ବଦଳିଗଲା ଆୟୁଷ୍ମାନ କାର୍ଡର ନିୟମ, ଏବେ ଘରୋଇ ହସ୍ପିଟାଲରେ ଏହି ସବୁ ରୋଗର ହୋଇ ପାରିବନି ମାଗଣା ଚିକିତ୍ସା
ନୂଆଦିଲ୍ଲୀ ୨୭।୭: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ଖବର ଆସୁଛି। ମିଳୁଥିବା ସୂଚନା ଅନୁସାରେ ଆୟୁଷ୍ମାନ କାର୍ଡ ମାଧ୍ୟମରେ ଏବେ କିଛି ରୋଗର ଚିକିତ୍ସା ଘରୋଇ ହସ୍ପିଟାଲମାନଙ୍କରେ ମାଗଣାରେ ହୋଇ ପାରିବ ନାହିଁ। ଏଥିଲାଗି ଆପଣଙ୍କୁ ପ୍ରାଇଭେଟ ହସ୍ପିଟାଲଙ୍କୁ ଦେୟ ପୈଠ କରିବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ ଆୟୁଷ୍ମାନ କାର୍ଡରେ ଲୋକଙ୍କୁ ସରକାରୀ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲରେ ମଧ୍ୟ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ସରକାରଙ୍କ ପକ୍ଷରୁ କାର୍ଡଧାରୀଙ୍କୁ ସରକାରୀ ହେଉ ବା ଘରୋଇ ହସ୍ପିଟାଲରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଓ ଯାଞ୍ଚ ବ୍ୟବସ୍ଥା ନିଶୁଳ୍କ କରାଯାଇଛି। ହେଲେ ଏବେ ଏହି କାର୍ଡରେ ଚିକିତ୍ସା ନିୟମ ବଦଳି ଯାଇଛି। ଯେଉଁଥିରେ ଏହି ଯୋଜନା ଅନ୍ତର୍ଗତ କିଛି ରୋଗର ଚିକିତ୍ସା କେବଳ ଓ କେବଳ ସରକାରୀ ହସ୍ପିଟାଲରେ ମାଗଣାରେ ହୋଇ ପାରିବ। ଯଦି ଏହି ସବୁ ରୋଗର ଚିକିତ୍ସା ପ୍ରାଇଭେଟ ହସ୍ପିଟାଲରେ କରାଯାଏ ତେବେ ଏଥି ପାଇଁ ରୋଗୀଙ୍କୁ ଦେୟ ପୈଠ କରିବାକୁ ପଡିବ। ଏ କ୍ଷେତ୍ରରେ କାର୍ଡ ଗ୍ରହଣୀୟ ହେବ ନାହିଁ। ସ୍ୱାସ୍ଥ୍ୟ ବିଭାଗରୁ ମିଳୁଥିବା ସୂଚନା ଅନୁସାରେ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ପ୍ରାଇଭେଟ ହସ୍ପିଟାଲମାନଙ୍କରେ ୩ଟି ରୋଗର ଚିକିତ୍ସା ଓ ଅପରେସନ ଉଭୟ ବନ୍ଦ କରାଯାଇଛି। ଏଥିରେ ମସ୍ତିଷ୍କ, ପ୍ରସୂତୀଙ୍କ ଡେଲିଭରୀ ଏବଂ ଓଭାରୀ ୟୁଟ୍ରସ ଅପରେସନ ଏବେ ଆୟୁଷ୍
ନୂଆଦିଲ୍ଲୀ ୨୭।୭: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ଖବର ଆସୁଛି। ମିଳୁଥିବା ସୂଚନା ଅନୁସାରେ ଆୟୁଷ୍ମାନ କାର୍ଡ ମାଧ୍ୟମରେ ଏବେ କିଛି ରୋଗର ଚିକିତ୍ସା ଘରୋଇ ହସ୍ପିଟାଲମାନଙ୍କରେ ମାଗଣାରେ ହୋଇ ପାରିବ ନାହିଁ। ଏଥିଲାଗି ଆପଣଙ୍କୁ ପ୍ରାଇଭେଟ ହସ୍ପିଟାଲଙ୍କୁ ଦେୟ ପୈଠ କରିବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ ଆୟୁଷ୍ମାନ କାର୍ଡରେ ଲୋକଙ୍କୁ ସରକାରୀ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲରେ ମଧ୍ୟ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।
