ବନ୍ଧନ ବ୍ୟାଙ୍କର ନୂତନ ଉତ୍ପାଦ ‘ଏନ୍‌ହାନ୍‌ସଡ ଟ୍ରେଡ୍‌ ପ୍ରଡକ୍ଟସ’

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ବନ୍ଧନ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ଏନ୍‌ହାନ୍‌ସଡ ଟ୍ରେଡ୍‌ ପ୍ରଡକ୍ଟସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଶ୍ୱବ୍ୟାପୀ ବ୍ୟବସାୟିକ କାରବାରକୁ ସୁଗମ କରିବା ପାଇଁ ବିଭିନ୍ନ ପ୍ରକାର ବାଣିଜ୍ୟ ଉତ୍ପାଦ ଶୁଭାରମ୍ଭ ହୋଇଛି। ଏହି ଉତ୍ପାଦଗୁଡ଼ିକୁ ବିଶ୍ୱସ୍ତରୀୟ କାରବାରର ବିଭିନ୍ନ ଦିଗକୁ ସୁବ୍ୟବସ୍ଥିତ ଏବଂ ସୁରକ୍ଷିତ କରିବା, ବ୍ୟବସାୟଗୁଡ଼ିକ ପାଇଁ ସୁଗମ ପରିଚାଳନା ଏବଂ ଅଧିକ ଆର୍ଥତ୍କ ନମନୀୟତା ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଉତ୍ପାଦଗୁଡ଼ିକ […] The post ବନ୍ଧନ ବ୍ୟାଙ୍କର ନୂତନ ଉତ୍ପାଦ ‘ଏନ୍‌ହାନ୍‌ସଡ ଟ୍ରେଡ୍‌ ପ୍ରଡକ୍ଟସ’ appeared first on Dharitri Odia News.

ବନ୍ଧନ ବ୍ୟାଙ୍କର ନୂତନ ଉତ୍ପାଦ ‘ଏନ୍‌ହାନ୍‌ସଡ ଟ୍ରେଡ୍‌ ପ୍ରଡକ୍ଟସ’

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ବନ୍ଧନ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ଏନ୍‌ହାନ୍‌ସଡ ଟ୍ରେଡ୍‌ ପ୍ରଡକ୍ଟସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଶ୍ୱବ୍ୟାପୀ ବ୍ୟବସାୟିକ କାରବାରକୁ ସୁଗମ କରିବା ପାଇଁ ବିଭିନ୍ନ ପ୍ରକାର ବାଣିଜ୍ୟ ଉତ୍ପାଦ ଶୁଭାରମ୍ଭ ହୋଇଛି। ଏହି ଉତ୍ପାଦଗୁଡ଼ିକୁ ବିଶ୍ୱସ୍ତରୀୟ କାରବାରର ବିଭିନ୍ନ ଦିଗକୁ ସୁବ୍ୟବସ୍ଥିତ ଏବଂ ସୁରକ୍ଷିତ କରିବା, ବ୍ୟବସାୟଗୁଡ଼ିକ ପାଇଁ ସୁଗମ ପରିଚାଳନା ଏବଂ ଅଧିକ ଆର୍ଥତ୍କ ନମନୀୟତା ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଉତ୍ପାଦଗୁଡ଼ିକ ଉଭୟ ଆମଦାନିକାରୀ ଏବଂ ରପ୍ତାନିକାରୀଙ୍କୁ ସେବା ପ୍ରଦାନକରି ବିବିଧ ବ୍ୟବସାୟିକ ଆବଶ୍ୟକତା ପୂରଣ କରିବା ଏବଂ ବିଶ୍ୱ ବାଣିଜ୍ୟ କାରବାର ଉପରେ ବିଶ୍ୱାସକୁ ବଢ଼ାଇବା ପାଇଁ ଉପଯୁକ୍ତ ସମାଧାନ ପ୍ରଦାନ କରୁଛି। ଅନ୍ତର୍ଜାତୀୟ ବାଣିଜ୍ୟରେ ନିୟୋଜିତ ଆମର ମୂଲ୍ୟବାନ୍‌ ଗ୍ରାହକଙ୍କ ବଢୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ରେମିଟାନ୍ସ, ଲେଟର ଅଫ୍‌ କ୍ରେଡିଟ୍‌ (ଏଲ୍‌ସି), ରପ୍ତାନି ଆମଦାନୀ ସଂଗ୍ରହ ବିଲ୍‌, ବିଲ୍‌/ଇନ୍‌ଭଏସ୍‌ ରିହାତି ଇତ୍ୟାଦି ଉତ୍ପାଦ ଆରମ୍ଭ କରିଛି। ଏହି ନୂତନ ଉତ୍ପାଦ ଏବଂ ସୁବିଧାଗୁଡ଼ିକ ଆମର ଏସ୍‌ଏମ୍‌ଇ ଏବଂ କର୍ପୋରେଟ ଗ୍ରାହକମାନଙ୍କୁ ବିଶ୍ୱସ୍ତରରେ ସେମାନଙ୍କ ବ୍ୟବସାୟ ବିସ୍ତାର କରିବାର ସୁଯୋଗ ସହ ସଶକ୍ତ କରିବ। ଏପରିକି ଖୁଚୁରା ଗ୍ରାହକମାନେ ମଧ୍ୟ ଅନ୍ୟ ଦେଶକୁ ଅର୍ଥ ପ୍ରେରଣ ପାଇଁ ଏହି ସୁବିଧା ବ୍ୟବହାର କରିପାରିବେ। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଇଡି ଏବଂ ସିବିଓ ରାଜିନ୍ଦର ବାବର କହିଛନ୍ତି, ଅନ୍ତର୍ଜାତୀୟ ବାଣିଜ୍ୟର ଜଟିଳତାକୁ ଦୂରକରିବାରେ ଏହା ବେଶ୍‌ ସହାୟକ ହେବ। ଏପରିକି ଆମର ଗ୍ରାହକମାନଙ୍କୁ ସହଯୋଗ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ।

The post ବନ୍ଧନ ବ୍ୟାଙ୍କର ନୂତନ ଉତ୍ପାଦ ‘ଏନ୍‌ହାନ୍‌ସଡ ଟ୍ରେଡ୍‌ ପ୍ରଡକ୍ଟସ’ appeared first on Dharitri Odia News.