ବନ୍ଧକ ଥିବା ପୁଅକୁ ଉଦ୍ଧାର କଲେ ଜିଲ୍ଲା ପରିଷଦ ସଦସ୍ୟା ଅସୀମା
କେଶଦୁରାପାଳ : ଦାଦନ ଖଟିବାକୁ ଯାଇ ବନ୍ଧକ ଥିବା ଟୁକୁଣା ଗ୍ରାମର ବାସିନ୍ଦା ମଙ୍ଗୁଳି ନାୟକଙ୍କ ପୁଅ ସଞ୍ଜୟ ନାୟକଙ୍କୁ ଉଦ୍ଧାର କରାଯାଇ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଗତ ପାଞ୍ଚ ବର୍ଷ ତଳେ ଜଣେ ଦଲାଲଙ୍କ ସହାୟତାରେ ପଣ୍ଡିଚେରୀର ମେଥିପାଲିୟମର ଏକ କମ୍ପାନୀରେ ଠିକାଦାରଙ୍କ ପାଖରେ କାର୍ଯ୍ୟ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ବର୍ଷାଧିକ କାଳ ଘରକୁ ଫେରୁନଥିବାବେଳେ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇ ପାରି ନଥିଲା। ଏ […]

କେଶଦୁରାପାଳ : ଦାଦନ ଖଟିବାକୁ ଯାଇ ବନ୍ଧକ ଥିବା ଟୁକୁଣା ଗ୍ରାମର ବାସିନ୍ଦା ମଙ୍ଗୁଳି ନାୟକଙ୍କ ପୁଅ ସଞ୍ଜୟ ନାୟକଙ୍କୁ ଉଦ୍ଧାର କରାଯାଇ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଗତ ପାଞ୍ଚ ବର୍ଷ ତଳେ ଜଣେ ଦଲାଲଙ୍କ ସହାୟତାରେ ପଣ୍ଡିଚେରୀର ମେଥିପାଲିୟମର ଏକ କମ୍ପାନୀରେ ଠିକାଦାରଙ୍କ ପାଖରେ କାର୍ଯ୍ୟ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ବର୍ଷାଧିକ କାଳ ଘରକୁ ଫେରୁନଥିବାବେଳେ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇ ପାରି ନଥିଲା।
ଏ ସମ୍ପର୍କରେ ପରିବାର ଲୋକେ ସ୍ଥାନୀୟ ଜିଲା ପରିଷଦ ସଦସ୍ୟା ଅସୀମା ମିଶ୍ରଙ୍କ ସହଯୋଗରେ ଆନନ୍ଦପୁର ଉପଜିଲାପାଳ, ଘସିପୁରା ଥାନା ଅଧିକାରୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ଅବଗତ କରାଇଥିଲେ। ଏହା ପରେ ସଞ୍ଜୟର ଉଦ୍ଧାର ନିମନ୍ତେ ପ୍ରଶାସନର ତତ୍ପରତା ଦେଖାଇଥିଲା। ସଞ୍ଜୟ ନାୟକଙ୍କୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଜିଲା ପରିଷଦ ସଦସ୍ୟା ଅସୀମା ମିଶ୍ର ସାଂସଦ ଅନନ୍ତ ନାୟକ,ଉପଜିଲାପାଳ, ଜିଲ୍ଲାପାଳ, ଘସିପୁରା ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।