ବବିଙ୍କ ସମ୍ମୁଖରେ ଟିକେଟ ଦାବିକଲେ ରାସେଶ୍ୱରୀଙ୍କ ସମର୍ଥକ
ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ୨୦୨୪ ନିର୍ବାଚନରେ ସମ୍ବଲପୁର ଲୋକ ସଭା ଆସନ ପାଇଁ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। ପ୍ରଥମେ ଭାଜପା ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ବିଜେଡି ପ୍ରାର୍ଥୀ ଭାବେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ତାଲିକାରେ ସ୍ଥାନ ପାଇଥିଲା। ନାମ ଘୋଷଣା ହେବା ପରେ ବବି ସମ୍ବଲପୁର ଆସି ଶୁକ୍ରବାର ମାଁ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇଛନ୍ତି। ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ସ୍ବାଗତ ସମ୍ବଦ୍ଧର୍ର୍ନା […] The post ବବିଙ୍କ ସମ୍ମୁଖରେ ଟିକେଟ ଦାବିକଲେ ରାସେଶ୍ୱରୀଙ୍କ ସମର୍ଥକ appeared first on Dharitri Odia News.
ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ୨୦୨୪ ନିର୍ବାଚନରେ ସମ୍ବଲପୁର ଲୋକ ସଭା ଆସନ ପାଇଁ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। ପ୍ରଥମେ ଭାଜପା ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ବିଜେଡି ପ୍ରାର୍ଥୀ ଭାବେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ତାଲିକାରେ ସ୍ଥାନ ପାଇଥିଲା। ନାମ ଘୋଷଣା ହେବା ପରେ ବବି ସମ୍ବଲପୁର ଆସି ଶୁକ୍ରବାର ମାଁ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇଛନ୍ତି। ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ସ୍ବାଗତ ସମ୍ବଦ୍ଧର୍ର୍ନା ଦିଆଯାଇଥିଲେ ମଧ୍ୟ ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ପଦାକୁ ଆସିଛି। ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷାଣ ହୋଇ ନ ଥିବା ସତ୍ତ୍ୱେ ସମ୍ବଲପୁର ବିଜେଡିରେ ଏକ ବିଦ୍ରୋହର ଆଭାସ ମିଳିଛି, ଯାହା ସମଗ୍ର ସହରରେ ହଟଚମଟ ସୃଷ୍ଟି କରିଛି।
ସମ୍ବଲପୁର ବିଜେଡି ଜିଲା ସଭାପତି ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କ ସହିତ ସମ୍ବଲପୁରରେ ପହଞ୍ଚତ୍ ଶୁକ୍ରବାର ପୂର୍ବାହ୍ନରେ ମାଁ ସମଲେଶ୍ୱରୀଙ୍କ ଦର୍ଶନ ପୂର୍ବରୁ ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ୍ କରିଥିଲେ। ଏହି ସମୟରେ ଡା. ପାଣିଗ୍ରାହୀଙ୍କୁ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ କରାଯାଉ ନ ଥିବା ଆଶଙ୍କାରେ ତାଙ୍କ ସମର୍ଥକମାନେ ହଠାତ୍ ବବିଙ୍କ ସମ୍ମୁଖରେ ସେମାନଙ୍କ ନେତ୍ରୀଙ୍କ ସପକ୍ଷରେ ଯାଇ ତାଙ୍କୁ ଟିକେଟ୍ ଦେବାକୁ ଦାବି କରିଥିଲେ। ବିଶେଷକରି ମହିଳା ବିଜେଡିର ବହୁସଂଖ୍ୟକ ସଦସ୍ୟା ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଡା. ପାଣିଗ୍ରାହୀ ସର୍ବଦା ସେମାନଙ୍କ ସୁଖଦୁଃଖର ସାଥୀ ହୋଇ ରହି ଆସିଥିବା କହିଥିଲେ। ଏପରିକି ସମ୍ବଲପୁର ଜନସାଧାରଣ ତାଙ୍କୁ ଆଉଥରେ ବିଧାୟିକା ଭାବେ ଦେଖିବାକୁ ଚାହୁଁଛନ୍ତି। ତେଣୁ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ଡା. ପାଣିଗ୍ରାହୀଙ୍କୁ ଟିକେଟ୍ ଦିଆଯାଉ ବୋଲି ଦାବି କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କାହାକୁ ଟିକେଟ୍ ଦିଆଗଲେ ସେମାନେ ସମସ୍ତେ ନିର୍ବାଚନରୁ ଓହରିଯିବେ ବୋଲି ଚେତାବନୀ ଦେଇଛନ୍ତି। ଏହାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ସମୟରେ ବିଜେଡି ଜିଲା ସଭାପତି ଇଂ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ରେଢ଼ାଖୋଲ ବିଧାୟକ ଥିବା ପୂଜାରୀ ସମ୍ବଲପୁର ବିଧାନସଭା କ୍ଷେତ୍ର ଲାଗି ଅନ୍ୟତମ ପ୍ରମୁଖ ଦାବିଦାର ଥିବାରୁ ତାହା ବିଜେଡି ପାଇଁ ଅପ୍ରୀତିକର ସ୍ଥିତି ସୃଷ୍ଟି କରିଛି। ପୂଜାରୀଙ୍କ ଉପସ୍ଥିତିରେ ଡା. ପାଣିଗ୍ରାହୀଙ୍କ ସମର୍ଥକଙ୍କ ଏଭଳି ଦାବି ସମ୍ବଲପୁର ବିଜେଡି ରାଜନୀତିରେ ଏକ ପ୍ରକାର ପ୍ରାକ୍ ନିର୍ବାଚନୀ ବିଦ୍ରୋହର ସଙ୍କେତ ଦେଇଥିବା କୁହାଯାଉଛି।
The post ବବିଙ୍କ ସମ୍ମୁଖରେ ଟିକେଟ ଦାବିକଲେ ରାସେଶ୍ୱରୀଙ୍କ ସମର୍ଥକ appeared first on Dharitri Odia News.