମ ଘଟଣା ବି ବଢ଼ି ଚାଲିଛି । ଲଗାତାର ଏଭଳି ଅପରାଧିକ ଘଟଣା ପାଇଁ ସହର ବଦନାମ୍ ମୁଣ୍ଡେଇଛି । ହେଲେ ଖୁବଶୀଘ୍ର ଅପରାଧରେ ଲାଗିବ ବ୍ରେକ । ଏନେଇ ରାଉରକେଲା ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ଡ୍ରାଇଭ- ଅପରେସନ ସୁରକ୍ଷା । ବୈଷୟିକ ଜ୍ଞାନ କୌଶଳ ଜରିଆରେ ହାର୍ଡକୋର ଅପରାଧୀଙ୍କ ଉପରେ ରହିବ ନଜର। ବିଭିନ୍ନ ଥାନାରେ ଥିବା ମାମଲା ଆଧାରରେ ଦୁର୍ଦ୍ଦାନ୍ତ ଅପରାଧୀ ଓ ଦାଗୀଙ୍କୁ ଚିହ୍ନଟ କରାଯାଉଛି । ଏଯାଏଁ ୧୩ଶହ ୪୦ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ ସରିଲାଣି । ସେହିପରି ୬୦ଜଣ ଅପରାଧୀଙ୍କ ପ୍ରୋଫାଇଲ ପ୍ରସ୍ତୁତ କରିଛି ପୋଲିସ ।  

 ତେବେ ରାଉରକେଲାର ଅବସ୍ଥିତି ଓ ପଡୋଶୀ ରାଜ୍ୟ ସହ ଏହାର ବ୍ୟାପକ ସୀମା ଯୋଗୁଁ, ଅପରାଧୀ ପୋଲିସକୁ ଚକମା ଦେଇ ଚମ୍ପଟ ମାରୁଛନ୍ତି । ତେବେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାମିନ ବିହୀନ ଗିରଫ ପରୱାନା ସହ ବାସସ୍ଥାନ ଓ ସର୍ବସାଧାରଣ ଜାଗାରେ ଲଟକା ଜାରି କରାଯାଇଛି । ଏପରିକି ଅପରାଧୀଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ ଯୋଜନା ହୋଇଛି।