୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଜାଣନ୍ତୁ କେଉଁଠି ଛୁଇଁବ ଉପକୂଳ
ଭୁବନେଶ୍ୱର,୨୩।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା କାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତ ପରିଣତ ହୋଇପାରେ। ପରେ ୨୫ ସକାଳ ସୁଦ୍ଧା ଏହା ବାତ୍ୟା ରୂପ ନେବ।ପରେ ୨୬ସନ୍ଧ୍ୟା ସୁଦ୍ଧା ଗୋଟିଏ ଭୀଷଣବାତ୍ୟା ଭାବେ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପଖାପାଖି ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହି ସଦୃଶ ଲଘୁଚାପ ଏବେ ଉତ୍ତର ପୂର୍ବ ଦିଗକୁ ଗତି କରୁଛି। ପରବର୍ତ୍ତୀ ସମୟରେ […] The post ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଜାଣନ୍ତୁ କେଉଁଠି ଛୁଇଁବ ଉପକୂଳ appeared first on Dharitri Odia News.
ଭୁବନେଶ୍ୱର,୨୩।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା କାଲି ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତ ପରିଣତ ହୋଇପାରେ। ପରେ ୨୫ ସକାଳ ସୁଦ୍ଧା ଏହା ବାତ୍ୟା ରୂପ ନେବ।ପରେ ୨୬ସନ୍ଧ୍ୟା ସୁଦ୍ଧା ଗୋଟିଏ ଭୀଷଣବାତ୍ୟା ଭାବେ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପଖାପାଖି ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି।
ଏହି ସଦୃଶ ଲଘୁଚାପ ଏବେ ଉତ୍ତର ପୂର୍ବ ଦିଗକୁ ଗତି କରୁଛି। ପରବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ହୋଇ ସମାନ ଦିଗରେ ଗତି କାରବାର ସମ୍ଭାବନା ରହିଛି। ୨୪ ମେ, ୨୦୨୪ ପୂର୍ବାହ୍ନ ସୁଦ୍ଧା ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଉପରେ ଏହା ଏକ ବାତ୍ୟାର ପରିବର୍ତନ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ଅଧିକ ରହିଛି।
ଏହାପରେ ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଏହି ବାତ୍ୟା ଆହୁରି ତୀବ୍ର ହେବ। ପରବର୍ତ୍ତୀ ସମୟରେ, ଏହା ପ୍ରାୟ ଉତ୍ତର ଦିଗକୁ ଗତି କରିବ ଏବଂ ବାଂଲାଦେଶ ନିକଟରେ ଏବଂ ପଶ୍ଚିମବଙ୍ଗ ଉପକୂଳରେ ୨୬ ମଇ ସନ୍ଧ୍ୟା ସୁଦ୍ଧା ଏକ ଘୂର୍ଣ୍ଣିବଳୟ ଭାବରେ ପହଞ୍ଚିବ।
ଏହି ସମୟରେ ଓଡ଼ିଶାର ଉପକୂଳ ଜିଲାରେ ବର୍ଷ ହେବାର ସମ୍ଭାବନା ରହିଛି।
The post ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଜାଣନ୍ତୁ କେଉଁଠି ଛୁଇଁବ ଉପକୂଳ appeared first on Dharitri Odia News.