ଲାଇମ୍ଲାଇଟ୍ରେ ଇଶା ଅମ୍ବାନୀ, ଚର୍ଚ୍ଚାରେ ଡାଇମଣ୍ଡ ନେକ୍ଲେସ୍, ଲେହେଙ୍ଗାରେ ଲାଗିଛି ସୁନା
ନୂଆଦିଲ୍ଲୀ ୧୪।୦୭: ଅନନ୍ତ ଓ ରାଧିକା । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ କରିଛନ୍ତି ଗ୍ରାଣ୍ଡ ଓ୍ବେଡିଂ । ମାର୍ଚ୍ଚ ଠାରୁ ହେଉଛି ଦମ୍ପତ୍ତିଙ୍କ ପ୍ରି ଓ୍ବେଡିଂ ଫଙ୍କସନ୍ । ଏହା ଦେଶର ସବୁଠାରୁ ଲୋକପ୍ରିୟ ଓ୍ବେଡିଂ । ଏହି ଗ୍ରାଣ୍ଡ ଫଙ୍କସନ୍ରେ ସାମିଲ ହୋଇଥିଲେ ବଡ ବଡ ତାରକା । କିନ୍ତୁ ଏହି ଓ୍ବେଡିଂରେ ଖୁବ୍ ଲାଇମଲାଇଟ୍କୁ ଆସିଛନ୍ତି ଅମ୍ବାନୀ ପରିବାରର ଝିଅ । ଇଶା ଅମ୍ବାନୀ ନିଜ ଲୁକ୍ସକୁ ନେଇ ଖୁବ୍ ଚର୍ଚ୍ଚାରେ । ପୁରା ଫଙ୍କସନରେ ତାଙ୍କ ଲୁକ୍ସ ରହିଥିଲା ଦମ୍ଦାର୍ । କିନ୍ତୁ ସାନ ଭାଇର ବିବାହ ଦିନ ସେ ନିଜ ଲୁକ୍ସରେ ଲୁଟିଛନ୍ତି ସମସ୍ତଙ୍କ ନଜର । ମା ନୀତା ଅମ୍ବାନୀଙ୍କ ପରି ରଙ୍ଗଘାଟ ଘାଗରରେ ରେଡି ହୋଇଥିଲେ ଇଶା ଅମ୍ବାନୀ । ଖାସ୍ କରି ତାଙ୍କ ନେକ୍ଲେସ୍ ଆଉ ଲେହେଙ୍ଗା । ଅନନ୍ତ-ରାଧିକାଙ୍କ ବିବାହରେ ଇଶା ଲେହେଙ୍ଗାକୁ ମ୍ୟାଚ୍ କରି ଏକ ଭାରୀ ଡାଇମଣ୍ଡ ନେକଲେସ୍ ପିନ୍ଧିଛନ୍ତି । ଏହି ନେକ୍ଲେସ୍ରେ ଲାଇଟ୍ ପିଙ୍କ୍, ବ୍ଲୁ, ଗ୍ରୀନ ଏବଂ ଅରେଞ୍ଜ କଲରର ଦାମୀ ଡାଇମଣ୍ଡ ଲାଗିଛି । ନେକ୍ଲେସ୍ର ନାଁ ଗାର୍ଡେନ୍ ଅଫ୍ ଲଭ୍ । ଏହାକୁ ଡିଜାଇନ୍ କରିଛନ୍ତି କାନ୍ତିଲାଲ ଛୋଟେଲାଲ । ତେବେ ଖାସ୍ କଥା ହେଉଛି ଏହି ଲଗଜୁରୀ ନେକ୍ଲେସ୍କୁ ପ୍ରସ୍ତୁତ କରିବାକୁ ୪ ହଜାର କାରିଗର ଅନେକ ଘଣ୍ଟାର ସମୟ ନେଇଥିଲେ । ଏହି ନେକ୍ଲେସ୍ର ମଝିରେ ହାର୍ଟସେପ୍ର ଲାଗିଛି ଏକ ବ୍ଲୁ ଡାଇମଣ୍ଡ । ଯାହା ନେକ୍ଲେ
ନୂଆଦିଲ୍ଲୀ ୧୪।୦୭: ଅନନ୍ତ ଓ ରାଧିକା । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ କରିଛନ୍ତି ଗ୍ରାଣ୍ଡ ଓ୍ବେଡିଂ । ମାର୍ଚ୍ଚ ଠାରୁ ହେଉଛି ଦମ୍ପତ୍ତିଙ୍କ ପ୍ରି ଓ୍ବେଡିଂ ଫଙ୍କସନ୍ । ଏହା ଦେଶର ସବୁଠାରୁ ଲୋକପ୍ରିୟ ଓ୍ବେଡିଂ । ଏହି ଗ୍ରାଣ୍ଡ ଫଙ୍କସନ୍ରେ ସାମିଲ ହୋଇଥିଲେ ବଡ ବଡ ତାରକା ।
କିନ୍ତୁ ଏହି ଓ୍ବେଡିଂରେ ଖୁବ୍ ଲାଇମଲାଇଟ୍କୁ ଆସିଛନ୍ତି ଅମ୍ବାନୀ ପରିବାରର ଝିଅ । ଇଶା ଅମ୍ବାନୀ ନିଜ ଲୁକ୍ସକୁ ନେଇ ଖୁବ୍ ଚର୍ଚ୍ଚାରେ । ପୁରା ଫଙ୍କସନରେ ତାଙ୍କ ଲୁକ୍ସ ରହିଥିଲା ଦମ୍ଦାର୍ । କିନ୍ତୁ ସାନ ଭାଇର ବିବାହ ଦିନ ସେ ନିଜ ଲୁକ୍ସରେ ଲୁଟିଛନ୍ତି ସମସ୍ତଙ୍କ ନଜର । ମା ନୀତା ଅମ୍ବାନୀଙ୍କ ପରି ରଙ୍ଗଘାଟ ଘାଗରରେ ରେଡି ହୋଇଥିଲେ ଇଶା ଅମ୍ବାନୀ । ଖାସ୍ କରି ତାଙ୍କ ନେକ୍ଲେସ୍ ଆଉ ଲେହେଙ୍ଗା ।
ଅନନ୍ତ-ରାଧିକାଙ୍କ ବିବାହରେ ଇଶା ଲେହେଙ୍ଗାକୁ ମ୍ୟାଚ୍ କରି ଏକ ଭାରୀ ଡାଇମଣ୍ଡ ନେକଲେସ୍ ପିନ୍ଧିଛନ୍ତି । ଏହି ନେକ୍ଲେସ୍ରେ ଲାଇଟ୍ ପିଙ୍କ୍, ବ୍ଲୁ, ଗ୍ରୀନ ଏବଂ ଅରେଞ୍ଜ କଲରର ଦାମୀ ଡାଇମଣ୍ଡ ଲାଗିଛି । ନେକ୍ଲେସ୍ର ନାଁ ଗାର୍ଡେନ୍ ଅଫ୍ ଲଭ୍ । ଏହାକୁ ଡିଜାଇନ୍ କରିଛନ୍ତି କାନ୍ତିଲାଲ ଛୋଟେଲାଲ ।
ତେବେ ଖାସ୍ କଥା ହେଉଛି ଏହି ଲଗଜୁରୀ ନେକ୍ଲେସ୍କୁ ପ୍ରସ୍ତୁତ କରିବାକୁ ୪ ହଜାର କାରିଗର ଅନେକ ଘଣ୍ଟାର ସମୟ ନେଇଥିଲେ । ଏହି ନେକ୍ଲେସ୍ର ମଝିରେ ହାର୍ଟସେପ୍ର ଲାଗିଛି ଏକ ବ୍ଲୁ ଡାଇମଣ୍ଡ । ଯାହା ନେକ୍ଲେସ୍କୁ ଆହୁରି ସୁନ୍ଦର କରୁଛି ।
ନେକ୍ଲେସ୍ ସହ ଇଶା ପିନ୍ଧିଥିଲେ ମ୍ୟାଚିଙ୍ଗ୍ ଡାଇମଣ୍ଡ ଇୟରିଙ୍ଗ୍ ଏବଂ ମାଙ୍ଗଟିକା । ରଙ୍ଗୀନ ଡାଇମଣ୍ଡ ଏହି ନେକଲେସକୁ ବହୁତ ସୁନ୍ଦର କରୁଛି । ଗ୍ରାଣ୍ଡ୍ ଓ୍ବେଡିଂରେ ଇଶା ଅମ୍ବାନୀ ଡାଇମଣ୍ଡ ଜୁଏଲାରୀ ସହିତ ଆବୁ ଜାନି ସନ୍ଦୀପ ଖୋସଲାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ । ବିଳାସପୂର୍ଣ୍ଣ ଟ୍ରିପଲ୍ ଟନ୍ ରେଶମରୁ ନିର୍ମିତ ଏହି ଲେହେଙ୍ଗାରେ ସୂକ୍ଷ୍ମ ଗୋଲାପୀ, ହଳଦିଆ ଏବଂ ସବୁଜ ରଙ୍ଗର ପେଷ୍ଟେଲ୍ ରହିଛି ।
ପେଷ୍ଟେଲ ପିଚ ଲେହେଙ୍ଗାରେ ଜାରଡୋଜି ହ୍ୟାଣ୍ଡ ଏମ୍ବ୍ରୋଡୋରୀ କରାଯାଇଛି । ଏହା ନକ୍ସି ଏବଂ ସାଧା ସୁନାରେ ନିର୍ମିତ ଏକ ବହୁ ରଙ୍ଗର ବ୍ଲାଉଜ୍ ସହିତ ଯୋଡି ହୋଇଛି ଯାହା ସ୍ଫଟିକ ପରି ଉଜ୍ଜ୍ୱଳ । ତେବେ ଇଶା ଅମ୍ବାନୀଙ୍କ ଲେହେଙ୍ଗା ଏବଂ ନେକଲେସ୍ର ଦାମ୍ କେତେ ସେକଥା ଜଣାନାହିଁ ।