ବିନା ପରୀକ୍ଷାରେ କରିପାରିବେ ଅଙ୍ଗନବାଡିରେ ଚାକିରି, ୨୩ହଜାରରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ,୩।୮: ମହିଳାଙ୍କ ପାଇଁ ବାହାରିଛି ନିଯୁକ୍ତି ସୁଯୋଗ । ଏବେ ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି । ମୌଳିକ ଶିକ୍ଷା ଆଧାରରେ ଏହି ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବନି। ଏଥିରେ ଆପଣ ନିଜ ଯୋଗ୍ୟତା ବଳରେ ଚାକିରି ପାଇ ପାରିବେ । ତେବେ ଏଥିପାଇଁ ଆପଣଙ୍କୁ ପ୍ରକ୍ରିୟାନୁସାରେ ଆବେଦନ କରିବାକୁ ପଡିବ। ପ୍ରଥମେ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଖାଲି ଥିବା ପଦବୀ ବିଷୟରେ […] The post ବିନା ପରୀକ୍ଷାରେ କରିପାରିବେ ଅଙ୍ଗନବାଡିରେ ଚାକିରି, ୨୩ହଜାରରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି appeared first on Dharitri Odia News.

ବିନା ପରୀକ୍ଷାରେ କରିପାରିବେ ଅଙ୍ଗନବାଡିରେ ଚାକିରି, ୨୩ହଜାରରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ,୩।୮: ମହିଳାଙ୍କ ପାଇଁ ବାହାରିଛି ନିଯୁକ୍ତି ସୁଯୋଗ । ଏବେ ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି । ମୌଳିକ ଶିକ୍ଷା ଆଧାରରେ ଏହି ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବନି। ଏଥିରେ ଆପଣ ନିଜ ଯୋଗ୍ୟତା ବଳରେ ଚାକିରି ପାଇ ପାରିବେ ।

ତେବେ ଏଥିପାଇଁ ଆପଣଙ୍କୁ ପ୍ରକ୍ରିୟାନୁସାରେ ଆବେଦନ କରିବାକୁ ପଡିବ। ପ୍ରଥମେ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଖାଲି ଥିବା ପଦବୀ ବିଷୟରେ ଜାଣନ୍ତୁ। ବର୍ତ୍ତମାନ ୨୩,୭୫୩ ପୋଷ୍ଟ ପାଇଁ ଆବେଦନ ବାହାରିଛି । ଅଙ୍ଗନବାଡ଼ିରେ ଅନେକ ପୋଷ୍ଟ ଖାଲି ରହିଛି । ପାଠ୍ୟକ୍ରମରେ ରହିଥିବା ମାର୍କ ଅନୁଯାୟୀ ଏହି ପୋଷ୍ଟରେ ଚାକିରି ପ୍ରଦାନ କରାଯାଉଛି।

ମହିଳା ଏବଂ ବାଲ ମନ୍ତ୍ରଣାଳୟ ପକ୍ଷରୁ ଅଙ୍ଗନବାଡ଼ି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଜୁଲାଇ ୧୮ ତାରିଖରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରି ପାରିବେ । ଏହାପରେ ଆଉ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ। ପ୍ରତ୍ୟେକ ରାଜ୍ୟର ମହିଳା ଅଙ୍ଗନବାଡ଼ି କର୍ମୀ ଚାକିରି ପାଇଁ ଯୋଗ୍ୟତା ବିଷୟରେ ଜାଣିବା ଆବଶ୍ୟକ । ଅଧିକାଂଶ ପୋଷ୍ଟ ପାଇଁ କେବଳ ଦଶମ କିମ୍ବା ଦ୍ୱାଦଶ ପାସ ହୋଇଥିବା ଆଶାୟୀଙ୍କୁ ପ୍ରାଥମିକତା ଦିଆଯିବ ।

ତେବେ ଆପଣ ଯିଦ ଅଙ୍ଗନବାଡ଼ି ସୁପରଭାଇଜର ପୋଷ୍ଟ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସ୍ନାତକ ହାସଲ କରିଥିବା ଆବଶ୍ୟକ । ଏଥିପାଇଁ ଆବେଦନକାରୀଙ୍କୁ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଅନଲାଇନ ମାଧ୍ୟମରେ ଅପଲୋଡ କରିବାକୁ ହେବ । ୧୮ରୁ ୩୫ ବର୍ଷର ଆଶାୟୀ ଏଥିପାଇଁ ଆବେଦନ କରି ପାରିବେ । ଏହି ନିଯୁକ୍ତିରେ ଆବେଦନ ପାଇଁ କେତେକ ନିର୍ଦ୍ଦିଷ୍ଟ ପ୍ରମାଣପତ୍ରର ଆବଶ୍ୟକତା ରହିଛି । ଆଧାରକାର୍ଡ, ପାନ କାର୍ଡ, ଦଶମ ବୋର୍ଡ ସାର୍ଟିଫିକେଟ, ଦ୍ବାଦଶ ବୋର୍ଡ ସାର୍ଟିଫିକେଟ, ଆୟ ପ୍ରମାଣପତ୍ର, ଆବାସ ପ୍ରମାଣପତ୍ର, ଜାତି ପ୍ରମାଣ ପତ୍ର ମୋବାଇଲ ନମ୍ବର, ପାସ୍‌ପୋଟ୍‌ ଆଦିର ଆବଶ୍ୟକତା ରହିଛି ।

The post ବିନା ପରୀକ୍ଷାରେ କରିପାରିବେ ଅଙ୍ଗନବାଡିରେ ଚାକିରି, ୨୩ହଜାରରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି appeared first on Dharitri Odia News.