ବନ ବିଭାଗ କର୍ମଚାରୀଙ୍କ ଅବଦାନ ଅତୁଳନୀୟ: ସମସ୍ୟା ଦୂର କଲେ ବିଧାୟକ
ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ଭଞ୍ଜନଗର ଶାଖା କାର୍ଯ୍ୟାଳୟର ଶିଳାନ୍ୟାସ ଉତ୍ସବ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ବିଧାୟକ ନାୟକ ଆଲୋଚନା ସମୟରେ କହିଥିଲେ, ବନ ବିଭାଗ କର୍ମଚାରୀମାନେ ବିଭିନ୍ନ ମାନବ ସେବା କାର୍ଯ୍ୟ ସହ ପରିବେଶ, ବନ୍ୟପ୍ରାଣୀ ସୁରକ୍ଷା କାର୍ଯ୍ୟ କରୁଛନ୍ତି। ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ଅତୁଳନୀୟ […] The post ବନ ବିଭାଗ କର୍ମଚାରୀଙ୍କ ଅବଦାନ ଅତୁଳନୀୟ: ସମସ୍ୟା ଦୂର କଲେ ବିଧାୟକ appeared first on Dharitri Odia News.
ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ଭଞ୍ଜନଗର ଶାଖା କାର୍ଯ୍ୟାଳୟର ଶିଳାନ୍ୟାସ ଉତ୍ସବ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାର ଶିଳାନ୍ୟାସ କରିଥିଲେ।
ଏହି ଅବସରରେ ବିଧାୟକ ନାୟକ ଆଲୋଚନା ସମୟରେ କହିଥିଲେ, ବନ ବିଭାଗ କର୍ମଚାରୀମାନେ ବିଭିନ୍ନ ମାନବ ସେବା କାର୍ଯ୍ୟ ସହ ପରିବେଶ, ବନ୍ୟପ୍ରାଣୀ ସୁରକ୍ଷା କାର୍ଯ୍ୟ କରୁଛନ୍ତି। ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ଅତୁଳନୀୟ । ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘର ନିଜସ୍ବ କାର୍ଯ୍ୟାଳୟ ପାଇଁ ଯାହା ସହାୟତା ଲୋଡା ତାହା ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ କାର୍ଯ୍ୟାଳୟ ପୂର୍ଣ୍ଣାଙ୍ଗ ହେଲେ ଏଠି ସେମାନେ ବସି ନିଜର କାର୍ଯ୍ୟ କରିପାରିବେ।
ପୂର୍ବରୁ ସଂଘର ନିଜସ କାର୍ଯ୍ୟାଳୟ ନ ଥିବା ଯୋଗୁ କର୍ମଚାରୀମାନେ ଏଣେତେଣେ ସଭା କରୁଥିଲେ। ଆଗକୁ ଏହି ସମସ୍ୟା ଆଉ ରହିବ ନାହିଁ ବୋଲି ବିଧାୟକ ନାୟକ କହିଥିଲେ। ଏହି ଅବସରରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଏନଏସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ବନ୍ୟପ୍ରାଣୀ ସ୍ବେଚ୍ଛାସେବୀ ତଥା ପୂର୍ବତନ ମୁଖ୍ୟ କିରାଣୀ ରମେଶ ପାତ୍ର, ସରକାରୀ ଓକିଲ ରଞ୍ଜିତ ମିଶ୍ର, ମାନସ ଜେନା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଦକ୍ଷିଣ ଘୁମୁସର ବନଖଣ୍ଡ ଏ ସି ଏଫ ପ୍ରଦୀପ ବେହେରା, ରଜତ କୁମାର ମିଶ୍ର, ଉତ୍ତର ଘୁମୁସର ବନଖଣ୍ଡ ଏ ସି ଏଫ ରଶ୍ମି ରଞ୍ଜନ ସାଇଁ, ବିବେକ ଦାସ, ରେଞ୍ଜର ବିମ୍ବାଧର ସାହୁ,ପୃଥିବୀରାଜ ପ୍ରଧାନ,ଓଡିଶା ଅଣ ଗେଜେଟେଡ ବନ ସେବା ସଂଘ ବ୍ରହ୍ମପୁର ଜୋନ ସଭାପତି ଅନୁପ କୁମାର ବିଷୋୟୀ, ଜୀନ ତ୍ରିପାଠୀ, ସନ୍ତୋଷ ପାତ୍ର, ପ୍ରଦ୍ୟୁମ ବିଷୋୟୀ, ବୁଗୁଡ଼ା ରେଞ୍ଜର ପ୍ରଦୀପ ମିଶ୍ର, ଆସିକା ପ୍ରମୋଦ ପଣ୍ଡା, ସୋରଡା ଏସିଏଫ ନିହାର ମଲ୍ଲିକ, ପୋଲସରା ରେଞ୍ଜର ଅନିଲ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ଏହି ଅବସରରେ ଜୋନ ସଭାପତି ଅନୁପ ବିଷୋୟୀ ଏଠାରେ କହିଛନ୍ତି, ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ମହାନତା ଏବଂ ଡିଏଫଓଙ୍କ ସହଯୋଗ ଯୋଗୁ ଆଜି ଓଡିଶା ଅଣ ଗେଜେଟେଡ ବନ ସେବା ସଂଘ ର ନିଜସ କାର୍ଯ୍ୟାଳୟ ହେବାକୁ ଯାଉଛି। ଏହା ପୁର୍ବରୁ ଦକ୍ଷିଣ ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରୁ ୧୦୦ରୁ ଉଦ୍ଧର୍ବ ପ୍ୟାକେଟ ଭଞ୍ଜନଗର ବ୍ଲଡ ବ୍ୟାଙ୍କ କର୍ମଚାରୀ ରକ୍ତ ସଂଗୃହୀତ କରିଥିଲେ। ଏହାକୁ ମଧ୍ୟ ବିଧାୟକ ନାୟକ ଉଦଘାଟନ କରିଥିଲେ। ଡିଏଫଓ ବିନୋଦ ଆଚାର୍ଯ୍ୟ, ହିମାଂଶୁ ଶେଖର ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ।
The post ବନ ବିଭାଗ କର୍ମଚାରୀଙ୍କ ଅବଦାନ ଅତୁଳନୀୟ: ସମସ୍ୟା ଦୂର କଲେ ବିଧାୟକ appeared first on Dharitri Odia News.