ଏହି ଯୋଜନାରେ ସରକାରଙ୍କ ପକ୍ଷରୁ କାର୍ଡଧାରୀଙ୍କୁ ସରକାରୀ ହେଉ ବା ଘରୋଇ ହସ୍ପିଟାଲରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଓ ଯାଞ୍ଚ ବ୍ୟବସ୍ଥା ନିଶୁଳ୍କ କରାଯାଇଛି। ହେଲେ ଏବେ ଏହି କାର୍ଡରେ ଚିକିତ୍ସା ନିୟମ ବଦଳି ଯାଇଛି। ଯେଉଁଥିରେ ଏହି ଯୋଜନା ଅନ୍ତର୍ଗତ କିଛି ରୋଗର ଚିକିତ୍ସା କେବଳ ଓ କେବଳ ସରକାରୀ ହସ୍ପିଟାଲରେ ମାଗଣାରେ ହୋଇ ପାରିବ। ଯଦି ଏହି ସବୁ ରୋଗର ଚିକିତ୍ସା ପ୍ରାଇଭେଟ ହସ୍ପିଟାଲରେ କରାଯାଏ ତେବେ ଏଥି ପାଇଁ ରୋଗୀଙ୍କୁ ଦେୟ ପୈଠ କରିବାକୁ ପଡିବ। ଏ କ୍ଷେତ୍ରରେ କାର୍ଡ ଗ୍ରହଣୀୟ ହେବ ନାହିଁ।
ସ୍ୱାସ୍ଥ୍ୟ ବିଭାଗରୁ ମିଳୁଥିବା ସୂଚନା ଅନୁସାରେ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ପ୍ରାଇଭେଟ ହସ୍ପିଟାଲମାନଙ୍କରେ ୩ଟି ରୋଗର ଚିକିତ୍ସା ଓ ଅପରେସନ ଉଭୟ ବନ୍ଦ କରାଯାଇଛି। ଏଥିରେ ମସ୍ତିଷ୍କ, ପ୍ରସୂତୀଙ୍କ ଡେଲିଭରୀ ଏବଂ ଓଭାରୀ ୟୁଟ୍ରସ ଅପରେସନ ଏବେ ଆୟୁଷ୍ମାନ କାର୍ଡରେ ପ୍ରାଇଭେଟ ହସ୍ପିଟାଲରେ ହୋଇ ପାରିବନି। ଏପରି ଚିକିତ୍ସା ସୁବିଧା କେବଳ ସରକାରୀ ହସ୍ପିଟାଲରେ ମାଗଣାରେ ଉପଲବ୍ଧ ହେବ। ଏଣୁ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡଧାରୀଙ୍କୁ ଏହି ସବୁ ରୋଗର ଚିକିତ୍ସା ସରକାରୀ ହସ୍ପିଟାଲରେ କରିବାକୁ ପଡିବ।
ଆୟୁଷ୍ମାନ ଯୋଜନା ଦେଶରେ ଗରୀବଙ୍କ ନିମନ୍ତେ ବେଶ୍ ଲାଭଜନକ ସାବ୍ୟସ୍ତ ହେଉଛି। ଏହି କାର୍ଡ ଦ୍ୱାରା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ସରକାରୀ ହେଉ କି ଘରୋଇ ହସ୍ପିଟାଲରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଓ ପରୀକ୍ଷା ମାଗଣାରେ କରାଇ ପାରୁଛନ୍ତି। ଏଥିରେ ରୋଗ ଓ ଅସ୍ତ୍ରୋପଚାର ମଧ୍ୟ ଲୋକେ ପ୍ରାଇଭେଟ ହସ୍ପିଟାଲରେ କରାଇ ପାରୁଛନ୍ତି।