ବ୍ଲକ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଞ୍ଜିତ
ଜଗନ୍ନାଥପ୍ରସାଦ,୫।୭(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପାତ୍ର ଗତ ଜୁନ ୧୬ରେ ଚିଠି ନଂ. ୫୭୮୬ରେ ତାଙ୍କ ଇସ୍ତଫା ପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଏହାର ସତ୍ୟତାକୁ ନେଇ ଅଞ୍ଚଳରେ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଏହା ଶୁକ୍ରବାର ଜିଲାପାଳ ସ୍ପଷ୍ଟ କରିବା ପରେ ଦୂର ହୋଇଛି। ଜିଲାପାଳ ତାଙ୍କ ଚିଠି ନଂ. ୧୪୬୬ରେ ଭଞ୍ଜନଗର ଉପଜିଲାପାଳ, ଜଗନ୍ନାଥ ପ୍ରସାଦ ବିଡିଓ ଓ ଜିଲା […] The post ବ୍ଲକ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଞ୍ଜିତ appeared first on Dharitri Odia News.
ଜଗନ୍ନାଥପ୍ରସାଦ,୫।୭(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପାତ୍ର ଗତ ଜୁନ ୧୬ରେ ଚିଠି ନଂ. ୫୭୮୬ରେ ତାଙ୍କ ଇସ୍ତଫା ପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଏହାର ସତ୍ୟତାକୁ ନେଇ ଅଞ୍ଚଳରେ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଏହା ଶୁକ୍ରବାର ଜିଲାପାଳ ସ୍ପଷ୍ଟ କରିବା ପରେ ଦୂର ହୋଇଛି। ଜିଲାପାଳ ତାଙ୍କ ଚିଠି ନଂ. ୧୪୬୬ରେ ଭଞ୍ଜନଗର ଉପଜିଲାପାଳ, ଜଗନ୍ନାଥ ପ୍ରସାଦ ବିଡିଓ ଓ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ଚିଠି କରି ଏ ନେଇ ସ୍ପଷ୍ଟ କରିଛନ୍ତି।
ତେବେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ରଞ୍ଜିତ କହିଛନ୍ତି। ଅନ୍ୟପକ୍ଷରେ ଏଠାରେ ଭାଜପା ବିଜୟୀ ହେବା ପରେ ବିଜେଡିର କେତେ ଜଣ ଆଗଧାଡିର କର୍ମୀ ବିଜେଡି ବୈଠକରେ ଖୁଲୁମଖୁଲା ଭାଜପା ସପକ୍ଷରେ କହିବା, ଭାଜପାର ଶୋଭାଯାତ୍ରାରେ ସାମିଲ ହେବା ଏବଂ ଅଞ୍ଚଳର ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ଆରୁଖ ପରାଜୟ ପରଠାରୁ ଜଗନ୍ନାଥ ପ୍ରସାଦ ଅଞ୍ଚଳକୁ ଆଦୌ ଗସ୍ତରେ ନ ଆସିବା ବିଜେଡି କର୍ମୀଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ନିରାଶ କରୁଛି। ଫଳରେ ଜଣକ ପରେ ଜଣେ ବିଜେଡି ନେତା ଓ କର୍ମକର୍ତ୍ତା ଦଳ ଛାଡୁଥିବା ସାଧାରଣରେ ଆଲୋଚନା ହେଉଛି।
The post ବ୍ଲକ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଞ୍ଜିତ appeared first on Dharitri Odia News.