ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ
ବରଗଡ଼: କିଏ ହେବେ ମହାରାଜ କଂସ ? କିଏ ଆରୋହଣ କରିବ ମଥୁରାର ରାଜ ସିଂହାସନ ? କାହାର ଚାଲିବ ୧୧ ଦିନ ଧରି ଶାସନ। ସବୁ ପ୍ରଶ୍ନର ଅନ୍ତ ଘଟିଛି । ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ। କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ।୨୦୨୨ରୁ କଂସ ଭୂମିକା ତୁଲାଉଥିବା ହୃଷିକେଶ ଭୋଇଙ୍କୁ ଏଥର ବାଦ୍ ଦିଆଯାଇଥିଲା। ହୃଷିକେଶ ଭୋଇଙ୍କୁ ବାଦ୍ ଦିଆଯିବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ନୂଆ କଂସ ବାଛିବାର ପ୍ରକ୍ରିୟା। ୨୦୨୨ରେ ଅନୁଷ୍ଠିତ କଂସ ପ୍ରତିଯୋଗିତାରେ ଦ୍ୱିତୀୟରୁ ପଞ୍ଚମ ହୋଇଥିବା ଜଣଙ୍କୁ ଚୟନ କରାଯିବ ବୋଲି କୁହାଯାଇଥିଲା। ଏହି କ୍ରମରେ ଷଷ୍ଠ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। ଗତ ୨୦୨୨ରେ ହୋଇଥିବା କଂସ ଚୟନରେ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ଅଧିକାର କରିଥିବା କଳାକାର ଭୁବନେଶ୍ୱର ପ୍ରଧାନ,ସୁଶିଲ ମେହେର,ଜଗଦାନନ୍ଦ ପଣ୍ଡା ଓ ଆର୍ତ୍ତତ୍ରାଣ ସୁନାନିଙ୍କ ମଧ୍ୟରୁ ଜଣକୁ ଚୟନ କରାଯିବ ବୋଲି କମିଟି ନିଷ୍ପତ୍ତି ନିଆଯାଇଥିଲା। ଏହି ଚାରିଜଣ କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଜୋରଦାର ପ୍ରତିଯୋଗିତା। ଆଜି ଚୟନ ପ୍ରକ୍ରିୟାରେ ତିନିଜଣ ବିଚାରକ ଭାବେ ଯୋଗ ଦେଇ ଚୟନ କରିଛନ୍ତି ଧନୁଯାତ୍ରାର ମୂଖ୍ୟ ଚରିତ୍ରର ଅଭିନୟ ପାଇଁ କଂସ। ବରଗଡ଼ ଧନୁଯାତ୍ରା ରେ କଂସ ହେଉଛନ୍ତି ନାୟକ ଆଉ ସେ ହିଁ ଖଳନାୟକ, ତେଣୁ
ବରଗଡ଼: କିଏ ହେବେ ମହାରାଜ କଂସ ? କିଏ ଆରୋହଣ କରିବ ମଥୁରାର ରାଜ ସିଂହାସନ ? କାହାର ଚାଲିବ ୧୧ ଦିନ ଧରି ଶାସନ। ସବୁ ପ୍ରଶ୍ନର ଅନ୍ତ ଘଟିଛି । ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ। କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ।
୨୦୨୨ରୁ କଂସ ଭୂମିକା ତୁଲାଉଥିବା ହୃଷିକେଶ ଭୋଇଙ୍କୁ ଏଥର ବାଦ୍ ଦିଆଯାଇଥିଲା। ହୃଷିକେଶ ଭୋଇଙ୍କୁ ବାଦ୍ ଦିଆଯିବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ନୂଆ କଂସ ବାଛିବାର ପ୍ରକ୍ରିୟା। ୨୦୨୨ରେ ଅନୁଷ୍ଠିତ କଂସ ପ୍ରତିଯୋଗିତାରେ ଦ୍ୱିତୀୟରୁ ପଞ୍ଚମ ହୋଇଥିବା ଜଣଙ୍କୁ ଚୟନ କରାଯିବ ବୋଲି କୁହାଯାଇଥିଲା। ଏହି କ୍ରମରେ ଷଷ୍ଠ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ।
ଗତ ୨୦୨୨ରେ ହୋଇଥିବା କଂସ ଚୟନରେ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ଅଧିକାର କରିଥିବା କଳାକାର ଭୁବନେଶ୍ୱର ପ୍ରଧାନ,ସୁଶିଲ ମେହେର,ଜଗଦାନନ୍ଦ ପଣ୍ଡା ଓ ଆର୍ତ୍ତତ୍ରାଣ ସୁନାନିଙ୍କ ମଧ୍ୟରୁ ଜଣକୁ ଚୟନ କରାଯିବ ବୋଲି କମିଟି ନିଷ୍ପତ୍ତି ନିଆଯାଇଥିଲା। ଏହି ଚାରିଜଣ କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଜୋରଦାର ପ୍ରତିଯୋଗିତା। ଆଜି ଚୟନ ପ୍ରକ୍ରିୟାରେ ତିନିଜଣ ବିଚାରକ ଭାବେ ଯୋଗ ଦେଇ ଚୟନ କରିଛନ୍ତି ଧନୁଯାତ୍ରାର ମୂଖ୍ୟ ଚରିତ୍ରର ଅଭିନୟ ପାଇଁ କଂସ।
ବରଗଡ଼ ଧନୁଯାତ୍ରା ରେ କଂସ ହେଉଛନ୍ତି ନାୟକ ଆଉ ସେ ହିଁ ଖଳନାୟକ, ତେଣୁ ତାଙ୍କୁ ମହାନାୟକ କୁହାଯାଏ ,ତାଙ୍କର ଅଭିନୟ ଦକ୍ଷତା,ବାକ ଚାତୁରି, ବିକଟାଳ ହସ, ଉପସ୍ଥିତ ବୁଦ୍ଧି ବାନ୍ଧିରଖେ ଦର୍ଶକଙ୍କୁ, ତେଣୁ ଏପରି ସର୍ବଗୁଣ ସମ୍ପନ୍ନ କଳାକାରଙ୍କୁ ଏଥର ଧନୁଯାତ୍ରା ପାଇଁ ସୁଯୋଗ ଦିଆ ଯାଇଛି ବୋଲି କହିଛନ୍ତି ବିଚାରକ ଓ ଧନୁ ଯାତ୍ରା ମହୋତ୍ସବ ସମିତି ର ସଭାପତି ବରଗଡ଼ ଜିଲ୍ଲାପାଳ।