ମନମୋହନଙ୍କ ପାଇଁ ସ୍ମାରକସ୍ଥଳ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଚିଠି
ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ ପରେ ସାରା ବିଶ୍ଵରେ ଶୋକର ଛାୟା ଖେଳିଯାଇଛି। ଶନିବାର ପୂର୍ବାହ୍ନ ୯ଟା ୩୦ରେ ନିଗମବୋଧ ଘାଟରେ ମନମୋହନଙ୍କ ଅନ୍ତିମ ସଂସ୍କାର କରାଯିବ। ତେବେ ଏହା ପୂର୍ବରୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମନମୋହନଙ୍କ ଲାଗି ଏକ ସ୍ମାରକସ୍ଥଳ ପ୍ରତିଷ୍ଠା ପାଇଁ ଅନୁରୋଦ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଚିଠି ଲେଖିଛନ୍ତି। ମନମୋହନଙ୍କୁ ଭାରତର ମହାନ ପୁଅ ବୋଲି ବର୍ଣ୍ଣନା […]

ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ ପରେ ସାରା ବିଶ୍ଵରେ ଶୋକର ଛାୟା ଖେଳିଯାଇଛି। ଶନିବାର ପୂର୍ବାହ୍ନ ୯ଟା ୩୦ରେ ନିଗମବୋଧ ଘାଟରେ ମନମୋହନଙ୍କ ଅନ୍ତିମ ସଂସ୍କାର କରାଯିବ। ତେବେ ଏହା ପୂର୍ବରୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମନମୋହନଙ୍କ ଲାଗି ଏକ ସ୍ମାରକସ୍ଥଳ ପ୍ରତିଷ୍ଠା ପାଇଁ ଅନୁରୋଦ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଚିଠି ଲେଖିଛନ୍ତି।
ମନମୋହନଙ୍କୁ ଭାରତର ମହାନ ପୁଅ ବୋଲି ବର୍ଣ୍ଣନା କରି ଖଡଗେ କହିଛନ୍ତି, ତାଙ୍କ ପାଇଁ ଏକ ସ୍ମାରକସ୍ଥଳ ନିର୍ମାଣ କରାଗଲେ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ରାଷ୍ଟ୍ରନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ଲାଗି ସେମାନଙ୍କ ଅନ୍ତିମ ସଂସ୍କାର ସ୍ଥଳରେ ସ୍ମାରକସ୍ଥଳ ପ୍ରତିଷ୍ଠା କରାଯାଇଛି। ଦେଶର ବିକାଶ ଦିଗରେ ମନମୋହନଙ୍କ ଅବଦାନ ଅତୁଳନୀୟ। ଦେଶ ଯେତେବେଳେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ ମନମୋହନ ଅର୍ଥମନ୍ତ୍ରୀ ଥିଲେ। ସେ ହିଁ ଭାରତକୁ ସଙ୍କଟରୁ ଉଦ୍ଧାର କରିବା ସହିତ ଦେଶକୁ ଆର୍ଥିକ ସମୃଦ୍ଧି ଦିଗରେ ଆଗେଇ ଦେଇଥିଲେ। ତେଣୁ ତାଙ୍କ ପାଇଁ ଏକ ସ୍ମାରକସ୍ଥଳ ନିର୍ମାଣ ଲାଗି ଖଡଗେ ଅନୁରୋଧ କରିଛନ୍ତି।