ଆକ୍ରମଣ ମାମଲାରେ ଅଭିଯୁକ୍ତ ଦୋଷୀସାବ୍ୟସ୍ତ

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଏକ ଆକ୍ରମଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୨୩ ଅନୁଯାୟୀ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ଅଶ୍ରମ କାରାଦଣ୍ଡ ସହ ୨ ଶହ ଟଙ୍କା ଜରିମାନା ପାଇଁ ମାଜିଷ୍ଟ୍ରେଟ ଆଦେଶ ଦେଇଛନ୍ତି। ଧାରା ୩୨୪ ପ୍ରକାରେ ୧ ମାସ କାରାଦଣ୍ଡ ସହ ୧ ହଜାର […] The post ଆକ୍ରମଣ ମାମଲାରେ ଅଭିଯୁକ୍ତ ଦୋଷୀସାବ୍ୟସ୍ତ appeared first on Dharitri Odia News.

ଆକ୍ରମଣ ମାମଲାରେ ଅଭିଯୁକ୍ତ ଦୋଷୀସାବ୍ୟସ୍ତ

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଏକ ଆକ୍ରମଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୨୩ ଅନୁଯାୟୀ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ଅଶ୍ରମ କାରାଦଣ୍ଡ ସହ ୨ ଶହ ଟଙ୍କା ଜରିମାନା ପାଇଁ ମାଜିଷ୍ଟ୍ରେଟ ଆଦେଶ ଦେଇଛନ୍ତି। ଧାରା ୩୨୪ ପ୍ରକାରେ ୧ ମାସ କାରାଦଣ୍ଡ ସହ ୧ ହଜାର ଟଙ୍କା ଜୋରିମନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ତେବେ ଅଭିଯୁକ୍ତ ଜଣକ ଏହି ଆଦେଶ ବିରୋଧରେ ଉପରିସ୍ଥ କୋର୍ଟରେ ଆବେଦନ କରିବାକୁ ଇଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ଜଣାପଡିଛି। ସୂଚନା ପ୍ରକାରେ ଗତ ୨୦୦୮ ଏପ୍ରିଲ ୧୦ ତାରିଖରେ ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବାଲିଘାଇ ଗ୍ରାମର ଗୌରୀ ଶଙ୍କର ଚୌଧୁରୀଙ୍କୁ ସେହି ଗ୍ରାମର ରାଜକୃଷ୍ଣ ଚୌଧୁରୀ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ପକ୍ଷରୁ ତଦନ୍ତ କରାଯାଇ ରାଜକୃଷ୍ଣଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା। ମାମଲାରେ ୮ ଜଣ ସାକ୍ଷୀଙ୍କ ବୟାନ ଲିପିବଦ୍ଧ କରାଯାଇଥିଲା। ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ବିପ୍ଲବ କୁମାର ମୁଦୁଲି ଏବଂ ସରକାରୀ ଓକିଲ ନକୁଳ ପ୍ରଧାନ ମାମଲା ପରିଚାଳନା କରୁଥିଲେ।

The post ଆକ୍ରମଣ ମାମଲାରେ ଅଭିଯୁକ୍ତ ଦୋଷୀସାବ୍ୟସ୍ତ appeared first on Dharitri Odia News.