ବଦଳିବ ମେକ ଇନ୍ ଓଡ଼ିଶା କନକ୍ଲେଭର ନାମ, ନୂଆ ନାମ ହେବ ଉତ୍କଳ ଇନଭେଷ୍ଟ ସମିଟ
ଭୁବନେଶ୍ୱର ୨୮/୦୬: ବଦଳିବ ମେକ ଇନ୍ ଓଡ଼ିଶା କନକ୍ଲେଭର ନାମ ! ନୂଆ ନାମ ହେବ ଉତ୍କଳ ଇନଭେଷ୍ଟ ସମିଟ । ଏ ନେଇ ଆଜି ଇସାରା ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । CIIର ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବା ଅବସରରେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ଯୋଜନା କରାଯାଇଛି । ଉତ୍କଳ ଇନଭେଷ୍ଟ ସମିଟ ଜରିଆରେ ଏହି ପୁଞ୍ଜିନିବେଶ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଉତ୍କଳ ଇନଭେଷ୍ଟ ସମିଟ, ମେକ୍ ଇନ୍ ଓଡ଼ିଶା କନକ୍ଲେଭର ନୂଆ ନାମ କି ବୋଲି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଏହା ଆଗକୁ ହେବ । ହେଲେ ଜଣାଇ ଦିଆଯିବ ।
ଭୁବନେଶ୍ୱର ୨୮/୦୬: ବଦଳିବ ମେକ ଇନ୍ ଓଡ଼ିଶା କନକ୍ଲେଭର ନାମ ! ନୂଆ ନାମ ହେବ ଉତ୍କଳ ଇନଭେଷ୍ଟ ସମିଟ । ଏ ନେଇ ଆଜି ଇସାରା ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ।
CIIର ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବା ଅବସରରେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ଯୋଜନା କରାଯାଇଛି । ଉତ୍କଳ ଇନଭେଷ୍ଟ ସମିଟ ଜରିଆରେ ଏହି ପୁଞ୍ଜିନିବେଶ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।
ତେବେ ଉତ୍କଳ ଇନଭେଷ୍ଟ ସମିଟ, ମେକ୍ ଇନ୍ ଓଡ଼ିଶା କନକ୍ଲେଭର ନୂଆ ନାମ କି ବୋଲି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଏହା ଆଗକୁ ହେବ । ହେଲେ ଜଣାଇ ଦିଆଯିବ ।