ବନ୍ୟାଞ୍ଚଳ ବୁଲିଲା କଂଗ୍ରେସ ଟିମ: ବାଣ୍ଟିଲେ ଶୁଖିଲା ଖାଦ୍ୟ, ପ୍ରଶାସନ ସହ କଲେ ଆଲୋଚନା
ଭଦ୍ରକ ୨୮/୧୦: ଭଦ୍ରକ ଜିଲ୍ଲାର ଅନେକ ବ୍ଲକର ଅନେକ ଗାଁ ଏବେ ମଧ୍ୟ ପାଣି ଘେରରେ । ଲଗାଣ ବର୍ଷା ପାଇଁ ନଦୀର ପାଣି ବଢିବା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଠି ହୋଇଛି । ଭଦ୍ରକ ନିର୍ବାଚନ ମଣ୍ଡଳୀର ଜଳବନ୍ଦୀ ଗାଁ ବୁଲିଛି କଂଗ୍ରେସ ଟିମ୍ । କଂଗ୍ରେସ ନେତା ଅସିତ୍ ପଟ୍ଟନାୟକ, ନଳିନୀ ମହାନ୍ତି, ବେତରା, ଅର୍ଣପାଳ, ବିଷ୍ଣୁପୁର ଆଦି ପଞ୍ଚାୟତ ବୁଲିଚନ୍ତି । ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ଜିଲ୍ଲା ପ୍ରଶାସନ ସହ ମଧ୍ୟ ଆଲୋଚନା କରିଚନ୍ତି ।ସୂଚନା ଥାଉକି, ବାତ୍ୟା ଦାନା ପରେ ଭଦ୍ରକ ଜିଲା ସମେତ ଭଦ୍ରକ ସହର ଓ ସହରର ଆଖ ପାଖ ପଞ୍ଚାୟତ ମାନଙ୍କରେ ମଧ୍ୟ କ୍ଷୟ କ୍ଷତି ହୋଇଥିବାର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗଛ ପଡି ଘର ଭାଙ୍ଗିବା ସହ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଓ ଆଉ କିଛି ସ୍ଥାନରେ ବିଦ୍ୟୁତ ତାର ମଧ୍ୟ ଛିଡି ଥିବାର ଦେଖିବାକୁ ମିଳିଛି । ଦାନା ପରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ବ୍ଲକ ଅଧିନରେ ଥିବା ଆର ଏନ ବେତରା ଗ୍ରାମ ପଞ୍ଚାୟତ ବର୍ତ୍ତମାନ ଜଳମଗ୍ନ ଅବସ୍ଥାରେ ରହିଛି. ୧୪ଟି ୱାର୍ଡ କୁ ନେଇ ଗଠିତ ଏହି ଗ୍ରାମପଞ୍ଚାୟତରେ ମୋଟ ପାଖା ପାଖି ୮ଟି ୱାର୍ଡ ସମ୍ପୂର୍ଣ ଜଳ ମଗ୍ନ ଥିବାର ଦେଖିବାକୁ ମିଳିଛି । ଗ୍ରାମ ପଞ୍ଚାୟତ ମଧ୍ୟରେ କିଛି ୱାର୍ଡରୁ ଅନ୍ୟ ୱାର୍ଡକୁ ଯାତାୟତ କରିହେଉନାହିଁ । କାରଣ ରାସ୍ତା ଉପରେ ପାଣିର ସୁଅ ଚାଲୁଛି ।
ଭଦ୍ରକ ୨୮/୧୦: ଭଦ୍ରକ ଜିଲ୍ଲାର ଅନେକ ବ୍ଲକର ଅନେକ ଗାଁ ଏବେ ମଧ୍ୟ ପାଣି ଘେରରେ । ଲଗାଣ ବର୍ଷା ପାଇଁ ନଦୀର ପାଣି ବଢିବା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଠି ହୋଇଛି । ଭଦ୍ରକ ନିର୍ବାଚନ ମଣ୍ଡଳୀର ଜଳବନ୍ଦୀ ଗାଁ ବୁଲିଛି କଂଗ୍ରେସ ଟିମ୍ । କଂଗ୍ରେସ ନେତା ଅସିତ୍ ପଟ୍ଟନାୟକ, ନଳିନୀ ମହାନ୍ତି, ବେତରା, ଅର୍ଣପାଳ, ବିଷ୍ଣୁପୁର ଆଦି ପଞ୍ଚାୟତ ବୁଲିଚନ୍ତି । ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ଜିଲ୍ଲା ପ୍ରଶାସନ ସହ ମଧ୍ୟ ଆଲୋଚନା କରିଚନ୍ତି ।
ସୂଚନା ଥାଉକି, ବାତ୍ୟା ଦାନା ପରେ ଭଦ୍ରକ ଜିଲା ସମେତ ଭଦ୍ରକ ସହର ଓ ସହରର ଆଖ ପାଖ ପଞ୍ଚାୟତ ମାନଙ୍କରେ ମଧ୍ୟ କ୍ଷୟ କ୍ଷତି ହୋଇଥିବାର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଗଛ ପଡି ଘର ଭାଙ୍ଗିବା ସହ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଓ ଆଉ କିଛି ସ୍ଥାନରେ ବିଦ୍ୟୁତ ତାର ମଧ୍ୟ ଛିଡି ଥିବାର ଦେଖିବାକୁ ମିଳିଛି ।
ଦାନା ପରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ବ୍ଲକ ଅଧିନରେ ଥିବା ଆର ଏନ ବେତରା ଗ୍ରାମ ପଞ୍ଚାୟତ ବର୍ତ୍ତମାନ ଜଳମଗ୍ନ ଅବସ୍ଥାରେ ରହିଛି. ୧୪ଟି ୱାର୍ଡ କୁ ନେଇ ଗଠିତ ଏହି ଗ୍ରାମପଞ୍ଚାୟତରେ ମୋଟ ପାଖା ପାଖି ୮ଟି ୱାର୍ଡ ସମ୍ପୂର୍ଣ ଜଳ ମଗ୍ନ ଥିବାର ଦେଖିବାକୁ ମିଳିଛି । ଗ୍ରାମ ପଞ୍ଚାୟତ ମଧ୍ୟରେ କିଛି ୱାର୍ଡରୁ ଅନ୍ୟ ୱାର୍ଡକୁ ଯାତାୟତ କରିହେଉନାହିଁ । କାରଣ ରାସ୍ତା ଉପରେ ପାଣିର ସୁଅ ଚାଲୁଛି ।