ନୌସେନା ଜାହାଜରୁ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ

ଡେସ୍କ: ଜମ୍ମୁ-କଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ ଭାରତୀୟ ନୌସେନା ଗୁରୁବାର ଆରବ ସାଗରରେ ମଧ୍ୟମ ଦୂରତା ଭୂପୃଷ୍ଠରୁ ଆକାଶରେ କ୍ଷେପଣାସ୍ତ୍ର (ଏମଆର-ସାମ୍) ଏୟାର ଡିଫେନ୍ସ ମିସାଇଲ ସିଷ୍ଟମର ସଫଳ ପରୀକ୍ଷଣ କରିଛି। ଆଇଏନଏସ ସୁରତରୁ ଏହି ପରୀକ୍ଷଣ କରାଯାଇଛି। ସୂଚନା ଅନୁଯାୟୀ, ଆରବ ସାଗରରେ ପାକିସ୍ତାନ ନୌସେନା ଦ୍ୱାରା ନିର୍ଦ୍ଧାରିତ ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଏହି ପରୀକ୍ଷଣ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଆକାଶମାର୍ଗରୁ […]

ନୌସେନା ଜାହାଜରୁ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ

ଡେସ୍କ: ଜମ୍ମୁ-କଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ ଭାରତୀୟ ନୌସେନା ଗୁରୁବାର ଆରବ ସାଗରରେ ମଧ୍ୟମ ଦୂରତା ଭୂପୃଷ୍ଠରୁ ଆକାଶରେ କ୍ଷେପଣାସ୍ତ୍ର (ଏମଆର-ସାମ୍) ଏୟାର ଡିଫେନ୍ସ ମିସାଇଲ ସିଷ୍ଟମର ସଫଳ ପରୀକ୍ଷଣ କରିଛି। ଆଇଏନଏସ ସୁରତରୁ ଏହି ପରୀକ୍ଷଣ କରାଯାଇଛି। ସୂଚନା ଅନୁଯାୟୀ, ଆରବ ସାଗରରେ ପାକିସ୍ତାନ ନୌସେନା ଦ୍ୱାରା ନିର୍ଦ୍ଧାରିତ ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଏହି ପରୀକ୍ଷଣ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଆକାଶମାର୍ଗରୁ ଲକ୍ଷ୍ୟଭେଦ ବିରୋଧରେ ଏମଆର-ସାମ୍ ଅତ୍ୟନ୍ତ ପ୍ରଭାବଶାଳୀ। ଅତ୍ୟାଧୁନିକ ସ୍ୱଦେଶୀ ଗାଇଡେଡ୍ ମିସାଇଲ ଡେଷ୍ଟ୍ରୟର ସମୁଦ୍ର ସ୍କିମିଂ ଟାର୍ଗେଟକୁ ସଫଳତାର ସହ ସମ୍ପାଦନ କରିଛି, ଯାହା ଆମର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ମାଇଲଖୁଣ୍ଟ ବୋଲି ଭାରତୀୟ ନୌସେନା ଏକ୍ସରେ ଲେଖିଛି।