ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ, ପରେ…
ପାଟଣା,,୧୬।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରି ସେକ୍ସନରେ ହାତୀ ଉପଦ୍ରବ ଥମିବାରେ ନା ଥରୁନି। ସୋମବାର ତିଣ୍ଡାବିଟ୍ ନିହ୍ନୁଆ ଖେସେରା ଜଙ୍ଗଲରେ ୪ ଟିକିଆ ହାତୀପଲ ଥିବା ଖବର ପାଇ ବନ କର୍ମଚାରୀ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଘେରିଥିଲେ। ବନକର୍ମଚାରୀ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁନାହିଁ ବୋଲି ଅଭିଯୋଗ କରି ଗ୍ରାମବାସୀ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ନିହ୍ନୁଆ ଖେସେରା ଜଙ୍ଗଲରେ ହାତୀ […] The post ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ, ପରେ… appeared first on Dharitri Odia News.
ପାଟଣା,,୧୬।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରି ସେକ୍ସନରେ ହାତୀ ଉପଦ୍ରବ ଥମିବାରେ ନା ଥରୁନି। ସୋମବାର ତିଣ୍ଡାବିଟ୍ ନିହ୍ନୁଆ ଖେସେରା ଜଙ୍ଗଲରେ ୪ ଟିକିଆ ହାତୀପଲ ଥିବା ଖବର ପାଇ ବନ କର୍ମଚାରୀ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଘେରିଥିଲେ। ବନକର୍ମଚାରୀ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁନାହିଁ ବୋଲି ଅଭିଯୋଗ କରି ଗ୍ରାମବାସୀ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ନିହ୍ନୁଆ ଖେସେରା ଜଙ୍ଗଲରେ ହାତୀ ଡେରା ପକାଇଥିବାରୁ ଲୋକେ ଭୟଭିତ ଅବସ୍ଥାରେ ଥିଲେ। ଖବର ପାଇ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ପାରାଷ୍ଟାଫ୍ ଭରଦ୍ୱାଜ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଜିତେନ୍ଦ୍ର ମହାନ୍ତ ଓ ଝାଡ଼େଶ୍ୱର ମହାନ୍ତ ପହଞ୍ଚତ୍ ହାତୀର ଗତି ବିଦ୍ଧି ଉପରେ ନଜର ରଖିଥିଲେ। ଏହି ସମୟରେ ଦେଢ଼ ଶହରୁ ଊଦ୍ଧର୍ବ ଉତ୍ତ୍ୟକ୍ତ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଘେରି ଯାଇ ଆକ୍ରମଣ ଉଦ୍ୟମ କରିଥିଲେ। ବନ କର୍ମଚାରୀମାନେ ହାତୀ ଘଉଡ଼ାଇବାକୁ ସାଙ୍ଗରେ ମଶାଲ, ବାଣ, ଲାଇଟ୍ କାହିଁକି ଆଣିନାହାନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏଥି ସହ ବନ ବିଭାଗ ଗାଡ଼ିରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ବନ କର୍ମଚାରୀ ସେଠାରୁ କୌଶଳ କ୍ରମେ ଖସି ଆସି ଖିର଼େଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଏସିଏଫ୍ ଜିତେନ୍ଦ୍ର ବେହେରାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏସିଏଫ୍ଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ବନ କର୍ମଚାରୀଙ୍କୁ ପୋଲିସ ଫୋର୍ସ ସୁରକ୍ଷା ଯୋଗାଇ ଦେବାକୁ ତୁରୁମୁଙ୍ଗା ଥାନାରେ ଲିଖିତ ନିବେଦନ କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପୋଲିସ ଫୋର୍ସ କେନ୍ଦୁଝର ଯାଇଥିବାରୁ ତୁରୁମୁଙ୍ଗା ଥାନା ଡ୍ୟୁଟିରେ ଥିବା ଡିସିଓ ନିଜର ଅସହାୟତା ପ୍ରକାଶ କରି ସୁରକ୍ଷା ଯୋଗାଇ ଦେଇହେବ ନାହିଁ ବୋଲି କହିଥିବା ବନ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଗଣମାଧ୍ୟମକୁ କହିଛନ୍ତି। ଫଳରେ ବନ କର୍ମଚାରୀ ଭୟରତୁର ହୋଇ ନିହ୍ମୁଆ ଜଙ୍ଗଲକୁ ସୋମବାର ରାତିରେ ଯାଇପାରି ନ ଥିଲେ।
ସୂଚନାଯୋଗ୍ୟ, ବନ୍ୟପ୍ରାଣୀଙ୍କୁ ଘୋଉଡ଼ାଇବାକୁ ବାଣ, ନିଆଁ ହୁଳାର ବ୍ୟବହାର ନ କରିବାକୁ ସରକାରଙ୍କ ସ୍ପଷ୍ଟ ଗାଇଡ୍ଲାଇନ ରହିଛି। ଉତ୍ତ୍ୟକ୍ତ ଲୋକେ ବନ କର୍ମଚାରୀ ହାତୀ ଘଉଡ଼ାଇବାରେ କାହିଁକି ବାଣ ଓ ମଶାଲ ବ୍ୟବହାର କରୁନାହାନ୍ତି ବୋଲି ଦାବି କରିବା ଓ ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପରିବେଶ ପ୍ରେମୀ, ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।
The post ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ, ପରେ… appeared first on Dharitri Odia News.