ଇଟାଲୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ; ଜି-୭ ସମ୍ମିଳନୀରେ ହେବେ ସାମିଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ତୃତୀୟ ପାଳିରେ ପ୍ରଥମ ବିଦେଶ ଗସ୍ତ । ଗୁରୁବାରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତରେ ଯାଉଛନ୍ତି । ସେ ସେଠାରେ ଇଟାଲୀର ଜି-୭ ବୈଠକରେ ସାମିଲ୍ ହେବେ । ଏହି ବୈଠକରେ ଆମେରିକା, ଫ୍ରାନ୍ସ, ଜାପାନ, କାନାଡା ଓ ୟୁକ୍ରେନ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୪ ଜୁନରେ ହେବାକୁ ଥିବା ୫୦ତମ ଜି-୭ ଶିଖର ସମ୍ମିଳନୀରେ ଭାରତକୁ ଏକ ‘ଆଉଟ୍‌ରିଚ୍ କଣ୍ଟ୍ରି’ ଭାବେ ନିମନ୍ତ୍ରଣ ମିଳିଛି । ଏହି ମିଟିଂରେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତର ସମ୍ଭାବନା ରହିଛି । ଏନେଇ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଏନେଇ ସୂଚନା ଦେଇଛନ୍ତି ।  ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ସୁଲିଭାନ, ବାଇଡେନ ତରଫରୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି । 

ଇଟାଲୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ; ଜି-୭ ସମ୍ମିଳନୀରେ ହେବେ ସାମିଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ତୃତୀୟ ପାଳିରେ ପ୍ରଥମ ବିଦେଶ ଗସ୍ତ । ଗୁରୁବାରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତରେ ଯାଉଛନ୍ତି । ସେ ସେଠାରେ ଇଟାଲୀର ଜି-୭ ବୈଠକରେ ସାମିଲ୍ ହେବେ । ଏହି ବୈଠକରେ ଆମେରିକା, ଫ୍ରାନ୍ସ, ଜାପାନ, କାନାଡା ଓ ୟୁକ୍ରେନ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୪ ଜୁନରେ ହେବାକୁ ଥିବା ୫୦ତମ ଜି-୭ ଶିଖର ସମ୍ମିଳନୀରେ ଭାରତକୁ ଏକ ‘ଆଉଟ୍‌ରିଚ୍ କଣ୍ଟ୍ରି’ ଭାବେ ନିମନ୍ତ୍ରଣ ମିଳିଛି । ଏହି ମିଟିଂରେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତର ସମ୍ଭାବନା ରହିଛି । ଏନେଇ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଏନେଇ ସୂଚନା ଦେଇଛନ୍ତି ।  

ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ସୁଲିଭାନ, ବାଇଡେନ ତରଫରୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି ।