ବନ୍ଧୁକ ଦେଖାଇ ଦିନରେ କଳାକନା ବୁଲାଇଲେ; ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି

ଆନନ୍ଦପୁର: ବନ୍ଧୁ ମୁନରେ ଲୁଟ୍ । ସ୍ପଷ୍ଟ ଦିବାଲୋକରେ ଘରୁ ଚୋରି । ବନ୍ଧୁକ ଦେଖାଇ ଘରୁ କଳାକନା ବୁଲାଇଛନ୍ତି ଚୋର । ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟି ନେଇଛନ୍ତି । ଏଭଳି ଏକ ଚୋରି ଘଟଣା କେନ୍ଦୁଝର ଜିଲ୍ଲା ଫକିରପୁର ପୌରପାଳିକାରୁ ସାମ୍ନାକୁ ଆସିଛି । ଫକିରପୁର ସିଟି ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଫୁଲ୍ଲ କୁମାର ନାଥଙ୍କ ଘରୁ ଏହି ଚୋରି ହୋଇଛି । ମଙ୍ଗଳବାର ଦିନ ୨ଟାରୁ ୨ଟା ୩୦ ବେଳେ ପ୍ରଫୁଲ୍ଲ ନଥିବା ସମୟ ୪ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । ପ୍ରଫୁଲ୍ଲଙ୍କ ପତ୍ନୀ ପୁଷ୍ପାବତୀ ନାଥଙ୍କୁ ବନ୍ଧୁକ ଦେଖାଇ ଆଲମିରା ଚାବି ମାଗିଥିଲେ । ଭୟଭୀତ ହୋଇ ପୁଷ୍ପାବତୀ ଚାବି ଦେଇ ଦେଇଥିଲେ । ପରେ ଦୁର୍ବୃତ୍ତମାନେ ଆଲମିଲା ଖୋଲି ସୁନା ଚେନ୍, ମଙ୍ଗଳସୂତ୍ର, ଦୁଇଟି ମୁଦି, ଓ ଦୁଇଟି କାନଫୁଲ ସହତ ନଗଦ ଟଙ୍କା ନେଇଯାଇଛନ୍ତି । ଘରେ ଚୋର ପଶିଥିବା ନେଇ ସ୍ବାମୀ ଜଣିବା ପରେ ଆନନ୍ଦପୁର ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏତଲା ଆଧାରରେ ତଦନ୍ତ କରୁଛି । 

ବନ୍ଧୁକ ଦେଖାଇ ଦିନରେ କଳାକନା ବୁଲାଇଲେ; ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି

ଆନନ୍ଦପୁର: ବନ୍ଧୁ ମୁନରେ ଲୁଟ୍ । ସ୍ପଷ୍ଟ ଦିବାଲୋକରେ ଘରୁ ଚୋରି । ବନ୍ଧୁକ ଦେଖାଇ ଘରୁ କଳାକନା ବୁଲାଇଛନ୍ତି ଚୋର । ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟି ନେଇଛନ୍ତି । ଏଭଳି ଏକ ଚୋରି ଘଟଣା କେନ୍ଦୁଝର ଜିଲ୍ଲା ଫକିରପୁର ପୌରପାଳିକାରୁ ସାମ୍ନାକୁ ଆସିଛି । 

ଫକିରପୁର ସିଟି ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଫୁଲ୍ଲ କୁମାର ନାଥଙ୍କ ଘରୁ ଏହି ଚୋରି ହୋଇଛି । ମଙ୍ଗଳବାର ଦିନ ୨ଟାରୁ ୨ଟା ୩୦ ବେଳେ ପ୍ରଫୁଲ୍ଲ ନଥିବା ସମୟ ୪ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । ପ୍ରଫୁଲ୍ଲଙ୍କ ପତ୍ନୀ ପୁଷ୍ପାବତୀ ନାଥଙ୍କୁ ବନ୍ଧୁକ ଦେଖାଇ ଆଲମିରା ଚାବି ମାଗିଥିଲେ । ଭୟଭୀତ ହୋଇ ପୁଷ୍ପାବତୀ ଚାବି ଦେଇ ଦେଇଥିଲେ । ପରେ ଦୁର୍ବୃତ୍ତମାନେ ଆଲମିଲା ଖୋଲି ସୁନା ଚେନ୍, ମଙ୍ଗଳସୂତ୍ର, ଦୁଇଟି ମୁଦି, ଓ ଦୁଇଟି କାନଫୁଲ ସହତ ନଗଦ ଟଙ୍କା ନେଇଯାଇଛନ୍ତି । ଘରେ ଚୋର ପଶିଥିବା ନେଇ ସ୍ବାମୀ ଜଣିବା ପରେ ଆନନ୍ଦପୁର ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏତଲା ଆଧାରରେ ତଦନ୍ତ କରୁଛି ।