ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍
ନୂଆଦିଲ୍ଲୀ,୨୦ା୯: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଶୁକ୍ରବାର ହ୍ୟାକ୍ ହୋଇଛି। ଆମେରିକୀୟ କମ୍ପାନୀ ରିପଲ୍ ଲାବ୍ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିର ପ୍ରଚାର ପ୍ରସାର କରାଉଥିବା ଭିଡିଓ ଏଥିରେ ପ୍ରଦର୍ଶିତ ହେଉଛି। ହ୍ୟାକ୍ ହୋଇଥିବା ଚ୍ୟାନେଲରେ ପ୍ରଦର୍ଶିତ ବ୍ଲାଙ୍କ୍ ଭିଡିଓରେ ‘ବ୍ରାଡ୍ ଗାର୍ଲିଂହାଉସ: ରିପଲ ରେସ୍ପଣ୍ଡସ୍ ଟୁ ଦି ଏସ୍ଇସିସ୍ ୨ ବିଲୟନ ଡଲାର ଫାଇନ! ଏକ୍ସଆର୍ପି ପ୍ରାଇସ୍ ପ୍ରେଡିକ୍ସନ’ ଶୀର୍ଷକ ଲେଖା ରହିଛି। ସୁପ୍ରିମକୋର୍ଟ ଉକ୍ତ ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରିଦିଆଯାଇଛି ଓ ଖୁବ୍ଶୀଘ୍ର ଏହା କାର୍ଯ୍ୟ କରିବ […] The post ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୦ା୯: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଶୁକ୍ରବାର ହ୍ୟାକ୍ ହୋଇଛି। ଆମେରିକୀୟ କମ୍ପାନୀ ରିପଲ୍ ଲାବ୍ସ ଦ୍ୱାରା ବିକଶିତ କ୍ରିପ୍ଟୋକରେନ୍ସିର ପ୍ରଚାର ପ୍ରସାର କରାଉଥିବା ଭିଡିଓ ଏଥିରେ ପ୍ରଦର୍ଶିତ ହେଉଛି। ହ୍ୟାକ୍ ହୋଇଥିବା ଚ୍ୟାନେଲରେ ପ୍ରଦର୍ଶିତ ବ୍ଲାଙ୍କ୍ ଭିଡିଓରେ ‘ବ୍ରାଡ୍ ଗାର୍ଲିଂହାଉସ: ରିପଲ ରେସ୍ପଣ୍ଡସ୍ ଟୁ ଦି ଏସ୍ଇସିସ୍ ୨ ବିଲୟନ ଡଲାର ଫାଇନ! ଏକ୍ସଆର୍ପି ପ୍ରାଇସ୍ ପ୍ରେଡିକ୍ସନ’ ଶୀର୍ଷକ ଲେଖା ରହିଛି।
ସୁପ୍ରିମକୋର୍ଟ ଉକ୍ତ ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରିଦିଆଯାଇଛି ଓ ଖୁବ୍ଶୀଘ୍ର ଏହା କାର୍ଯ୍ୟ କରିବ ବୋଲି ଏହାର ଓ୍ବେବ୍ସାଇଟ୍ରେ ଏନ ନୋଟିସ୍ ପୋଷ୍ଟ କରାଯାଇ ଜଣାଇଦିଆଯାଇଛି। ସାମ୍ବିଧାନିକ ପୀଠରେ ତାଲିକାଭୁକ୍ତ ମାମଲା ଏବଂ ଜନସ୍ବାର୍ଥ ମାମଲାଗୁଡ଼ିକର ଶୁଣାଣିର ସିଧାପ୍ରସାରଣ ପାଇଁ ସୁପ୍ରିମକୋର୍ଟ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟବହାର କରିଥାନ୍ତି।
The post ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍ appeared first on Dharitri Odia News.