ବନ୍ଧୁକ ଦେଖାଇ ଜୁଏଲାରୀ ଦୋକାନ ମାଲିକଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି

ଭଦ୍ରକ: ଘର ଆଗରେ ବନ୍ଧୁକ ଦେଖାଇଲେ। ମାରଣାସ୍ତ୍ରରେ ହାଣି ନେଇଗଲେ ଜୁଏଲାରୀ ମାଲିକଙ୍କ ଦୋକାନ ଚାବି। ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ ଶାନ୍ତି ଗୋଲ୍ଡର ମାଲିକ ଦୋକାନ ବନ୍ଦ କରି କାରରେ ଚରମ୍ପା ସ୍ଥିତ ଘରକୁ ଫେରୁଥିଲେ।ଡ୍ରାଇଭର ଘର ସମ୍ମୁଖରେ କାର ରଖି ଗେଟ ଖୋଲୁଥିବା ବେଳେ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଗୋଟିଏ ବାଇକରେ ଆସିଥିବା ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇଥିଲେ। ଦୋକାନ ମାଲିକ ନବନିତ ପରେଖଙ୍କ ଗାଡ଼ିରେ ସୁନା ଗହଣା ନଥିବାରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।ଆକ୍ରମଣ ପରେ ଦୋକାନ ଚାବି ନେଇ ଚମ୍ପଟ ମାରିଛନ୍ତି। ଗୁରୁତର ଅବସ୍ଥାରେ ଶାନ୍ତି ଗୋଲ୍ଡର ମାଲିକଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। 

ବନ୍ଧୁକ ଦେଖାଇ ଜୁଏଲାରୀ ଦୋକାନ ମାଲିକଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି

ଭଦ୍ରକ: ଘର ଆଗରେ ବନ୍ଧୁକ ଦେଖାଇଲେ। ମାରଣାସ୍ତ୍ରରେ ହାଣି ନେଇଗଲେ ଜୁଏଲାରୀ ମାଲିକଙ୍କ ଦୋକାନ ଚାବି। ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ ଶାନ୍ତି ଗୋଲ୍ଡର ମାଲିକ ଦୋକାନ ବନ୍ଦ କରି କାରରେ ଚରମ୍ପା ସ୍ଥିତ ଘରକୁ ଫେରୁଥିଲେ।

ଡ୍ରାଇଭର ଘର ସମ୍ମୁଖରେ କାର ରଖି ଗେଟ ଖୋଲୁଥିବା ବେଳେ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଗୋଟିଏ ବାଇକରେ ଆସିଥିବା ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇଥିଲେ। ଦୋକାନ ମାଲିକ ନବନିତ ପରେଖଙ୍କ ଗାଡ଼ିରେ ସୁନା ଗହଣା ନଥିବାରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ଆକ୍ରମଣ ପରେ ଦୋକାନ ଚାବି ନେଇ ଚମ୍ପଟ ମାରିଛନ୍ତି। ଗୁରୁତର ଅବସ୍ଥାରେ ଶାନ୍ତି ଗୋଲ୍ଡର ମାଲିକଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।