ବଦଳିଲେ କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ, ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ
କେସିଙ୍ଗା,୩୧ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର କାର୍ଯ୍ୟରତ ନିର୍ବାହୀ ଅଧିକାରିଣୀଙ୍କ ବଦଳି ନେଇ ବ୍ଲକ ସମ୍ମୁଖରେ ଜାତୀୟ ରାଜପଥ୨୬କୁ ବୁଧବାର ବିକାଶ ମଞ୍ଚ ପକ୍ଷରୁ ଅବରୋଧ କରାଯାଇଥିଲା। ଦୁଇଦିନ ଧରି ଏନ୍ଏସି ସମ୍ମୁଖରେ ବିକାଶ ମଞ୍ଚ ପକ୍ଷରୁ ନିର୍ବାହୀ ଅଧିକାରିଣୀ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଗଣଧାରଣା ଦିଆଯାଇଥିଲା। ବୁଧବାର ସକାଳୁ ବ୍ଲକ ସମ୍ମୁଖରେ ଜାତୀୟ ରାଜପଥକୁ ବିକାଶ ମଞ୍ଚ ଓ ବିଭିନ୍ନ ରାଜନୈତିକ ଦଳର ମିଳିତ ଉଦ୍ୟମରେ ରାସ୍ତା ଅବରୋଧ କରାଯାଇଥିଲା। କେସିଙ୍ଗା ସହରର […] The post ବଦଳିଲେ କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ, ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ appeared first on Dharitri Odia News.
କେସିଙ୍ଗା,୩୧ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର କାର୍ଯ୍ୟରତ ନିର୍ବାହୀ ଅଧିକାରିଣୀଙ୍କ ବଦଳି ନେଇ ବ୍ଲକ ସମ୍ମୁଖରେ ଜାତୀୟ ରାଜପଥ୨୬କୁ ବୁଧବାର ବିକାଶ ମଞ୍ଚ ପକ୍ଷରୁ ଅବରୋଧ କରାଯାଇଥିଲା। ଦୁଇଦିନ ଧରି ଏନ୍ଏସି ସମ୍ମୁଖରେ ବିକାଶ ମଞ୍ଚ ପକ୍ଷରୁ ନିର୍ବାହୀ ଅଧିକାରିଣୀ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଗଣଧାରଣା ଦିଆଯାଇଥିଲା। ବୁଧବାର ସକାଳୁ ବ୍ଲକ ସମ୍ମୁଖରେ ଜାତୀୟ ରାଜପଥକୁ ବିକାଶ ମଞ୍ଚ ଓ ବିଭିନ୍ନ ରାଜନୈତିକ ଦଳର ମିଳିତ ଉଦ୍ୟମରେ ରାସ୍ତା ଅବରୋଧ କରାଯାଇଥିଲା। କେସିଙ୍ଗା ସହରର ୧୨ଟି ଓ୍ବାର୍ଡରେ ଥିବା ସମସ୍ତ ଦୋକାନ୍,ବଜାର,ସରକାରୀ, ବେସରକାରୀ, ସ୍କୁଲ, କଲେଜ ବନ୍ଦ ରହିଥିଲା। ଅଧିକାରିଣୀଙ୍କ ବଦଳି ପାଇଁ ପିଡି ଡୁଡା ମୁନିନ୍ଦ୍ରା ହୋନାଗା କେସିଙ୍ଗା ଏନ୍ଏସିକୁ ପରିଦର୍ଶନ କରି ଧାରଣାରେ ବସିଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ଏନ୍ଏସିରୁ ତାଙ୍କର ବଦଳି ହୋଇଛି। ଏହା ପରେ ଆନ୍ଦୋଳନକାରୀମାନେ ରାସ୍ତାରୁ ହଟିଛନ୍ତି।
The post ବଦଳିଲେ କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ, ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ appeared first on Dharitri Odia News.