ବଦଳୁଛି ‘ନବୀନ ନିବାସ’ର ଚିତ୍ର: ପଦ ଯିବା ପରେ ଉଠିଗଲା ଅସ୍ଥାୟୀ ପୋଲିସ କ୍ୟାମ୍ପ, କମିଲେ ସୁରକ୍ଷାକର୍ମୀ…

ଭୁବନେଶ୍ୱର,୧୩।୬: ଗଣତନ୍ତ୍ରରେ ହାରିବା-ଜିତିବା ନିୟମିତ ପ୍ରକ୍ରିୟା। ଜନତା ଜନାର୍ଦ୍ଦନଙ୍କ ଭୋଟ୍‌ ଆଧାରରେ ଗଠନ ହୁଏ ସରକାର। ହେଲେ ସରକାର ବଦଳିଲେ ବଦଳିଯାଏ ଚିତ୍ର। ପୂର୍ବ କ୍ଷମତାରେ ଥିବା ବ୍ୟକ୍ତି ବିଶେଷଙ୍କଠାରୁ କାଢ଼ି ନିଆଯାଇଥାଏ ସୁବିଧା ଏବଂ ସୁରକ୍ଷା। କିଛି ଏଭଳି ଚିତ୍ର ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ଦେଖିବାକୁ ମିଳିଛି। ୨୦୨୪ ନିର୍ବାଚନରେ ବହୁମତ ପାଇ ଭାଜପା ସରକାର ଗଢ଼ିଛି। ଦଳୀୟ ନିଷ୍ପତ୍ତି ଆଧାରରେ […] The post ବଦଳୁଛି ‘ନବୀନ ନିବାସ’ର ଚିତ୍ର: ପଦ ଯିବା ପରେ ଉଠିଗଲା ଅସ୍ଥାୟୀ ପୋଲିସ କ୍ୟାମ୍ପ, କମିଲେ ସୁରକ୍ଷାକର୍ମୀ… appeared first on Dharitri Odia News.

ବଦଳୁଛି ‘ନବୀନ ନିବାସ’ର ଚିତ୍ର: ପଦ ଯିବା ପରେ ଉଠିଗଲା ଅସ୍ଥାୟୀ ପୋଲିସ କ୍ୟାମ୍ପ, କମିଲେ ସୁରକ୍ଷାକର୍ମୀ…

ଭୁବନେଶ୍ୱର,୧୩।୬: ଗଣତନ୍ତ୍ରରେ ହାରିବା-ଜିତିବା ନିୟମିତ ପ୍ରକ୍ରିୟା। ଜନତା ଜନାର୍ଦ୍ଦନଙ୍କ ଭୋଟ୍‌ ଆଧାରରେ ଗଠନ ହୁଏ ସରକାର। ହେଲେ ସରକାର ବଦଳିଲେ ବଦଳିଯାଏ ଚିତ୍ର। ପୂର୍ବ କ୍ଷମତାରେ ଥିବା ବ୍ୟକ୍ତି ବିଶେଷଙ୍କଠାରୁ କାଢ଼ି ନିଆଯାଇଥାଏ ସୁବିଧା ଏବଂ ସୁରକ୍ଷା। କିଛି ଏଭଳି ଚିତ୍ର ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ଦେଖିବାକୁ ମିଳିଛି।

୨୦୨୪ ନିର୍ବାଚନରେ ବହୁମତ ପାଇ ଭାଜପା ସରକାର ଗଢ଼ିଛି। ଦଳୀୟ ନିଷ୍ପତ୍ତି ଆଧାରରେ ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ଏଣୁ ଏବେ ନବୀନ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ବିଜେଡି ସରକାର କ୍ଷମତାରୁ ଯିବା ଏବଂ ନୂଆ ସରକାର ଶପଥ ନେବାର ଦିନକ ପରେ ନବୀନ ନିବାସରେ ଥିବା ଅସ୍ଥାୟୀ ପୋଲିସ କ୍ୟାମ୍ପକୁ ଉଠାଯାଇଛି।

ନବୀନ ନିବାସ ଆଗରେ ଥିବା ପୋଲିସ କ୍ୟାମ୍ପର ସାମଗ୍ରୀକୁ ବାହାର କରାଯାଇଛି। ପ୍ରୋଟୋକଲ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କଠାରୁ ସୁରକ୍ଷାକୁ ହଟାଇ ଦିଆଯାଇଛି। ଆଉ ଏବେ ଏସବୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ମିଳିବାକୁ ଯାଉଛି।

The post ବଦଳୁଛି ‘ନବୀନ ନିବାସ’ର ଚିତ୍ର: ପଦ ଯିବା ପରେ ଉଠିଗଲା ଅସ୍ଥାୟୀ ପୋଲିସ କ୍ୟାମ୍ପ, କମିଲେ ସୁରକ୍ଷାକର୍ମୀ… appeared first on Dharitri Odia News.