ବଦଳିଯିବ ଭାଜପାର ପୂରା ଖେଳ, କେଜ୍‌ରିୱାଲଙ୍କୁ ସମର୍ଥନ କରିବ ଏହି ଦଳ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଗୋଟିଏ କି ଦୁଇଟି ନୁହେଁ ବରଂ ୧୦ଟି ଏକ୍‌ଜିଟ ପୋଲ ଆସିଛି। ଅନେକ ଏକ୍‌ଜିଟ ପୋଲରେ ଭାଜପା ସରକାର ଗଢୁଥିବା କୁହାଯାଉଛି। ଯାହାକୁ ନେଇ ଏଏପି ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କ ଚିନ୍ତା ବଢାଇ ଦେଇଛି। ଅନ୍ୟପଟେ ଦିଲ୍ଲୀ ଏକ୍‌ଜିଟ ପୋଲରେ କଂଗ୍ରେସ ପାଇଁ ଖାତା ଖୋଲିବା କଷ୍ଟକର ହେଉଛି। ଏହି ସମୟରେ, AIMIM ନେତା ୱାରିସ ପଠାନ କହିଛନ୍ତି ଯେ ତାଙ୍କ ଦଳ ଦିଲ୍ଲୀ ନିର୍ବାଚନରେ ଗୋଟିଏ କିମ୍ବା […] The post ବଦଳିଯିବ ଭାଜପାର ପୂରା ଖେଳ, କେଜ୍‌ରିୱାଲଙ୍କୁ ସମର୍ଥନ କରିବ ଏହି ଦଳ! ହେଲା ବଡ଼ ଖୁଲାସା appeared first on Dharitri Odia News.

ବଦଳିଯିବ ଭାଜପାର ପୂରା ଖେଳ, କେଜ୍‌ରିୱାଲଙ୍କୁ ସମର୍ଥନ କରିବ ଏହି ଦଳ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଗୋଟିଏ କି ଦୁଇଟି ନୁହେଁ ବରଂ ୧୦ଟି ଏକ୍‌ଜିଟ ପୋଲ ଆସିଛି। ଅନେକ ଏକ୍‌ଜିଟ ପୋଲରେ ଭାଜପା ସରକାର ଗଢୁଥିବା କୁହାଯାଉଛି। ଯାହାକୁ ନେଇ ଏଏପି ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କ ଚିନ୍ତା ବଢାଇ ଦେଇଛି। ଅନ୍ୟପଟେ ଦିଲ୍ଲୀ ଏକ୍‌ଜିଟ ପୋଲରେ କଂଗ୍ରେସ ପାଇଁ ଖାତା ଖୋଲିବା କଷ୍ଟକର ହେଉଛି। ଏହି ସମୟରେ, AIMIM ନେତା ୱାରିସ ପଠାନ କହିଛନ୍ତି ଯେ ତାଙ୍କ ଦଳ ଦିଲ୍ଲୀ ନିର୍ବାଚନରେ ଗୋଟିଏ କିମ୍ବା ଦୁଇଟି ଆସନ ଜିତିପାରେ।

ୱାରିସ ପଠାନ କହିଛନ୍ତି , ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମର ପ୍ରାର୍ଥୀମାନଙ୍କୁ ଜନସାଧାରଣଙ୍କଠାରୁ ବିପୁଳ ସମର୍ଥନ ମିଳିଛି। ଆମେ ଆଶାବାଦୀ ଯେ ଫେବୃଆରୀ ୮ ତାରିଖରେ ନିର୍ବାଚନ ଫଳାଫଳ ଆସିଲେ, AIMIM ଦିଲ୍ଲୀରେ ସଫଳତା ପାଇବ। ଏକ୍‌ଜିଟ ପୋଲ ଉପରେ ମତାମତ ଦେଇ ସେ କହିଛନ୍ତି , ଦିଲ୍ଲୀ ବିଧାନସଭାରେ କେବଳ AIMIM ଜିତିବ। ଜନସାଧାରଣ ଆମକୁ ଯେଉଁ ସମର୍ଥନ ଦେଇଛନ୍ତି ତାହା ଆମ ବିଜୟ ଆଡ଼କୁ ଇଙ୍ଗିତ କରୁଛି।

ଯେତେବେଳେ ୱାରିସ ପଠାନଙ୍କୁ ପଚରାଗଲା ଯେ ତାଙ୍କ ଦଳ ଭବିଷ୍ୟତରେ କେଜ୍‌ରିଓ୍‌ବାଲଙ୍କ ଦଳ ସହିତ ମେଣ୍ଟ କରିବ କି, ସେ କହିଥିଲେ ଯେ ଏହା ଦଳର ସଭାପତି ଅସଦୁଦ୍ଦିନ ଓଓ୍‌ବାଇସି ଏବଂ ଦଳର ନେତୃତ୍ୱଙ୍କ ନିଷ୍ପତ୍ତି ହେବ। ଆମେ ଦଳର ନିଷ୍ପତ୍ତି ପାଳନ କରିବୁ, ଏବେ ଆମେ ଆମର ଲଢ଼େଇ ଲଢ଼ୁଛୁ।

The post ବଦଳିଯିବ ଭାଜପାର ପୂରା ଖେଳ, କେଜ୍‌ରିୱାଲଙ୍କୁ ସମର୍ଥନ କରିବ ଏହି ଦଳ! ହେଲା ବଡ଼ ଖୁଲାସା appeared first on Dharitri Odia News.