ବନାଗ୍ନୀ ନିରାକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଅଧିନସ୍ଥ ବନ୍ୟପ୍ରାଣୀ ବନାଞ୍ଚଳ ଭୋଜପୁର ରେଞ୍ଜରେ ଆଜି ରେଞ୍ଜର ଲଷ୍ମୀନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବନାଗ୍ନୀ ନିରାକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସମ୍ବଲପୁର ଡିସିଏଫ ଯଦୁମଣି କେରକେଟା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବାମରା ଏସିଏଫ ଆଲୋକ କୁମାର ଷଡ଼ଙ୍ଗୀ, ଏସଡିଏମ ଶିଶିର କୁମାର ନାୟକ ଏବଂ ଡକ୍ଟର ହୃଦାନନ୍ଦ ନାୟକ ସନମାନିତ ଅତିଥି ଯୋଗଦେଇଥିଲେ l ଏଇ ଶିବିରରେ […] The post ବନାଗ୍ନୀ ନିରାକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ appeared first on Odisha.News.

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଅଧିନସ୍ଥ ବନ୍ୟପ୍ରାଣୀ ବନାଞ୍ଚଳ ଭୋଜପୁର ରେଞ୍ଜରେ ଆଜି ରେଞ୍ଜର ଲଷ୍ମୀନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବନାଗ୍ନୀ ନିରାକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସମ୍ବଲପୁର ଡିସିଏଫ ଯଦୁମଣି କେରକେଟା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବାମରା ଏସିଏଫ ଆଲୋକ କୁମାର ଷଡ଼ଙ୍ଗୀ, ଏସଡିଏମ ଶିଶିର କୁମାର ନାୟକ ଏବଂ ଡକ୍ଟର ହୃଦାନନ୍ଦ ନାୟକ ସନମାନିତ ଅତିଥି ଯୋଗଦେଇଥିଲେ l ଏଇ ଶିବିରରେ ବାମରା, ଜମନକିରା, ଭୋଜପୁର ରେଞ୍ଜ ଅଧିନସ୍ତ ସମସ୍ତ ବନପାଳ, ବନରକ୍ଷୀ, ପ୍ରତ୍ୟେକ ଭିଏସଏସ କମିଟିର ସଭ୍ୟମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ନିଆଁ ଦାଉରୁ ଜଙ୍ଗଲ କୁ କିପରି ସୁରକ୍ଷା ଦିଆଯାଇ ପାରିବ, ନିଆଁ ଲାଗିବା ପୂର୍ବରୁ ଜନସାଧାରଣ ଙ୍କୁ କିପରି ସଚେତନ କରାଯିବ ସେ ନେଇ ଅତିଥି ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରକୁ ଆମ ଜଙ୍ଗଲ ଯୋଜନାର ଟୀମ ଲିଡର ସନ୍ତୋଷ ସାମଲ, ଲଷ୍ମୀଧର ବିନ୍ଧାଣି ଏବଂ ଜିତପ୍ରକାଶ ପାଣିଗ୍ରାହୀ ପୂର୍ଣ୍ଣ ସହଯୋଗ କରିଥିଲେ l ଶେଷରେ ରେଞ୍ଜର ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
The post ବନାଗ୍ନୀ ନିରାକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ appeared first on Odisha.News.