ବରଗଡ଼ ଜିଲାରେ ବ୍ୟାପିଲା ଝାଡ଼ାବାନ୍ତି: ୧୭ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର

ପାଇକମାଳ,୧୪।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ କୁଆପାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପ୍ରାୟ ୭୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଝାଡାବାନ୍ତି ଅଣାୟତ୍ତ ହେବାରୁ ୧୭ଜଣଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ଶୁକ୍ରବାର ଅପରାହ୍ନରେ କୁଆପାଲି ଗ୍ରାମର ଜନୈକ ବୃଦ୍ଧାଙ୍କ ବିୟୋଗରେ ଗଙ୍ଗା ଶ୍ରାଦ୍ଧ ଭୋଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମବାସୀ ଏକତ୍ରିତ ହୋଇ ଭୋଜି ଖାଇ ଥିଲେ। ହେଲେ ସନ୍ଧ୍ୟାରେ କେତେକ ଲୋକଙ୍କୁ ଝାଡାବାନ୍ତି ହୋଇ ଥିଲା। ଖବର […] The post ବରଗଡ଼ ଜିଲାରେ ବ୍ୟାପିଲା ଝାଡ଼ାବାନ୍ତି: ୧୭ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର appeared first on Dharitri Odia News.

ବରଗଡ଼ ଜିଲାରେ ବ୍ୟାପିଲା ଝାଡ଼ାବାନ୍ତି: ୧୭ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର

ପାଇକମାଳ,୧୪।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ କୁଆପାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପ୍ରାୟ ୭୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଝାଡାବାନ୍ତି ଅଣାୟତ୍ତ ହେବାରୁ ୧୭ଜଣଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଯୋଗ୍ୟ, ଶୁକ୍ରବାର ଅପରାହ୍ନରେ କୁଆପାଲି ଗ୍ରାମର ଜନୈକ ବୃଦ୍ଧାଙ୍କ ବିୟୋଗରେ ଗଙ୍ଗା ଶ୍ରାଦ୍ଧ ଭୋଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମବାସୀ ଏକତ୍ରିତ ହୋଇ ଭୋଜି ଖାଇ ଥିଲେ। ହେଲେ ସନ୍ଧ୍ୟାରେ କେତେକ ଲୋକଙ୍କୁ ଝାଡାବାନ୍ତି ହୋଇ ଥିଲା। ଖବର ପାଇ RBSK ସୁଦୀପ୍ତ ସାହୁ, CHO ରମି ରଶ୍ମିତା, ANM ଖୁଦେଶ୍ୱରୀ ପଧାନ, ସତ୍ୟଭୂଷଣ ସାହୁ, ସମୀର ଭୋଇ, ଅଶୋକ ବଂଛୋର ପ୍ରମୁଖ କର୍ମଚାରୀ କୁଆପାଲି ଗାଁକୁ ଯାଇ ଆଶାକର୍ମୀ କନକଲତା ବରିହା, ଅଙ୍ଗନଓ୍ବାଡି କର୍ମୀ ସବିତା ସିଦାର ପ୍ରମୁଖଙ୍କ ସହ ଘର ଘର ଯାଇ ଚିକିତ୍ସା ଆରମ୍ଭ କରି ଥିଲେ। ରାତିରେ ୧୭ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପଦ୍ମପୁର ଚିକିତ୍ସା ପାଇଁ ପଠାଯାଇଥିଲା।

ଶନିବାର ସିଡ଼ିଏମଓ କୁବେର ଚନ୍ଦ୍ର ମହନ୍ତ, ଶୁଭ୍ରପ୍ରକାଶ ସେନାପତି, ସତୀଶ ନାୟକ, ଆଲିଶା ପ୍ରଧାନ, ଅଜିତ ମେହେର, ତେଜଭାନୁ ସାହୁ ପ୍ରମୁଖ କର୍ମଚାରୀ ଗାଁରେ ପହଞ୍ଚି ଘରକୁ ଘର ଯାଇ ୧୬୧ ପରିବାରକୁ ଔଷଧ ବଣ୍ଟନ କରିଥିଲେ।

ଏପରିକି କର୍ମଚାରୀମାନେ ଗ୍ରାମବାସୀଙ୍କୁ ସଚେତନ କରିବା ସହ ଫୁଟାପାଣି ପିଇବାକୁ ପରାମର୍ଶ ଦେଇଥିଲେ। ପାଣିରେ ହେଲୋଜିନ୍‌ ବାଟିକା ପକାଇବାକୁ କହିବା ସହ ବାସି ଖାଦ୍ୟ ନ ଖାଇବା ପାଇଁ କୁହାଯାଇଛି ବୋଲି ସିଡିଏମ୍‌ଓ ମହନ୍ତ କହିଛନ୍ତି। ଡାକ୍ତର ସୁଦୀପ୍ତ ସାହୁ, ପିଏଚଇଓ ଦୀପା ସାହୁ ପ୍ରମୁଖଙ୍କୁ ପଚାରିବାରୁ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସ୍ଥିତି ନିୟନ୍ତ୍ରଣ ଥିବା କହିଛନ୍ତି।

ଭୋଜିକୁ ଡୁଙ୍ଗୁରିପାଳି, ଭଗତପୁର, ଓ ବନମାଳ ଗ୍ରାମର କେତେକ ବନ୍ଧୁ ଖାଇବାକୁ ଆସିଥିଲେ। ହେଲେ ତିନୋଟି ଗ୍ରାମରେ ମଧ୍ୟ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ୩ଜଣ ଲେଖାଏଁ ଅସୁସ୍ଥ ଥିବା ଜଣାପଡିଛି। ଏହି ଗ୍ରାମଗୁଡିକୁ ସିଡ଼ିଏମ୍‌ଓ ପରିଦର୍ଶନରେ ଯାଇ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଏପରିକି ଆକ୍ରାନ୍ତଙ୍କ ଝାଡା, ପାଣି, ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି।

ଅନ୍ୟପକ୍ଷେ କୁଆପାଲି ଅଙ୍ଗନଓ୍ବାଡି କେନ୍ଦ୍ରରେ ରବିବାର ୩ଜଣ ଆକ୍ରାନ୍ତଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ଅଞ୍ଚଳରେ ୮ଦିନ ସ୍ବାସ୍ଥ୍ୟ ଶିବିର ଚାଲିବ ବୋଲି ସେନାପତି କହିଛନ୍ତି। ଝାଡ଼ାବାନ୍ତିଙ୍କୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

The post ବରଗଡ଼ ଜିଲାରେ ବ୍ୟାପିଲା ଝାଡ଼ାବାନ୍ତି: ୧୭ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର appeared first on Dharitri Odia News.