ବନ୍ଦ ହେବ ବାଲି ଚୋରା ଚାଲାଣ: ଲଘୁ ଘଣିଜ ଲୁଟ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ: ରାଜ୍ୟରେ ବନ୍ଦ ହେବ ବାଲି ଚୋରା ଚାଲାଣ । ଲଘୁ ଘଣିଜ ଲୁଟ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ନିର୍ଦେଶ ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏବେ ବାଲି ଚାଲାଣ ରୋକିବାକୁ ନିୟୋଜିତ ହେବେ ଓଡ଼ିଶା ସିକ୍ୟୁରିଟି ଫୋର୍ସ । ତେବେ ପୂର୍ବ ବର୍ଷ ଅପେକ୍ଷା ବାଲିରେ ରାଜସ୍ବ ଆଦାୟ ବଢ଼ିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟକୁ ୨୦୨୩ ମସିହାରେ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସେତେବେଳେ ୩୫୫୭ଟି ମାଇନିଙ୍ଗ ମିନେରାଲ, ବିଭାଗର ପରିଚାଳନାରେ ଥିଲା । କିନ୍ତୁ କର୍ମଚାରୀ ଅଭାବ ରହିଥିଲା । ନୂଆ ସରକାର ଆସିବା ପରେ ଖଣି ବିଭାଗରେ ନୂତନ ଭାବେ ୧୯୬ ଜଣଙ୍କୁ ନିଯୁକ୍ତି ମିଳିଥିବା କହିଛନ୍ତି ମନ୍ତ୍ରୀ । ୨୦୨୩-୨୪ରେ ରାଜସ୍ୱ ଆଦାୟ ୧୦ କୋଟି ୧୨ ଲକ୍ଷ ହୋଇଥିବା ବେଳେ ନୂଆ ବିଜେପି ସରକାର ଆସିବା ପରେ ଏହା ୨୩ କୋଟି ୨୬ ଲକ୍ଷକୁ ବୃଦ୍ଧି ପାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ଲଘୁ ଖଣିଜ ଲୁଟ୍ କରିଛି । ମାଇନିଙ୍ଗର ତଦାରଖ ପାଇଁ ତ୍ରିସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି ।

କନକ ବ୍ୟୁରୋ: ରାଜ୍ୟରେ ବନ୍ଦ ହେବ ବାଲି ଚୋରା ଚାଲାଣ । ଲଘୁ ଘଣିଜ ଲୁଟ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ନିର୍ଦେଶ ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏବେ ବାଲି ଚାଲାଣ ରୋକିବାକୁ ନିୟୋଜିତ ହେବେ ଓଡ଼ିଶା ସିକ୍ୟୁରିଟି ଫୋର୍ସ । ତେବେ ପୂର୍ବ ବର୍ଷ ଅପେକ୍ଷା ବାଲିରେ ରାଜସ୍ବ ଆଦାୟ ବଢ଼ିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।
ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟକୁ ୨୦୨୩ ମସିହାରେ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସେତେବେଳେ ୩୫୫୭ଟି ମାଇନିଙ୍ଗ ମିନେରାଲ, ବିଭାଗର ପରିଚାଳନାରେ ଥିଲା । କିନ୍ତୁ କର୍ମଚାରୀ ଅଭାବ ରହିଥିଲା । ନୂଆ ସରକାର ଆସିବା ପରେ ଖଣି ବିଭାଗରେ ନୂତନ ଭାବେ ୧୯୬ ଜଣଙ୍କୁ ନିଯୁକ୍ତି ମିଳିଥିବା କହିଛନ୍ତି ମନ୍ତ୍ରୀ । ୨୦୨୩-୨୪ରେ ରାଜସ୍ୱ ଆଦାୟ ୧୦ କୋଟି ୧୨ ଲକ୍ଷ ହୋଇଥିବା ବେଳେ ନୂଆ ବିଜେପି ସରକାର ଆସିବା ପରେ ଏହା ୨୩ କୋଟି ୨୬ ଲକ୍ଷକୁ ବୃଦ୍ଧି ପାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ଲଘୁ ଖଣିଜ ଲୁଟ୍ କରିଛି । ମାଇନିଙ୍ଗର ତଦାରଖ ପାଇଁ ତ୍ରିସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି ।