ବନ୍ଦ ଘରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର; କାହିଁକି ହାରିଲେ ଜୀବନ, କାରଣ ଅସ୍ପଷ୍ଟ

ଭଦ୍ରକ କଲେଜ ସ୍ଥିତ ଏକ ଭଡା ଘରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ଚିଠି ଜବତ କରିଛି ଭଦ୍ରକ ସହରାଞ୍ଚଳ ଥାନା ପୋଲିସ ।

ବନ୍ଦ ଘରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର; କାହିଁକି ହାରିଲେ ଜୀବନ, କାରଣ ଅସ୍ପଷ୍ଟ

ବନ୍ଦ ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ଭଦ୍ରକ କଲେଜ ସ୍ଥିତ ଏକ ଭଡା ଘରୁ ଉଦ୍ଧାର ହୋଇଛି। ମୃତକ ହେଲେ ବାଲେଶ୍ବର ଜିଲ୍ଲା ଗରସଙ୍ଗ ଅଞ୍ଚଳର ଇଶ୍ୱରୀ ଦାସ। କଟକର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସେ ପଢୁଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲସ। 

ମୃତଦେହ ନିକଟରୁ ଏକ ଚିଠି ଜବତ କରିଛି ଭଦ୍ରକ ସହରାଞ୍ଚଳ ଥାନା ପୋଲିସ । ଯେଉଁଥିରେ ଦୁଇଟି ନମ୍ବରକୁ ମରିବା ଖବର ଜଣାଇ ଦେବାକୁ ଲେଖିଛନ୍ତି। ତେବେ ସେହି ଦୁଇଟି ନମ୍ବର କାହାର ? ମୃତ୍ୟ ପଛରେ ସେମାନଙ୍କର କଣ ସଂପୃକ୍ତି ରହିଛି ? ସେହି ନମ୍ବରକୁ ଯାଞ୍ଚ କରି ଅଭିଯୁକ୍ତକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର ଲୋକ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ବିଭତ୍ସ ହତ୍ୟା, ବାପାକୁ ମାରିଲା ପ୍ରଫେସର ପୁଅ

ବାଲେଶ୍ୱର ଜିଲ୍ଲା ଗରସଙ୍ଗ ଅଞ୍ଚଳ କାଳନ୍ଦୀ ଦାସ ଭଦ୍ରକରେ ଚାକିରି କରୁଛନ୍ତି। ତେଣୁ ସେ ସେଠାରେ ଘର ଭଡ଼ା ନେଇ ସପରିବାରେ ରହୁଛନ୍ତି। ତାଙ୍କ ଝିଅ ହେଉଛନ୍ତି ଈଶ୍ୱରୀ ଦାସ। କଟକରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ। କଲେଜ ଛୁଟିଥିବାରୁ ଈଶ୍ୱରୀ ଘରକୁ ଆସିଥିଲେ। ସୋମବାର ରାତିରେ ଭଡ଼ା ଘର ଉପର ମହଲାରେ ସେ ଏକାକୀ ଶୋଇଥିଲେ। ଆଉ ତାଙ୍କ ପରିବାର ଲୋକେ ତଳ ମହଲାରେ ଶୋଇଥିଲେ।

ଗତକାଲି ଈଶ୍ୱରୀଙ୍କ ମୃତଦେହ ଝୁଲୁଥିବା ପଡ଼ୋଶୀ ଝରକାରେ ଦେଖିବାକୁ ପାଇଥିଲେ। ସେମାନେ ଏ ସମ୍ପର୍କରେ କାଳନ୍ଦୀଙ୍କୁ ଜଣାଇଥିଲେ। ଏହା ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ କବାଟ ଭାଙ୍ଗି ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ। ଏଥିସହ ପୋଲିସ ମୃତଦେହ ପାଖରୁ ଗୋଟିଏ ହାତ ଲେଖା ଚିଠି ଜବତ କରିଥିଲା। ଚିଠିଟି ଈଶ୍ୱରୀ ଲେଖିଥିବା ଚର୍ଚ୍ଚା ହେଉଛି।