ବନ୍ଧୁ ସାଜିଲା ବଇରୀ, କଇଁଚିରେ ଭୂଷି ହତ୍ୟା କଲା ବନ୍ଧୁ
ଅନୁଗୁଳ: କଥାରେ ଅଛି ରାଗ ବ୍ରହ୍ମ ଚଣ୍ଡାଳ । ରାଗରେ ମଣିଷ ତାର ହିତାହିତ ଜ୍ଞାନ ଭୁଲି କିଛି ବି କରି ବସେ । ଭୁଲିଯାଏ ସବୁ ସମ୍ପର୍କ । ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ବିଶ୍ୱାସ କରିବାକୁ ଅସମର୍ଥ ହେବେ । ଗୋଟିଏ ଟେଲରରେ ଏକାଠି କାମ କରୁଥିଲେ ଦୁଇ ବନ୍ଧୁ । ଉଭୟଙ୍କ ମଧ୍ୟରେ କ’ଣ ବଚସା ହୋଇଥିଲା ଯେ ହତ୍ୟାର ରୂପ ନେଲା । ହଁ ଆଜ୍ଞା, ବନ୍ଧୁ […] The post ବନ୍ଧୁ ସାଜିଲା ବଇରୀ, କଇଁଚିରେ ଭୂଷି ହତ୍ୟା କଲା ବନ୍ଧୁ appeared first on KNews Odisha.

ଅନୁଗୁଳ: କଥାରେ ଅଛି ରାଗ ବ୍ରହ୍ମ ଚଣ୍ଡାଳ । ରାଗରେ ମଣିଷ ତାର ହିତାହିତ ଜ୍ଞାନ ଭୁଲି କିଛି ବି କରି ବସେ । ଭୁଲିଯାଏ ସବୁ ସମ୍ପର୍କ । ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ବିଶ୍ୱାସ କରିବାକୁ ଅସମର୍ଥ ହେବେ । ଗୋଟିଏ ଟେଲରରେ ଏକାଠି କାମ କରୁଥିଲେ ଦୁଇ ବନ୍ଧୁ । ଉଭୟଙ୍କ ମଧ୍ୟରେ କ’ଣ ବଚସା ହୋଇଥିଲା ଯେ ହତ୍ୟାର ରୂପ ନେଲା ।
ହଁ ଆଜ୍ଞା, ବନ୍ଧୁ ସାଜିଲା ବଇରୀ । ସାମାନ୍ୟ ବଚସାରୁ ଘଟିଛି ହତ୍ୟାକାଣ୍ଡ । ଗୋଟିଏ ସ୍ଥାନରେ ଦୁଇ ଜଣ ବନ୍ଧୁ କାମ କରୁଥିବା ବେଳେ ହତ୍ୟାକାଣ୍ଡର ଶିକାର ହେଲେ ଜଣେ । ସାମାନ୍ୟ ବଚସାରୁ ବାରମ୍ବାର କଇଁଚିରେ ଭୂଷି ହତ୍ୟା କଲା ଯୁବକ ବନ୍ଧୁ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିନରେ ଘଟି ଯାଇଛି ।
ତେବେ ବଅଁରପାଳ କଲେଜ ନିକଟରେ ଥିବା ଏକ ଦୁଇମହଲା ଘରେ ଜଣେ ବ୍ୟକ୍ତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିଥିବା ବଅଁରପାଳ ପୁଲିସକୁ ଖବର ମିଳିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କ୍ଷତାକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି ଜଣଙ୍କ ଯାଜପୁରରୋଡ ଅଞ୍ଚଳର ମଧୁସୁଦନ ନାୟକ । ମଧୁସୂଦନ କିଛି ବର୍ଷ ହେଲା ବଅଁରପାଳ କଲେଜ ନିକଟରେ ରହି ଟେଲରରେ କାମ କରୁଥିଲେ କିଛି ଦିନ ପୂର୍ବରୁ ଶନ୍ତ୍ରି ଗାଁର କମଳ ବେହେରା ମଧ୍ୟ କାମ କରୁଥିଲେ । ମଧୁସୁଦନକୁ କମଳ ରାଗରେ ଉତକ୍ଷିପ୍ତ ହୋଇ କଇଁଚି ଭୂଷି ଦେଇଥିଲା ? କାହିଁକି ଏତେ ଉତକ୍ଷିପ୍ତ ହୋଇ ହତ୍ୟା କରିବାକୁ ପଛାଇଲେନି କମଳ ହତ୍ୟାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । କିନ୍ତୁ ଖବର ପାଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମଧୁସୁଦନ ପଡି ଥିବା ଦେଖି ସଙ୍ଗେ ସଙ୍ଗେ ପୁଲିସ ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ହେଲେ ବଡ଼ ଦୁଃଖର ବିଷୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
ଏନେଇ ପୋଲିସ ତଦନ୍ତ କରି ମଧୁସୁଦନଙ୍କୁ କଇଁଚି ଭୂଷିଥିବା ଯୁବକ କମଳ ଲୋଚନ ବେହେରାଙ୍କୁ ବଅଁରପାଳ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ କୁହାଯାଉଛି କମଳ ବେହେରାଙ୍କ ସହ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯେଉଁ କଥାରେ ଉତ୍ତ୍ୟକ୍ତ ହୋଇ କମଳ ଏକ କଇଁଚିରେ ମଧୁସୂଦନଙ୍କ ପେଟ , ପିଠି ଓ ଛାତିକୁ ବାରମ୍ବାର ଆକ୍ରମଣ କରିଥିଲେ । ଯାହା ଫଳରେ ମଧୁସୂଦନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ପରିବାରକୁ ସୁଚନା ଦେଇ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ପୁଲିସ ଅଧିକ ତଦନ୍ତ କରୁଛି ।
The post ବନ୍ଧୁ ସାଜିଲା ବଇରୀ, କଇଁଚିରେ ଭୂଷି ହତ୍ୟା କଲା ବନ୍ଧୁ appeared first on KNews Odisha.