ବଦ୍ରିଙ୍କ ତେର୍ଚ୍ଛା ବାଣ: ସସ୍ମିତ ଏତେ ବଡ଼ ସାହସ କଲେ କେମିତି? ତାଙ୍କ ପଛରେ କିଏ?
ଭୁବନେଶ୍ୱର, ୫।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ଏମପିଙ୍କୁ ବିଲ ବିରୋଧରେ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ପରିସ୍ଥିତି ଅଲଗା ଦେଖିବାକୁ ମିଳିଥିଲା। ଫଳରେ, ରାଜ୍ୟ ସଭାରେ ବିଜେଡି ଏମପି ସସ୍ମିତ ପାତ୍ର […] The post ବଦ୍ରିଙ୍କ ତେର୍ଚ୍ଛା ବାଣ: ସସ୍ମିତ ଏତେ ବଡ଼ ସାହସ କଲେ କେମିତି? ତାଙ୍କ ପଛରେ କିଏ? appeared first on Dharitri Odia News.
ଭୁବନେଶ୍ୱର, ୫।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ଏମପିଙ୍କୁ ବିଲ ବିରୋଧରେ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ପରିସ୍ଥିତି ଅଲଗା ଦେଖିବାକୁ ମିଳିଥିଲା।
ଫଳରେ, ରାଜ୍ୟ ସଭାରେ ବିଜେଡି ଏମପି ସସ୍ମିତ ପାତ୍ର ବିଲ୍କୁ ସମର୍ଥନରେ ଭୋଟ ଦେଇଥିବା ବେଳେ ମୁଜିବୁଲ୍ଲା ଖାନ ଏହାର ବିରୋଧ କରିଥିଲେ। ସେହିପରି ଦେବାଶିଷ ସାମନ୍ତରାୟ ଭୋଟ ନେଇ ନାହାନ୍ତି। ଅନ୍ୟ ୪ ଏମପିଙ୍କ ଭୋଟ ସ୍ଥିତି ଏପର୍ଯ୍ୟନ୍ତ ଅଜଣା ରହିଛି।
ଏହା ଭିତରେ ବଦ୍ରି ଅସନ୍ତୋସ ଝାଡ଼ି କହିଛନ୍ତି, ସସ୍ମିତ ପାତ୍ର ଏତେ ବଡ଼ ସାହସ କଲେ କେମିତି? । ଦଳ ସମଦୂରତା ନୀତି ରଖି ଚାଲୁଥିଲା, ନିଷ୍ପତ୍ତି ଅନୁରୂପ ହେଲାନି, କିଏ ଗୋଟେ ଖେଳ କଲା। କେଉଁଠି ଖେଳ ହୋଇଛି ତାହା ଜାଣିବା ଆବଶ୍ୟକ। ତଦନ୍ତରେ ଜଣାପଡ଼ିବ କାହା ନିର୍ଦେଶରେ ଏଭଳି ହେଲା। ଦଳ ଏବେ ବିଶ୍ବାସ ସଙ୍କଟରେ ବୋଲି ବଦ୍ରି କହିଛନ୍ତି।
ଶୁକ୍ରବାର ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉପଦେଷ୍ଟା କମିଟି ବୈଠକରେ ବରିଷ୍ଠ ନେତାମାନେ ଦଳର ଏହି ଅସ୍ପଷ୍ଟତା ଉପରେ ପ୍ରଶ୍ନ ଉଠାଇଥିଲେ। କିଛି ନେତା ସନ୍ଦେହ କରୁଛନ୍ତି ଯେ ବିଜେଡି ଓ ଭାଜପା ମଧ୍ୟରେ ଏକ ଗୁପ୍ତ ଚୁକ୍ତି ହୋଇଥାଇପାରେ। ସସ୍ମିତ ପାତ୍ର କହିଥିଲେ ଯେ ଦଳୀୟ ନେତୃତ୍ୱ ସେମାନଙ୍କୁ ନିଜ ବିବେକ ଅନୁସାରେ ଭୋଟ ଦେବାକୁ କହିଥିଲେ, ତେଣୁ ସେ ବିଲକୁ ସମର୍ଥନ କରିଥିଲେ। ଅନ୍ୟପକ୍ଷରେ, ମୁଜିବୁଲ୍ଲା ଖାନ କହିଛନ୍ତି ଯେ ଓ୍ବକଫ ବୋର୍ଡର ଜମି ଆମ ପୂର୍ବପୁରୁଷମାନଙ୍କ ଦ୍ୱାରା ଦାନ କରାଯାଇଥିଲା ଏବଂ ଏହା ସରକାରୀ ହସ୍ତକ୍ଷେପ ଦ୍ୱାରା ମୁସଲିମ ସମୁଦାୟର ବିଶ୍ୱାସକୁ ଆଘାତ କରୁଛି। ତେଣୁ ସେ ଏହା ବିରୋଧରେ ଭୋଟ ଦେଇଛନ୍ତି। ସେହିପରି ଏମପି ଦେବାଶିଷ ସାମନ୍ତରାୟ ଅସନ୍ତୁଷ୍ଟ ହୋଇ ଭୋଟ ଦେଇ ନ ଥିବା ପ୍ରକାଶ କରିଛନ୍ତି।
ଏହାରି ଭିତରେ ମୁହଁ ଖୋଲି ସାଂଘାତିକ ବୟାନ ଶୁକ୍ରବାର ଦେଇଥିଲେ ବିଜେଡି ନେତା ବଦ୍ରି ପାତ୍ର। ସେ କହିଛନ୍ତି, କିଛି ଖେଳ ହୋଇଛି । ଦଳରେ ନିଷ୍ପତ୍ତି ହେଲା ପରେ ଏଭଳି କାର୍ଯ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ବିରୋଧ କରିବାକୁ ନବୀନ ମୁନା ଖାଁଙ୍କୁ ୨ଥର କହିଥିଲେ। ନିଷ୍ଠାପର ଭାବେ ବିରୋଧ କରିବା ପାଇଁ କହିଥିଲେ। ଏପରି କେମିତି ହେଲା ଚିନ୍ତାଜନକ, କିଛି ଖେଳ ହୋଇଛି। ସଭାପତି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ହ୍ବିପ କାହିଁକି ଜାରି କରାଗଲାନି, ସନ୍ଦେହ ଘେରରେ ରହିଛି।
The post ବଦ୍ରିଙ୍କ ତେର୍ଚ୍ଛା ବାଣ: ସସ୍ମିତ ଏତେ ବଡ଼ ସାହସ କଲେ କେମିତି? ତାଙ୍କ ପଛରେ କିଏ? appeared first on Dharitri Odia News.