ବଦଳିଲା ପାଗ, ଆଗକୁ ବଢିବ ତାତି: ୪ ଦିନରେ ୮ ଡିଗ୍ରୀ ବଢିପାରେ ତାପମାତ୍ରା
ଭୁବନେଶ୍ୱର ୧୨/୦୪: ପାଗ ପୂରା ବଦଳିଯାଇଛି । ଅନେକ ସ୍ଥାନରେ ବର୍ଷା । ସ୍ଥାନେ ସ୍ଥାନେ ପବନ, କୁଆପଥର ଓ ବଜ୍ରପାତ ସହ ବର୍ଷା ହୋଇଛି । ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ । ତାପମାତ୍ରା ଏତେ ଖସିଛି, ଏପ୍ରିଲର ସବୁଠୁ ଥଣ୍ଡା ଦିନ ପାଲଟିଛି ୧୧ ଏପ୍ରିଲ, ୨୦୨୪ । ହେଲେ ତାତି ଆସୁଛି । ଏଣିକି ତାପମାତ୍ରା ବଢ଼ି ଚାଲିବ । ୪ ଦିନ ଭିତରେ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଏମିତି ସତର୍କ କରାଇଛି ପାଣିପାଗ ବିଭାଗ । ୧୬ ତାରିଖବେଳକୁ ପଶ୍ଚିମ ଓଡ଼ିଶାର ଭବାନୀପାଟଣା, ଟିଟିଲାଗଡରେ ତାପମାତ୍ରା ୪୩ ଡିଗ୍ରୀରେ ପହଞ୍ଚିଯିବ । ଉପକୂଳ ଓଡ଼ିଶାର ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଚାନ୍ଦବାଲି ବି ୪୦ ଛୁଇଁପାରେ । ବର୍ଷା ଓ ମେଘୁଆ ପାଗ ଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ଦ୍ରୁତ ହ୍ରାସ ଘଟିଛି । ଏପ୍ରିଲରେ ସର୍ବକାଳୀନ ଥଣ୍ଡା ଦିନ ଥିଲା ଅନୁଗୁଳ, ଟିଟିଲାଗଡ଼, ସମ୍ବଲପୁର, ହୀରାକୁଦରେ ୪ ଦିନରେ... ଟିଟିଲାଗଡ଼ରେ ଆଜି ଦିନ ତାପମାତ୍ରା ଥିଲା ମାତ୍ର ୨୪ ଡିଗ୍ରୀ ସେଲସିୟସ୍। ପୂର୍ବ ରେକର୍ଡ ଥିଲା ୧୯୫୨ ଏପ୍ରିଲ ୪ରେ, ସେତେବେଳେ ସର୍ବୋଚ୍ଚ ତାପମାତ୍ରା ଥିଲା ୨୮.୫ ଡିଗ୍ରୀ । ସେହିପରି ଗୁରୁବାର ସମ୍ବଲପୁର ତାପମାତ୍ରା ଥିଲା ୨୫.୭ ଡିଗ୍ରୀ । ୧୯୫୨ ଏପ୍ରିଲ ୭ରେ ବି ଥିଲା ୨୫.୭ ଡିଗ୍ରୀ ।ହୀରାକୁଦରେ ଆଜି ପାରଦ ୨୬.୧ ଡିଗ୍ରୀ ରେକର୍ଡ ହୋଇଛି । ପୂର୍ବ ରେକର୍ଡ ଥିଲା ୨୭.୬ ଡିଗ୍ରୀ, ଯାହାକି ୧
ଭୁବନେଶ୍ୱର ୧୨/୦୪: ପାଗ ପୂରା ବଦଳିଯାଇଛି । ଅନେକ ସ୍ଥାନରେ ବର୍ଷା । ସ୍ଥାନେ ସ୍ଥାନେ ପବନ, କୁଆପଥର ଓ ବଜ୍ରପାତ ସହ ବର୍ଷା ହୋଇଛି । ଅଧିକାଂଶ ଅଞ୍ଚଳରେ ପାଗ ମେଘୁଆ । ତାପମାତ୍ରା ଏତେ ଖସିଛି, ଏପ୍ରିଲର ସବୁଠୁ ଥଣ୍ଡା ଦିନ ପାଲଟିଛି ୧୧ ଏପ୍ରିଲ, ୨୦୨୪ । ହେଲେ ତାତି ଆସୁଛି । ଏଣିକି ତାପମାତ୍ରା ବଢ଼ି ଚାଲିବ । ୪ ଦିନ ଭିତରେ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ।
ଏମିତି ସତର୍କ କରାଇଛି ପାଣିପାଗ ବିଭାଗ । ୧୬ ତାରିଖବେଳକୁ ପଶ୍ଚିମ ଓଡ଼ିଶାର ଭବାନୀପାଟଣା, ଟିଟିଲାଗଡରେ ତାପମାତ୍ରା ୪୩ ଡିଗ୍ରୀରେ ପହଞ୍ଚିଯିବ । ଉପକୂଳ ଓଡ଼ିଶାର ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଚାନ୍ଦବାଲି ବି ୪୦ ଛୁଇଁପାରେ । ବର୍ଷା ଓ ମେଘୁଆ ପାଗ ଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ଦ୍ରୁତ ହ୍ରାସ ଘଟିଛି ।
ଏପ୍ରିଲରେ ସର୍ବକାଳୀନ ଥଣ୍ଡା ଦିନ ଥିଲା ଅନୁଗୁଳ, ଟିଟିଲାଗଡ଼, ସମ୍ବଲପୁର, ହୀରାକୁଦରେ ୪ ଦିନରେ... ଟିଟିଲାଗଡ଼ରେ ଆଜି ଦିନ ତାପମାତ୍ରା ଥିଲା ମାତ୍ର ୨୪ ଡିଗ୍ରୀ ସେଲସିୟସ୍। ପୂର୍ବ ରେକର୍ଡ ଥିଲା ୧୯୫୨ ଏପ୍ରିଲ ୪ରେ, ସେତେବେଳେ ସର୍ବୋଚ୍ଚ ତାପମାତ୍ରା ଥିଲା ୨୮.୫ ଡିଗ୍ରୀ । ସେହିପରି ଗୁରୁବାର ସମ୍ବଲପୁର ତାପମାତ୍ରା ଥିଲା ୨୫.୭ ଡିଗ୍ରୀ । ୧୯୫୨ ଏପ୍ରିଲ ୭ରେ ବି ଥିଲା ୨୫.୭ ଡିଗ୍ରୀ ।
ହୀରାକୁଦରେ ଆଜି ପାରଦ ୨୬.୧ ଡିଗ୍ରୀ ରେକର୍ଡ ହୋଇଛି । ପୂର୍ବ ରେକର୍ଡ ଥିଲା ୨୭.୬ ଡିଗ୍ରୀ, ଯାହାକି ୧୯୭୩ ଏପ୍ରିଲ ୨୨ ତାରିଖରେ ରେକର୍ଡ ହୋଇଥିଲା । ଅନୁଗୁଳ ତାପମାତ୍ରା ରେକର୍ଡ ହୋଇଛି ୨୬.୭ ଡିଗ୍ରୀ ।
୧୯୨୧ ମସିହା ଏପ୍ରିଲ ୬ ତାରିଖରେ ଅନୁଗୁଳରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିଲା ୨୭.୬ ଡିଗ୍ରୀ । ଅନ୍ୟ ସହର ଭିତରେ କଟକ ୨୮, ଅନୁଗୁଳ ୨୬.୭, ବାରିପଦା ୨୮.୫, ଝାରସୁଗୁଗୁଡ଼ା ୨୯, କେନ୍ଦୁଝର ୨୫.୬, ତାଳଚେର ୨୯, ଭବାନୀପାଟଣା ୨୬, ବଲାଙ୍ଗୀର ୨୬.୩, ଫୁଲବାଣୀ ୨୮.୩, ସୋନପୁର ୨୪, ଦାରିଙ୍ଗିବାଡ଼ି ୨୬, ବୌଦ୍ଧ ୩୦, ଢେଙ୍କାନାଳ ୨୪.୧, ବରଗଡ଼ ୨୪.୪, ଦେବଗଡ଼ ୨୮, ନୂଆପଡ଼ା ୨୮.୪, ଖୋର୍ଦ୍ଧା ୨୮.୫, ରାଉରକେଲା ୨୯.୫ ଓ କେନ୍ଦ୍ରାପଡ଼ା ୩୦ ଡିଗ୍ରୀ ସେଲସିୟସ୍ ଥିଲା ।
ଶୁକ୍ରବାର ସକାଳେ ଭୁବନେଶ୍ୱରରେ ହାଲୁକା ବର୍ଷା ହୋଇଥିବାବେଳେ କଟକରେ କୁଆପଥର ସହ ବର୍ଷା, ପବନ ହୋଇଛି । ନୂଆପଡ଼ା, ବରଗଡ଼, ଢେଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର ଓ ନୂଆପଡ଼ାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।
୧୪ ତାରିଖରେ କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ମାଲକାନଗିରି, ସୁନ୍ଦରଗଡ଼, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ଗରମ ପାଗ ନେଇ ନେଇ ସତର୍କ କରାଯାଇଛି । ୧୫ ତାରିଖରେ କଟକ, ନୟାଗଡ଼, ବୌଦ୍ଧ, ମାଲକାନଗିରି, କୋରାପୁଟ, ଅନୁଗୁଳ ଓ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ ।