ବନ୍ଧୁ ହେବ ତ ଏମିତି, ଆସନ୍ତୁ ଜାଣିବା ନିଆରା ବନ୍ଧୁଙ୍କ କାହାଣୀ

କନକବ୍ୟୁରୋ: ବନ୍ଧୁ , ଏ ଶବ୍ଦରେ କେତେ ଭାବ ରହିଛି ତାହା ଜଣାପଡେ ଯେତେବେଳେ କୃଷ୍ଣ ଓ ସୁଦାମାଙ୍କ କଥା କୁହାଯାଏ । ସେଇଥିପାଇଁ କୁହାଯାଏ ବନ୍ଧୁତ୍ୱଠାରୁ ଶ୍ରେଷ୍ଠ ସଂପର୍କ ବୋଧହୁଏ ଆଉ କିଛି ନୁହେଁ । ଏଭଳି ଏକ ବନ୍ଧୁତ୍ୱପୂର୍ଣ୍ଣ କାହାଣୀ ଆସିଛୁ ସୁନ୍ଦରଗଡରୁ । ବନ୍ଧୁଙ୍କ ଅବର୍ତମାନରେ ତାଙ୍କ ସ୍ୱପ୍ନର ଘରକୁ ସଂପୂର୍ଣ୍ଣ କରିବାକୁ ଆଗେଇ ଆସିଛନ୍ତି ପିଲାଦିନର ବନ୍ଧୁ । ଉତ୍ସବେ ବ୍ୟସନ ଚୈବ, ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଲବେ। ରାଜଦ୍ବାରେ ଶ୍ମଶାନ ଚ […] The post ବନ୍ଧୁ ହେବ ତ ଏମିତି, ଆସନ୍ତୁ ଜାଣିବା ନିଆରା ବନ୍ଧୁଙ୍କ କାହାଣୀ first appeared on Kanak News.

ବନ୍ଧୁ ହେବ ତ ଏମିତି, ଆସନ୍ତୁ ଜାଣିବା ନିଆରା ବନ୍ଧୁଙ୍କ କାହାଣୀ

କନକବ୍ୟୁରୋ: ବନ୍ଧୁ , ଏ ଶବ୍ଦରେ କେତେ ଭାବ ରହିଛି ତାହା ଜଣାପଡେ ଯେତେବେଳେ କୃଷ୍ଣ ଓ ସୁଦାମାଙ୍କ କଥା କୁହାଯାଏ । ସେଇଥିପାଇଁ କୁହାଯାଏ ବନ୍ଧୁତ୍ୱଠାରୁ ଶ୍ରେଷ୍ଠ ସଂପର୍କ ବୋଧହୁଏ ଆଉ କିଛି ନୁହେଁ । ଏଭଳି ଏକ ବନ୍ଧୁତ୍ୱପୂର୍ଣ୍ଣ କାହାଣୀ ଆସିଛୁ ସୁନ୍ଦରଗଡରୁ । ବନ୍ଧୁଙ୍କ ଅବର୍ତମାନରେ ତାଙ୍କ ସ୍ୱପ୍ନର ଘରକୁ ସଂପୂର୍ଣ୍ଣ କରିବାକୁ ଆଗେଇ ଆସିଛନ୍ତି ପିଲାଦିନର ବନ୍ଧୁ । ଉତ୍ସବେ ବ୍ୟସନ ଚୈବ, ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଲବେ। ରାଜଦ୍ବାରେ ଶ୍ମଶାନ ଚ ଯ ତିଷ୍ଠତି ସ ବାନ୍ଧବଃ’। ଏହି ସଂସ୍କୃତ ବାଣୀ ଭିତରେ ରହିଛି ସଠିକ ବନ୍ଧୁତ୍ବର ପରିଭାଷା। ଏହାକୁ କାର୍ୟ୍ୟରେ ଦେଖାଇ ବନ୍ଧୁପ୍ରେମର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସୁନ୍ଦରଗଡ଼ର କିଛି ଯୁବକ। ନିକଟରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଅଧାଗଢ଼ା ଘରକୁ ତାଙ୍କ ସ୍କୁଲବେଳର ସହପାଠୀ ମିଶି ପୂରା କରି ଦେଇଛନ୍ତି। ଅଧାଗଢ଼ା ଘରର ଛାତ ପଡୁଛି।

ଏ ଘରକୁ ଦେଖି ଅପଣମାନେ ଭାବୁଥିବେ, ଏଥିର କି ଖବର ଅଛି । କାହିଁକି ଆମେ ଏ ଖବର ପ୍ରସାରଣ କରୁଛି । ପୁରା ଘଟଣା କଣ ଜାଣିବାକୁ ଚାହୁଁଥିବେ। ତେବେ ଏ କଂକ୍ରିଟ ଛାତ କହୁଛି ପିଲାଦିନର ବନ୍ଧୁତ୍ୱ କେତେ ନିବୀଡ। ବନ୍ଧୁଙ୍କ ଅବର୍ତମାନରେ ତାଙ୍କ ସ୍ୱପ୍ନ ପୁରଣ ଦିଗରେ କେମିତି ଆଗକୁ ଆସିପାରନ୍ତି ବନ୍ଧୁ। ବନ୍ଧୁଙ୍କ ଅକାଳ ବିୟୋଗ ପରେ ତାଙ୍କ ସ୍ବପ୍ନର ଘରକୁ ମୁଣ୍ଡି ମାରିଛନ୍ତି, ସ୍କୁଲ ବେଳର ସାଙ୍ଗ। ନିଜ ନିଜର ଅନୁଦାନରେ ବନ୍ଧୁପତ୍ନୀ ଓ ତାଙ୍କ କୁନି ଝିଅ ମୁଣ୍ଡର ଉପରେ ଛାତଟିଏ ରଖିବା ପାଇଁ ଚେଷ୍ଟା କରୁଛନ୍ତି।

ଝିଅ, ସ୍ତ୍ରୀଙ୍କୁ ନେଇ ଆଗକୁ ବଢୁଥିବା ବେଳେ ହଠାତ୍ ବାଟ ଭାଙ୍ଗି ଅଫେରା ରାଇଜକୁ ଚାଲିଯାଇଛନ୍ତି ସୁନ୍ଦରଗଡର ସୁଶାନ୍ତ ଧର। ଅଧାରେ ରହି ଯାଇଛି ତାଙ୍କ ସ୍ୱପ୍ନର ଘର। ସୁଶାନ୍ତଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ସ୍କୁଲ ବେଳର ସାଙ୍ଗମାନେ ସେହି ଘରଟିକୁ ସଂପୂର୍ଣ୍ଣ କରିବା ପାଇଁ ଅଂଟା ଭିଡିଛନ୍ତି ।ସୁନ୍ଦରଗଡ଼ ରାଣୀବଗିଚା ରାଧାକୃଷ୍ଣ ମନ୍ଦିର ପଛପଟେ ଏକ ଘର ନିର୍ମାଣ କରୁଥିଲେ ସୁଶାନ୍ତ। ହେଲେ ଗତ ମେ’ମାସ ୨୪ ତାରିଖରେ ତାଙ୍କ ଦେହାନ୍ତ ପରେ ଅଧାଗଢା ଘର ଓ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଯାଇଥିଲେ ବିଧବା ପତ୍ନୀ। ଆଉ ଏତିକି ବେଳେ ବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଂଜଳି ସୂରୁପ ତାଙ୍କ ଘରର ଛାତ ପକାଇବା ପାଇଁ ନିଷ୍ପତି ନେଇଥିଲେ ସୁଶାନ୍ତଙ୍କ ୧୯୮୯ ବ୍ୟାଚର ସହପାଠୀ । ଲକ୍ଷାଧିକ ଟଙ୍କା ଆଦାୟ କରି ଛାତ ପକାଇଛନ୍ତି। ଆଗକୁ ଘରଟି ସମ୍ପୂର୍ଣ୍ଣ କରି ବନ୍ଧୁପତ୍ନୀଙ୍କ ହାତରେ ସମର୍ପି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

 

The post ବନ୍ଧୁ ହେବ ତ ଏମିତି, ଆସନ୍ତୁ ଜାଣିବା ନିଆରା ବନ୍ଧୁଙ୍କ କାହାଣୀ first appeared on Kanak News.