ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ
ନାଗପୁର,୧୯।୩: ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ ଅପ୍ରାସଙ୍ଗିକ ଅଟନ୍ତି ଏବଂ ସମାଜ ପାଇଁ କୌଣସି ପ୍ରକାରର ହିଂସା ଶୁଭଙ୍କର ନୁହେଁ। ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା ଦାବି କରି ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ପ୍ରଦର୍ଶନ କରାଯିବା ପରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା, ଯେଉଁଥିରେ ୩୦ ରୁ ଅଧିକ ଲୋକେ ଆହତ ହୋଇଥିଲେ, […] The post ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ appeared first on Dharitri Odia News.
ନାଗପୁର,୧୯।୩: ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ ଅପ୍ରାସଙ୍ଗିକ ଅଟନ୍ତି ଏବଂ ସମାଜ ପାଇଁ କୌଣସି ପ୍ରକାରର ହିଂସା ଶୁଭଙ୍କର ନୁହେଁ। ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା ଦାବି କରି ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ପ୍ରଦର୍ଶନ କରାଯିବା ପରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା, ଯେଉଁଥିରେ ୩୦ ରୁ ଅଧିକ ଲୋକେ ଆହତ ହୋଇଥିଲେ, ମୁଖ୍ୟତଃ ପୋଲିସ ଅଧିକାରୀ ଥିଲେ।
ପ୍ରଶ୍ନ ହେଉଛି ଆଜିର ଦିନରେ ଔରଙ୍ଗଜେବ ପ୍ରାସଙ୍ଗୀକ କି, ସମାଧି ସେଠାରୁ ହଟାଇ ଦିଆଯିବ ଉଚିତ କି ? ଏହାର ଉତ୍ତର ହେଉଛି ସେ ପ୍ରାସଙ୍ଗିକ ନୁହନ୍ତି। ତେବେ ସମାଜ ପାଇଁ କୌଣସି ପ୍ରକାର ହିଂସା ସ୍ୱାସ୍ଥକର ନୁହେଁ ବୋଲି ଆମ୍ବେକର କହିଛନ୍ତି।
ତେବେ ନିକଟରେ ବଲିଉଡ ଫିଲ୍ମ ‘ଛାଭା’ ରିଲିଜ ହେବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ଯେଉଁଥିରେ ଦେଖା ଯାଇଛି ଯେ, ଇତିହାସରେ ମରାଠା ରାଜା ଛତ୍ରପତି ସାମ୍ଭାଜି ମହାରାଜଙ୍କୁ କିପରି ଔରଙ୍ଗଜେବ ହତ୍ୟା କରିଥିଲେ।
ସୋମବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଖୁଲଡ଼ବାଡ଼ରେ ଥିବା ଔରଙ୍ଗଜେବଙ୍କ ସମାଧିସ୍ଥଳ ଉଛେଦ ଦାବିରେ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦ ସମୟରେ ଦୁଇ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଔରଙ୍ଗଜେବଙ୍କ ଏକ ପ୍ରତିଛବିକୁ ଜଳାଇ ଦେଇଥିଲେ। କିନ୍ତୁ ଏକ ସମ୍ପ୍ରଦାୟର କିଛି ଧାର୍ମିକ ଜିନିଷ ଜଳାଇ ଦିଆଯାଇଥିବା ଗୁଜବ ପ୍ରସାରିତ ହୋଇଥିଲା, ଫଳରେ ଅଂଚଳରେ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି ମହଲ ଏବଂ ହଂସପୁରି ଅଂଚଳରେ ବଡ଼ ହିଂସା ସୃଷ୍ଟି ହୋଇଥିଲା, ଏଥିରେ ଅନେକ ଦୋକାନ ଏବଂ ଘର ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦିଆଯାଇଥିଲା।
The post ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ appeared first on Dharitri Odia News.