ବାରବାଟୀରେ ଗେଲ୍କୁ ଟପିଲେ ରୋହିତ
କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଚାଲିଥିବା ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍ର ବିଶାଳ ସ୍କୋର ଛିଡ଼ା କରିଛି। ଫଳରେ ଭାରତ ଆଗରେ ୩୦୫ ରନ୍ର ଟାର୍ଗେଟ୍ ରଖିଛି ଇଂଲଣ୍ଡ। ଜବାବରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରି ୧୬ ଓଭର ଖେଳ ସୁଦ୍ଧା ବିନା କୌଣସି ଉଇକେଟ ହରାଇ ୧୩୧ ରନ୍ କରିଛି। […] The post ବାରବାଟୀରେ ଗେଲ୍କୁ ଟପିଲେ ରୋହିତ appeared first on Dharitri Odia News.
କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଚାଲିଥିବା ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍ର ବିଶାଳ ସ୍କୋର ଛିଡ଼ା କରିଛି। ଫଳରେ ଭାରତ ଆଗରେ ୩୦୫ ରନ୍ର ଟାର୍ଗେଟ୍ ରଖିଛି ଇଂଲଣ୍ଡ।
ଜବାବରେ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରି ୧୬ ଓଭର ଖେଳ ସୁଦ୍ଧା ବିନା କୌଣସି ଉଇକେଟ ହରାଇ ୧୩୧ ରନ୍ କରିଛି। ହେଲେ ଫ୍ଲଡ ଲାଇଟ୍ ସମସ୍ୟା ଯୋଗୁ ମ୍ୟାଚ୍ ଅଧାରୁ କିଛି ସମୟ ବନ୍ଦ ରହିଥିଲା। ହେଲେ ଫ୍ଲଡ ଲାଇଟର ତ୍ରୁଟି ସୁଧାରିବା ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଛି। ଭାରତର ଦୁଇ ଓପରନ ଅଧିନାୟକ ରୋହିତ ଶର୍ମା ଏବଂ ଶୁବମନ୍ ଗିଲ୍ ବ୍ୟାଟିଂ ଜାରି ରଖିଛନ୍ତି। ଉଭୟ ୧୩୨ ରନ୍ର ଭାଗୀଦାରି କରିଛନ୍ତି। ଅଧିନାୟକ ରୋହିତ ଶର୍ମା ବାରବାଟୀରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ବ୍ୟାଟର୍ କ୍ରିସ୍ ଗେଲ୍ଙ୍କୁ ପଛରେ ପକାଇ ଦେଇଛନ୍ତି। ଗେଲ୍ଙ୍କ ନାଁରେ ଥିବା ୩୩୧ ଛକା ରେକର୍ଡକୁ ଅଧିନାୟକ ରୋହିତ ଟପି ଯାଇଛନ୍ତି। ବାରବାଟୀରେ ୫ଟି ଛକା ମାରି ୩୩୫ ଛକାର ରେକର୍ଡ କରିଛନ୍ତି। ଦିନିକିଆ ମ୍ୟାଚ୍ରେ ୩୫୧ ଛକା ମାରି ନମ୍ବର ୱାନ୍ରେ ଅଛନ୍ତି ଆଫ୍ରିଦି ।
The post ବାରବାଟୀରେ ଗେଲ୍କୁ ଟପିଲେ ରୋହିତ appeared first on Dharitri Odia News.