ବନ୍ୟାପାଣି ପାର୍‌ ହୋଇ କନ୍ୟାଙ୍କ ହାତ ଧରିବାକୁ ଡଙ୍ଗାରେ ଗଲେ ବର

ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନେଦା ଗ୍ରାମରେ ବରକୁ ଡଙ୍ଗାରେ ବସାଇ ବରଯାତ୍ରୀମାନେ କନ୍ୟା ଘର ଅଭିମୁଖେ ଯାଉଥିବାର ରୋଚକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ପଟେ ଅଦିନିଆ ବର୍ଷା ଲାଗି ରହିଥିବା ବେଳେ ଅନ୍ୟପଟେ ବନ୍ୟା ଦାଉ ସାଧୁଛି। ଏହି ସମୟରେ ବନ୍ୟା ଘେରରେ ରହିଛନ୍ତି ଅନେକ ଲୋକ। ନେଦା ଗ୍ରାମଟି ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ଲୋକଙ୍କୁ ନାହିଁ ନ […] The post ବନ୍ୟାପାଣି ପାର୍‌ ହୋଇ କନ୍ୟାଙ୍କ ହାତ ଧରିବାକୁ ଡଙ୍ଗାରେ ଗଲେ ବର appeared first on Dharitri Odia News.

ବନ୍ୟାପାଣି ପାର୍‌ ହୋଇ କନ୍ୟାଙ୍କ ହାତ ଧରିବାକୁ ଡଙ୍ଗାରେ ଗଲେ ବର

ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନେଦା ଗ୍ରାମରେ ବରକୁ ଡଙ୍ଗାରେ ବସାଇ ବରଯାତ୍ରୀମାନେ କନ୍ୟା ଘର ଅଭିମୁଖେ ଯାଉଥିବାର ରୋଚକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ପଟେ ଅଦିନିଆ ବର୍ଷା ଲାଗି ରହିଥିବା ବେଳେ ଅନ୍ୟପଟେ ବନ୍ୟା ଦାଉ ସାଧୁଛି। ଏହି ସମୟରେ ବନ୍ୟା ଘେରରେ ରହିଛନ୍ତି ଅନେକ ଲୋକ। ନେଦା ଗ୍ରାମଟି ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ବି ଲୋକମାନେ ନିଜ ଖୁସିକୁ କମ କରିବାକୁ ଚାହୁଁନାହାନ୍ତି । ବନ୍ୟା ବିଭିଷୀକାରେ ବି ଲୋକମାନେ ବିବାହ କରୁଥିବା ଦେଖିବାକୁ ମିଳିଛି। ଜଣେ ବର ବନ୍ୟାପାଣିରେ ଡଙ୍ଗାରେ ବସି କନିଆଁ ଘରକୁ ବର ବେଶ ସାଜି ବିବାହ କରିବାକୁ ଯାଉଥିବା ଦେଖିବାକୁ ମିଳିଛି। କିନ୍ତୁ ବରଯାତ୍ରୀ କୂଳରେ ଛିଡ଼ା ହୋଇ ବରକୁ ଅପେକ୍ଷା କରିଛନ୍ତି ବରଯାତ୍ରୀ ଯିବା ପାଇଁ । ଏହି ବର ଓ ବରଯାତ୍ରୀ ନେଦା ଗାଁରୁ ବାହାରିଛନ୍ତି ଝାରଖଣ୍ଡ ଟାଟା ନଗର କନିଆ ଘରକୁ ।

ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବନ୍ୟା ଯୋଗୁ କେତେକ ସ୍ଥାନରେ ଅଣ୍ଟାଏ ଲେଖାଏ ପାଣି ତ ଆଉ କେଉଁଠି ଆଣ୍ଠୁଏ ଲେଖାଏ ପାଣି ଜମି ରହିଥିଲା। ଏଭଳି ପରିସ୍ଥିତିରେ ବରଯାତ୍ରୀ କେତେବେଳେ ଚାଲି ଚାଲି ତ ଆଉ କେତେବେଳେ ଡଙ୍ଗା ସାହାଯ୍ୟରେ ବରଙ୍କୁ କନ୍ୟା ଘରକୁ ନେବା ପାଇଁ ବ୍ୟସ୍ତ ରହିଛନ୍ତି।

The post ବନ୍ୟାପାଣି ପାର୍‌ ହୋଇ କନ୍ୟାଙ୍କ ହାତ ଧରିବାକୁ ଡଙ୍ଗାରେ ଗଲେ ବର appeared first on Dharitri Odia News.