୩୨ ହଜାର ଲୋକ, ୭ ହଜାର କୋଟିର ଜମା
ଗାନ୍ଧୀନଗର: ଗତ କିଛି ବର୍ଷ ଧରି ଭାରତର ଗ୍ରାମଗୁଡ଼ିକର ଜନସଂଖ୍ୟା କମୁଥିବାବେଳେ ସହରର ଜନସଂଖ୍ୟା ବଢ଼ିବାରେ ଲାଗିଛି। ଦାରିଦ୍ର୍ୟ ଏବଂ ବେକାରିରୁ ମୁକ୍ତି ପାଇବା ପାଇଁ ଗ୍ରାମର ଅନେକ ଯୁବକ ସହରମୁହାଁ ହେଉଛନ୍ତି। ତେବେ ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠି ଦେଶର ଶୀର୍ଷ ବ୍ୟାଙ୍କଗୁଡ଼ିକ ମଧ୍ୟରେ ନିଜର ଶାଖା ଖୋଲିବାକୁ ପ୍ରତିଯୋଗିତା ଚାଲିଛି। କଚ୍ଛ ଜିଲା ମାଧାପୁର ଗ୍ରାମ ଏସିଆର ସବୁଠୁ ଧନୀ ଗ୍ରାମ ଭାବେ ଜଣାଶୁଣା। ଏହି ଗ୍ରାମର ଆର୍ଥିକ ସମୃଦ୍ଧି କୌଣସି ସହରଠାରୁ […] The post ୩୨ ହଜାର ଲୋକ, ୭ ହଜାର କୋଟିର ଜମା appeared first on Dharitri Odia News.
ଗାନ୍ଧୀନଗର: ଗତ କିଛି ବର୍ଷ ଧରି ଭାରତର ଗ୍ରାମଗୁଡ଼ିକର ଜନସଂଖ୍ୟା କମୁଥିବାବେଳେ ସହରର ଜନସଂଖ୍ୟା ବଢ଼ିବାରେ ଲାଗିଛି। ଦାରିଦ୍ର୍ୟ ଏବଂ ବେକାରିରୁ ମୁକ୍ତି ପାଇବା ପାଇଁ ଗ୍ରାମର ଅନେକ ଯୁବକ ସହରମୁହାଁ ହେଉଛନ୍ତି। ତେବେ ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠି ଦେଶର ଶୀର୍ଷ ବ୍ୟାଙ୍କଗୁଡ଼ିକ ମଧ୍ୟରେ ନିଜର ଶାଖା ଖୋଲିବାକୁ ପ୍ରତିଯୋଗିତା ଚାଲିଛି।
କଚ୍ଛ ଜିଲା ମାଧାପୁର ଗ୍ରାମ ଏସିଆର ସବୁଠୁ ଧନୀ ଗ୍ରାମ ଭାବେ ଜଣାଶୁଣା। ଏହି ଗ୍ରାମର ଆର୍ଥିକ ସମୃଦ୍ଧି କୌଣସି ସହରଠାରୁ କମ୍ ନୁହେଁ। ଭୁଜ୍ ସହରର ଉପକଣ୍ଠରେ ଅବସ୍ଥିତ ମାଧାପୁର ଗ୍ରାମର ଲୋକଙ୍କ ନିକଟରେ ପ୍ରାୟ ୭ ହଜାର କୋଟିର ଫିକ୍ସଡ୍ ଡିପୋଜିଟ ରହିଛି। ୨୦୧୧ ଜନଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା ୧୭ ହଜାର ଥିବାବେଳେ ଏବେ ଏହା ବଢ଼ି ୩୨ ହଜାରରେ ପହଞ୍ଚିଛି। ଗ୍ରାମରେ ୧୭ଟି ବିଭିନ୍ନ ମୁଖ୍ୟ ପବ୍ଲିକ୍ ସେକ୍ଟର ଓ ପ୍ରାଇଭେଟ୍ ସେକ୍ଟର ବ୍ୟାଙ୍କ ରହିଛି। ମାଧାପୁରରେ ରହୁଥିବା ବହୁ ନନ୍ ରେସିଡେଣ୍ଟ ଇଣ୍ଡିଆନ୍(ଏନ୍ଆର୍ଆଇ)ପରିବାର ଏଠାକାର ବ୍ୟାଙ୍କ ଏବଂ ଡାକଘରେ ବହୁ କୋଟି ଟଙ୍କା ଜମା କରି ରଖିଛନ୍ତି। ତେଣୁ ଏଠାରେ ଆହୁରି ଅନେକ ବ୍ୟାଙ୍କ ନିଜର ଶାଖା ଖୋଲିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ମାଧାପୁର ଗ୍ରାମରେ ୨୦ ହଜାର ଘର ରହିଥିବାବେଳେ ସେଥିମଧ୍ୟରୁ ୧୨ ହଜାର ପରିବାର ବିଦେଶରେ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଫ୍ରିକୀୟ ଦେଶରେ ରୁହନ୍ତି। ମଧ୍ୟ ଆଫ୍ରିକାର ନିର୍ମାଣ ବ୍ୟବସାୟରେ ଗୁଜରାଟୀମାନେ ପ୍ରାଧାନ୍ୟ ବିସ୍ତାର କରି ଆସୁଥିବାବେଳେ ସେମାନଙ୍କ ମଧ୍ୟରୁ ଏକ ବଡ଼ ଅଂଶ ମାଧାପୁର ଗ୍ରାମରୁ ରହିଛନ୍ତି। ସେହିପରି ଗ୍ରାମର ଅଧିକାଂଶ ଲୋକ ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଦେଶରେ ବସବାସ କରୁଛନ୍ତି। ମାଧାପୁରର ପୂର୍ବତନ ସରପଞ୍ଚ ପାରୁଲବେନ୍ କାରା କହିଛନ୍ତି, ଏଠାକାର ବହୁ ସଂଖ୍ୟାରେ ଗ୍ରାମବାସୀ ବିଦେଶରେ ରହୁଥିଲେ ମଧ୍ୟ ସେମାନେ ମାଧାପୁରରେ ଥିବା ନିଜ ସମ୍ପର୍କୀୟ ଓ ପଡ଼ୋଶୀମାନଙ୍କ ସହ ଲଗାତର ସମ୍ପର୍କରେ ରହିଥାନ୍ତି। ସେହିପରି ସେମାନେ ଗ୍ରାମରେ ଥିବା ବ୍ୟାଙ୍କଗୁଡ଼ିକରେ ଟଙ୍କା ଜମା କରିବାକୁ ପସନ୍ଦ କରିଥାନ୍ତି। ଏହି ଗ୍ରାମରେ ଜଳ, ପରିଷ୍କାର ପରିଚ୍ଛନ୍ନତା, ସଡ଼କ ଆଦି ବିଭନ୍ନ ମୌଳିକ ସୁବିଧା ରହିଛି। ସେହିପରି ଏଠାରେ ଅନେକ ବଡ଼ କୋଠା, ବିଭିନ୍ନ ସରକାରୀ ଏବଂ ବେସରକାରୀ ସ୍କୁଲ, ମନ୍ଦିର, ହ୍ରଦ ଆଦି ରହିଛି ବୋଲି ପାରୁଲ କହିଛନ୍ତି। ଏଠାକାର ଲୋକମାନେ ବ୍ୟାଙ୍କରେ ରଖୁଥିବା ଜମା ରାଶି ଏହି ଗ୍ରାମର ସମୃଦ୍ଧିର କାରଣ ପାଲଟିଛି ବୋଲି ମାଧାପୁରରେ ଥିବା ଏକ ବ୍ୟାଙ୍କ ଶାଖାର ମ୍ୟାନେଜର କହିଛନ୍ତି।
The post ୩୨ ହଜାର ଲୋକ, ୭ ହଜାର କୋଟିର ଜମା appeared first on Dharitri Odia News.