୭ ମାଓବାଦୀ ବଙ୍କର ଠାବ
ରାଉରକେଲା,୨୯।୨(ସଙ୍ଗୀତା ଜେନା): ସୀମାନ୍ତ ଟୋଣ୍ଟୋ ଥାନା ବନଗ୍ରାମ ଜିମକି ଇକ୍ରୀ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଗୁରୁବାର ୭ଟି ମାଓବାଦୀ ବଙ୍କର ଠାବ କରାଯାଇଛି। ଏଥିରେ ପ୍ରାୟ ୭୦ରୁ ୮୦ ଜଣ ରହିବା ବ୍ୟବସ୍ଥା ରହିଛି। ଉକ୍ତ ବଙ୍କରରୁ ମାଓବାଦୀ ପୋଷାକ, ଫୁଲ ପ୍ରେଶର ଆଇଇଡ଼ି ମେକାନିଜିମ୍, କେନ୍ ବମ୍, ସିରିଞ୍ଜ ଆଇଇଡ଼ି, କମାଣ୍ଡ ଆଇଇଡ଼ି ସୁଇଚ୍, ବ୍ୟାପକ ବିସ୍ଫୋରକ, ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଏବଂ ଖାଦ୍ୟ ପାନୀୟ ଜବତ କରାଯାଇଥିଲା। ଘଟଣାସ୍ଥଳରେ ବମ୍ ସ୍କ୍ବାଡ୍ ପହଞ୍ଚି ଯାଞ୍ଚ […] The post ୭ ମାଓବାଦୀ ବଙ୍କର ଠାବ appeared first on Dharitri Odia News.
ରାଉରକେଲା,୨୯।୨(ସଙ୍ଗୀତା ଜେନା): ସୀମାନ୍ତ ଟୋଣ୍ଟୋ ଥାନା ବନଗ୍ରାମ ଜିମକି ଇକ୍ରୀ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଗୁରୁବାର ୭ଟି ମାଓବାଦୀ ବଙ୍କର ଠାବ କରାଯାଇଛି। ଏଥିରେ ପ୍ରାୟ ୭୦ରୁ ୮୦ ଜଣ ରହିବା ବ୍ୟବସ୍ଥା ରହିଛି। ଉକ୍ତ ବଙ୍କରରୁ ମାଓବାଦୀ ପୋଷାକ, ଫୁଲ ପ୍ରେଶର ଆଇଇଡ଼ି ମେକାନିଜିମ୍, କେନ୍ ବମ୍, ସିରିଞ୍ଜ ଆଇଇଡ଼ି, କମାଣ୍ଡ ଆଇଇଡ଼ି ସୁଇଚ୍, ବ୍ୟାପକ ବିସ୍ଫୋରକ, ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଏବଂ ଖାଦ୍ୟ ପାନୀୟ ଜବତ କରାଯାଇଥିଲା।
ଘଟଣାସ୍ଥଳରେ ବମ୍ ସ୍କ୍ବାଡ୍ ପହଞ୍ଚି ଯାଞ୍ଚ କରିବା ପରେ ଜବତ ସାମଗ୍ରୀଗୁଡିକୁ ନଷ୍ଟ କରାଯାଇଥିଲା। ସୂଚନାଯୋଗ୍ୟ, ସୀମାନ୍ତ ଗୋଇଲକେରା ଥାନା ଅଧୀନ କୁଇଡ଼ା, ମାରାଦିରି, ମେରାଲଗଢ଼, ହାତୀବୁରୁ, ତିଲାୟାଗଢ଼ା ସମେତ ଅନ୍ୟ ସ୍ଥାନଗୁଡ଼ିକରେ ସର୍ଚ୍ଚ ଅପରେଶନ ବେଳେ ସୁରକ୍ଷାବଳ ଉକ୍ତ ବଙ୍କର ଦେଖିବାକୁ ପାଇଥିଲା।
The post ୭ ମାଓବାଦୀ ବଙ୍କର ଠାବ appeared first on Dharitri Odia News.