ଶପିଂ ମଲରେ ୧୦ ଫୁଟର ଏଲିଅନ ଦେଖି ଭୟରେ ଦୌଡ଼ିଲେ ଲୋକେ: ଭିଡ଼ିଓ ଭାଇରାଲ…
ମିଆମି,୬।୧ : ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଏକ ଶପିଂ ମଲରେ ଏଲିଅନ ଦେଖିବା ପରେ ଭୟରେ ଦୌଡ଼ି ପଳାୟନ କରୁଥିବା ଦେଖାଯାଉଛି। ୧୦ ଫୁଟର ଏଲଅନକୁ ଦେଖିବା ପରେ ମଲରେ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇବାକୁ ଲାଗିଲେ। ମଲରେ ଏଲିଏନ ଥିବାର ଦାବି କରି ଅନେକ ଭିଡିଓ ଏବଂ ଫଟୋ ଶେୟାର କରାଯାଉଛି, କିନ୍ତୁ ଏହି ଦାବିର ବାସ୍ତବତା ଅନ୍ୟ […] The post ଶପିଂ ମଲରେ ୧୦ ଫୁଟର ଏଲିଅନ ଦେଖି ଭୟରେ ଦୌଡ଼ିଲେ ଲୋକେ: ଭିଡ଼ିଓ ଭାଇରାଲ… appeared first on Dharitri Odia News.
ମିଆମି,୬।୧ : ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଏକ ଶପିଂ ମଲରେ ଏଲିଅନ ଦେଖିବା ପରେ ଭୟରେ ଦୌଡ଼ି ପଳାୟନ କରୁଥିବା ଦେଖାଯାଉଛି। ୧୦ ଫୁଟର ଏଲଅନକୁ ଦେଖିବା ପରେ ମଲରେ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇବାକୁ ଲାଗିଲେ। ମଲରେ ଏଲିଏନ ଥିବାର ଦାବି କରି ଅନେକ ଭିଡିଓ ଏବଂ ଫଟୋ ଶେୟାର କରାଯାଉଛି, କିନ୍ତୁ ଏହି ଦାବିର ବାସ୍ତବତା ଅନ୍ୟ କିଛି ରହିଛି।
କୁହାଯାଉଛି ସୋସିଆଲ ମିଡିଆରେ ଏହି ଭିଡ଼ିଓ ଆମେରିକାରୁ ଆସିଛି। ଭିଡିଓରେ କିଛି ଲୋକ ଦୌଡ଼ୁଥିବା ଦେଖିବାକୁ ମିଳିଛି, ସେଠାରେ ଅନେକ ପୋଲିସ ଗାଡି ପାର୍କିଂ କରାଯାଇଛି । ଏକ ଚିତ୍ର ଯାନବାହାନ ମଧ୍ୟରେ ଗତି କରୁଥିବା ଦେଖାଯାଉଛି, ଲୋକମାନେ କହୁଛନ୍ତି ଯେ ଏହା ଏକ ଏଲିଅନ, ଯାହାର ଉଚ୍ଚତା ୧୦ ଫୁଟ। ଲୋକମାନେ ଭୟଭୀତ ହୋଇ ପଳାୟନ କରୁଛନ୍ତି।
ଜାନୁଆରୀ ୧ ରେ, ନୂଆ ବର୍ଷର ପ୍ରଥମ ଦିନ, ଆମେରିକାର ମିଆମି ଶପିଂ ମଲରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ, ଲୋକମାନେ ନୂତନ ବର୍ଷ ଉତ୍ସବ ପାଇଁ ମଉଜ ମଜଲିସ କରୁଥିଲେ। ତା’ପରେ କିଛି ଲୋକ ବାଣ ଫୁଟାଇ ଉପଦ୍ରବ କରିବାକୁ ଲାଗିଲେ। ଯେତେବେଳେ ପୋଲିସ ଏ ବିଷୟରେ ସୂଚନା ପାଇ ସେଠାରେ ପହଞ୍ଚିଲା, କିଛି ଲୋକ ସେଠାରୁ ଯିବାକୁ ମନା କରିଦେଇଥିଲେ। ଏହା ପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଲୋକମାନେ ସେଠାରୁ ପଳାଇବାକୁ ବାଧ୍ୟ ହୋଇଥିଲେ।
ମଲରୁ ପଳାୟନ କରୁଥିବା ଲୋକଙ୍କ ଭିଡିଓ ଶେୟାର କରି କିଛି ଲୋକ ଗୁଜବ ପ୍ରଚାର କରିବା ଆରମ୍ଭ କରି ଦେଇଥିଲେ ଯେ ମଲରେ ଏଲିଅନ ଦେଖିବା ପରେ ଲୋକମାନେ ପଳାୟନ କରୁଛନ୍ତି, ସେଥିପାଇଁ ପୋଲିସ ମଧ୍ୟ ସେଠାରେ ପହଞ୍ଚିଛି। ମିଆମି ପୋଲିସ ବିଭାଗ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି, ସେଠାରେ କୌଣସି ଏଲଅନ ନ ଥିଲେ। କୌଣସି ବିମାନବନ୍ଦର ବନ୍ଦ ହୋଇ ନ ଥିଲା। ସେଠାରେ କୌଣସି ବିଦ୍ୟୁତ କାଟ ହୋଇ ନ ଥିଲା, ବରଂ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
କିଛି ଲୋକ ଦାବି କରୁଛନ୍ତି ଯେ ସେଠାରେ କୌଣସି ଏଲଅନ ନାହିଁ ବୋଲି ଲୋକମାନେ ମିଛ କହୁଛନ୍ତି। ସେଠାରେ ଏକ ବଡ଼ ଛାୟା ସମସ୍ତଙ୍କୁ ଦୃଶ୍ୟମାନ ହେଉଥିଲା। ତେବେ ପୋଲିସ ଏହି ଦାବିକୁ ମନଗଢ଼ା, ମଜାଳିଆ ଏବଂ ଗୁଜବ ବୋଲି କହୁଛି। ଏହା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
A Miami mall was shut down by POLICE & rumors are being spread around about “8-10ft tall shadow aliens”
News outlets are reporting it was a teen riot but first hand accounts are saying otherwise. pic.twitter.com/2DOLQWEIVP
— Daily Loud (@DailyLoud) January 5, 2024
People running from the Aliens at the Miami Mall pic.twitter.com/NA9jUD5oVW
— neolithic.memes (@neolithicobject) January 5, 2024